ପୁଲୱାମା ଆକ୍ରମଣକୁ ପୁରିଲା ବର୍ଷେ- ବ୍ୟର୍ଥ ଯାଇନି ବଳିଦାନ

Published By : Prameya-News7 Bureau | February 14, 2020 IST

ନୂଆଦିଲ୍ଲୀ ୧୪।୦୨ -  ପୁଲୱାମା ଆକ୍ରମଣକୁ ପୁରିଲା ବର୍ଷେ। ଦେଶ ପାଇଁ  ଜୀବନ ଦେଇଥିବା ୪୦ ସହିଦ ଯବାନଙ୍କୁ ମନେ ପକାଇଛନ୍ତି ଦେଶବାସୀ।  ୨ ଓଡିଆ ଯବାନଙ୍କ ପାଇଁ ଜଗତସିଂହପୁର ଓ ନିଆଳିରେ ଗାଁ ଲୋକଙ୍କ ଶ୍ରଦ୍ଧାଞ୍ଜଳି। ଗ୍ରାମବାସୀ ଏହି ବୀରପୁତ୍ରଙ୍କୁ ସମ୍ମାନ ଜଣାଇ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି ।……

{"id":224438,"sizeSlug":"large"}

ରତନପୁର ରତ୍ନ ଥିଲେ ସେ।  ଗାଁ ଗର୍ବ। ଆଉ ଆଜି ଅଶ୍ରୁ ଅଞ୍ଜୁଳିରେ ଭିଜିଛି ଏ ଗାଁର ମାଟିଛି। ସହିଦ ମନୋଜ ବେହେରାଙ୍କୁ ଝୁରୁଛି। ଏହି ବୀରପୁତ୍ରଙ୍କୁ ସମ୍ମାନ ଜଣାଇ ଜନ୍ମମାଟି ରତନପୁରରେ ସ୍ଥାପନ ହୋଇଛି ୩ଟି ପ୍ରତିମୂର୍ତ୍ତି। ଗୋଟିଏ ତାଙ୍କ ଘରେ, ଦ୍ବିତୀୟଟି ଶ୍ମଶାନରେ ଏବଂ ତୃତୀୟଟି ତାଙ୍କ ହାଇସ୍କୁଲ ଅମରେଶ୍ବରରେ। ମନୋଜଙ୍କ ଘରେ ସ୍ଥାପନ ହୋଇଥିବା ପ୍ରତିମୂର୍ତ୍ତିରେ ସିଆରପି ଡିଆଇଜି ଶ୍ରୀ ରାମ ଚରିତ୍ର ପୁଷ୍ପମାଲ୍ୟ ଦେବା ସହିତ ଦୀପ ଜାଳିଥିଲେ ।  ମନୋଜଙ୍କ ହାଇସ୍କୁଲ ଅମରେଶ୍ବରରେ ବ୍ୟାପକ ବନ୍ଦୋବସ୍ଥ ହୋଇଥିଲା। ତାଙ୍କ ୨୦୦୧ ମସିହାର ବ୍ୟାଚମେଟ୍  ଏହି ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ। ମନ୍ତ୍ରୀ ସମୀର ରଂଜନ ଦାଶ ଏହାକୁ ଉନ୍ମୋଚନ  କରିଥିଲେ । ନିଆଳି କଶ୍ଚାପଡ଼ା ବ୍ଲକ ସାଇଲୋ ବଡ଼ବିଲିଗାଁରେ ମଧ୍ୟ ନିଆରା ଡଙ୍ଗ ରେ ସହିଦ ମନୋଜଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ଆମ ଅଧିକାର ସଂଗଠନ ପକ୍ଷରୁ ସହିଦଙ୍କ ତୈଳଚିତ୍ରରେ ପୁଷ୍କମାଲ୍ୟ ଅର୍ପଣ କରାଯାଇଥିଲା।

ଜଗତସିଂହପୁରର ପାରିଶିଖର ଗାଁର ବୀରପୁତ୍ର ପ୍ରସନ୍ନ ସାହୁଙ୍କୁ ଗାଁ ଶ୍ରଦ୍ଧାଞ୍ଜଳି ଦେଇଛି। ଗାଁ ମାଟିଠାରୁ ଗାଁ ଶ୍ମଶାନ ସବୁଠି ସହିଦଙ୍କ ଛାପ ଦେଖିବାକୁ ମିଳିଛି।  ସହିଦ ପ୍ରସନ୍ନଙ୍କ ଜନ୍ମମାଟିରେ ଆଜି ପାଳିତ ହୋଇଛି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ। ପ୍ରସନ୍ନଙ୍କ ସ୍ମୃତିରେ ପାରିଶିଖର ଗାଁରେ ୩ ଦିନ ବ୍ୟାପୀ ରକ୍ତଦାନ ଶିବିର,କବି ସମ୍ମିଳନୀ,ନାମ  ସଂକୀର୍ତ୍ତନ ସହ ଗାଁ ମୁଣ୍ଡରେ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଛି।

- ପୁଲୱାମା ଘଟଣାର ବର୍ଷ ପୂର୍ତ୍ତି ଅବସରରେ ଶ୍ରୀନଗରରେ ମେମୋରିଆଲ ଉଦଘାଟନ କରାଯାଇଛି । ସିଆରପିଏଫ୍ ସ୍ବତନ୍ତ୍ର ଡିଜି ଜୁଲଫିକର ହସନ୍ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଏହି ଘଟଣାର ରଚିଥିବା ଷଡଯନ୍ତ୍ରକାରୀଙ୍କୁ ଜବାବ ଦିଆଯାଇଛି ।

ସେଦିନର ଏହି ଘଟଣା ଦେଶବାସୀଙ୍କୁ ସ୍ତବ୍‌ଧ କରିଦେଇଥିଲା। ଆଉ ସେଦିନର ଏହି ଘଟଣା ପରେ ଭାରତ ଯେଉଁ ପଦକ୍ଷେପ ନେଇଥିଲା। ସାରା  ଦେଶ ଗର୍ବରେ ଏବେ ଛାତି କୁଣ୍ଢମୋଟ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.