ବ୍ୟାସସରୋବର ପୀଠରେ ଚାଲିଛି ମେଳା

Published By : Prameya-News7 Bureau | February 14, 2020 IST

ଯାଜପୁର ୧୪।୦୨ - ବ୍ୟାସନଗର ଚାଲିଛି ବ୍ୟାସସରୋବର ମେଳା । ଭୌମ ଏକାଦଶୀରୁ ଆରମ୍ଭ ହୋଇଛି ମେଳା ଓ ମହୋତ୍ସବ । ଏଥିପାଇଁ ଚଳଚଞ୍ଚଳ ହୋଇଛି ସମଗ୍ର ଅଞ୍ଚଳ । ସାଂସ୍କୃତିକ କାର୍ଯ୍ୟକ୍ରମ, ଦୋଳି, ମୀନାବଜାର ମଜା ନେଉଛନ୍ତି ଦର୍ଶକ । ସଞ୍ଜରେ ନାମୀଦାମୀ କଳାକାର ଓ ସିନେତାରକାଙ୍କ ଦ୍ବାରା ବ୍ୟାସ ମଣ୍ଡପରେ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ ।

କମ୍ପୁଛି ବ୍ୟାସସରୋବର ପୀଠ । ୧ ରୁ ଏଠାରେ ଚାଲିଛି ବ୍ୟାସସରୋବର ମେଳା । ଶୁଦ୍ରମୁନୀ ସାରଳା ଦାସଙ୍କ ରଚିତ ଓଡିଆ ମହାଭାରତର ଭାରଦା ଉପାଖ୍ୟାନରେ ଏହି ପୀଠର ମହାତ୍ମ୍ୟ ସମ୍ପର୍କରେ ବର୍ଣ୍ଣନା ରହିଛି । ବ୍ୟାସଦେବ ଏହିଠାରେ ମହାଭାରତର ଶେଷ ପର୍ବ ରଚନା କରିଥିଲେ । ପୁରାଣ କହେ ଏହି ପୀଠ ହେଉଛି ବ୍ୟାସଙ୍କ ପରମଭକ୍ତ ଓ ଉପାସକ ରାଘବଜୀଉଙ୍କ ସାଧନା ସ୍ଥଳୀ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ କାହିଁ କେଉଁ କାଳରୁ ମହର୍ଷି ବ୍ୟାସ ଓ ଭକ୍ତ ରାଘବଜୀଉଙ୍କର ଏଠାରେ ଏକତ୍ର ପୂଜା କରାଯିବାର ପରମ୍ପରା ରହିଆସିଛି। ଏବେ ମେଳା ପାଇଁ ପୀଠରେ ଜମୁଛି ଭିଡ ।

{"id":224521,"sizeSlug":"large"}

ବ୍ୟାସନଗର ପୈାର ପ୍ରଶାସନ ପକ୍ଷରୁ ୧୫ ବର୍ଷ ହେଲା ପାଳିତ ହୋଇ ଆସୁଛି ବ୍ୟାସ ମହୋତ୍ସବ । ଗୁରୁବାର ନବନ ସଂଧ୍ୟାରେ ବେଶ୍ ଜମିଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଗୀତ ନାଚର ମଜା ନେଇଥିଲେ ଦେଖଣାହାରୀ । ପ୍ରତି ସଂଧ୍ୟାରେ ଲୋକେ ମେଳା ବୁଲିବା ସହ ମୀନା ବଜାରର ମଜା ନେଉଛନ୍ତି ।

ଉପ ଜିଲ୍ଲାପାଳ ନାରାୟଣ ଧଳ ଗୁରୁବାର ବ୍ୟାସ ସରୋବର ମଂଚରେ ସଂଗୀତ ପରିବଷଣ କରି ଦର୍ଶକଙ୍କୁ ବିଭୋର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.