କରୋନା ଇଫେକ୍ଟ : ଜିଲ୍ଲା ପରିଷଦ-ସରପଞ୍ଚ-ସମିତି ସଭ୍ୟ ଉପ-ନିର୍ବାଚନ ସ୍ଥଗିତ

Published By : Prameya-News7 Bureau | March 16, 2020 IST

ଭୁବନେଶ୍ବର ୧୬।୦୩:  ଜିଲ୍ଲା ପରିଷଦ ଓ ସରପଞ୍ଚ ଉପ-ନିର୍ବାଚନ ସ୍ଥଗିତ । ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଆସନ୍ତା ନିଷ୍ପତ୍ତି ପର୍ଯ୍ୟନ୍ତ ନିର୍ବାଚନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

{"id":239145,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆସନ୍ତା ୨୪ରେ ରାଜ୍ୟର କିଛି ସ୍ଥାନରେ ଏହି ସବୁ ନିର୍ବାଚନ ହେବାକୁ ଥିଲା । ଯେପରି ୨୦ଟି ଜିଲ୍ଲାର ୨ଟି ଜିଲ୍ଲା ପରିଷଦ ସଭ୍ୟ, ୬ଟି ସରପଞ୍ଚ,  ୮ଟି ସମିତି ସଭ୍ୟ ଏବଂ ୮୪ଟି ଓ୍ବାର୍ଡ ମେମ୍ବର ପଦବୀ ପୂରଣ ପାଇଁ  ଉପ-ନିର୍ବାଚନ ହେବାକୁ ଥିଲା । କିନ୍ତୁ କରୋନା ସ୍ଥିତିକୁ ଦେଖି ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୪ତାରିଖରେ ଏହି ସମସ୍ତ ସ୍ଥାନମାନଙ୍କରେ ନିର୍ବାଚନ ହେବାକୁ ଥିଲା । ତେବେ ପରବର୍ତ୍ତି ସମୟରେ ଏହି ସମସ୍ତ  ନିର୍ବାଚନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜଣାଇଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.