ଉପନିର୍ବାଚନ ପାଇଁ ଜାରି ହେଲା ବିଧିବଦ୍ଧ ବିଜ୍ଞପ୍ତି : ୧୬ ସୁଦ୍ଧା ସରିବ ନୋମିନେସନ, କୋଭିଡ୍ ଗାଇଡଲାଇନ୍ସରେ ପ୍ରଚାରରୁ ଭୋଟ୍ ଯାଏଁ ସବୁ ହେବ ନିଆରା

Published By : Prameya-News7 Bureau | October 09, 2020 IST

ଭୁବନେଶ୍ୱର,୦୯|୧୦:  ଏବେ ଲଢେଇ ହେବ ଜୋରଦାର । ରାଜ୍ୟର ଖାଲିପଡିଥିବା ଦୁଇ ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବାଜିଛି ବିଗୁଲ । ୧୬ ତାରିଖ ସୁଦ୍ଧା ସରିବ ନାମାଙ୍କନ ପତ୍ର ଦାଖଲ । ନଭେମ୍ବର ୩ ତାରିଖ ଭୋଟଦାନ ହେବାକୁ ଥିବାରୁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିଦେଇଛନ୍ତି କସରତ । ତେବେ କୋଭିଡ ଗାଇଡ ଲାଇନ୍ କୁ ଦେଖି କିଭଳି ପ୍ରଚାର ହେବ ଏବଂ ଭୋଟଦାନ ପ୍ରକ୍ରିୟା କିପରି ରହିବ ସେନେଇ ବିସ୍ତୃତ ସୂଚନା ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

{"id":341266,"sizeSlug":"large"}

ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁଯାୟୀ ନୋମିନେସନ ଫାଇଲ ପାଇଁ ୨ଟି ଗାଡି ବ୍ୟବହାର ହେବ । ପ୍ରଚାର ପାଇଁ ଜିଲ୍ଲା ପ୍ରଶାସନ ସ୍ଥାନ ନିର୍ଦ୍ଧାରଣ କରିବେ । ସଭାସ୍ଥଳରେ କେତେ ଲୋକ ରହିପାରିବେ ସେ ନିଷ୍ପତ୍ତି ନେବ ସ୍ଥାନୀୟ ପ୍ରଶାସନ । ଏଥର ଭୋଟରଙ୍କ ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶାରୀରିକ ଅକ୍ଷମ, ବୟସ୍କ ଓ କୋଭିଡ୍ ସସପେକ୍ଟଙ୍କ ପାଇଁ ପୋଷ୍ଟାଲ ବ୍ୟାଲଟ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସେମାନେ ଆଗୁଆ ଆପ୍ଲିକେସନ ଦେବାକୁ ପଡିବ। ଘରକୁ ଘର ବୁଲି ପ୍ରଚାର ପାଇଁ ପ୍ରାର୍ଥୀଙ୍କ ସାଙ୍ଗରେ କେବଳ ୫ ଜଣ ରହିବା ପାଇଁପାଇଁ  ଅନୁମତି ଦିଆଯାଇଛି । ଏହାବାଦ୍ ଭୋଟର ମାନଙ୍କ ଥର୍ମାଲ ସ୍କାନିଂ କରାଯିବା ସହ ସେମାନେ ମାସ୍କ ଓ ଗ୍ଲୋବସ ପିନ୍ଧି ଭୋଟଦାନ କରିବା ବ୍ୟବସ୍ଛା ହୋଇଛି ।

{"id":341267,"sizeSlug":"large"}

ସେପଟେ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ  ସେମାନଙ୍କ ପ୍ରାର୍ଥିଙ୍କ ନାଁ ଘୋଷଣା କରିନଥିଲେ ହେଁ ଗ୍ରାଉଣ୍ଡରେ ତାତି ଦେଖାଗଲାଣି । ଉପନିର୍ବାଚନ ହେଉଥିବା ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରତି ବ୍ଲକ ଓ ପଞ୍ଚାୟତରେ ମନ୍ତ୍ରୀ ଓ ବିଧାୟକଙ୍କୁ  ଦାୟିତ୍ବ ଦେଇ ସାରିଲାଣି । ସେମାନେ ବି ନିଜ ଦାୟିତ୍ବ ମୁତାବକ କାମ ଆରମ୍ଭ କରିଦେଲେଣି । ସେପଟେ କଂଗ୍ରେସର ରାଜ୍ୟ ପ୍ରଭାରୀ  ଚେଲ୍ଲା କୁମାର ଓଡିଶା ଗସ୍ତରେ ଆସି ଦଳର ପ୍ରାର୍ଥୀ କିଏ ହେବ  ଏବଂ ଦଳର ରଣନୀତି କଣ ରହିବ ସେନେଇ ଘନଘନ ମିଟିଂ ଜାରି ରଖିଛନ୍ତି । ଅନ୍ୟପଟେ ଏହି ଦୁଇ ନିର୍ବାଚନ ମଣ୍ଡଳୀରୁ ବିଜେପି ସଦର ବିଜେପି ହାତରେ ଥିବାରୁ ଏଥର ସେହି ସିଟକୁ କିଭଳି ରଖାଯିବ ସେନେଇ ଦଳ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ଏହାବାଦ୍ ତିର୍ତ୍ତୋଲରେ ବି ଦଳ ବଡ ଚକମା ଦେବାକୁ ସଜବାଜ ହେଉଛି ।

{"id":341268,"sizeSlug":"large"}

ତେବେ ଆଜି ପ୍ରଥମ ଦିନରେ କେହି ନାମାଙ୍କନ ପତ୍ର ଦାଖଲ କରି ନାହାଁନ୍ତି । ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପରେ ହିଁ ମୈଦାନରେ ଟକ୍କର ଜୋରଦାର ହେବ । ଏବେ କେବଳ ଚାଲିଛି ସମରସଜ୍ଜା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.