ସାପ୍ତାହିକ ହାଟରେ ମାନୁନଥିଲେ ସାମାଜିକ ଦୂରତା, ପୋଲିସ ତାଗିଦ କରିବାରୁ ରାସ୍ତାରୋକ କଲେ ବ୍ୟବସାୟୀ

Published By : Prameya-News7 Bureau | May 13, 2021 IST

ବାଲିପାଟଣା,୧୩/୦୫: ସାପ୍ତାହିକ ହାଟରେ ରହୁନି ସାମାଜିକ ଦୂରତା । ପୋଲିସ ତାଗିଦ କରିବାରୁ ପରିବା ବ୍ୟବସାୟୀମାନେ ରାସ୍ତାର ପରିବା ଫିଙ୍ଗିବା ସହ କଲେ ରାସ୍ତାରୋକ । ଏଭଳି ଅଭାବନୀୟ ପରିସ୍ଥିତି ଦେଖାଦେଇଛି ବାଲିପାଟଣା ଥାନା ଧାନହରା ହାଟରେ । ବାଲିପାଟଣା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଁଞ୍ଚି ଉତ୍ୟକ୍ତ ବ୍ୟବସାୟୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ  ହଟିଛି।

{"id":451901,"sizeSlug":"large","linkDestination":"none"}

ସୂଚନାନୁସାରେ, ଗୁରୁବାର ଦିନ ଧାନହରା ସାପ୍ତାହିକ ହାଟ ହୋଇଥାଏ । ବ୍ୟବସାୟୀ ମାନେ ରାସ୍ତାରେ ପରିବା ବିକ୍ରି କରୁଥିଲେ । କିଛି ବ୍ୟବସାୟୀ ଏବଂ ଗ୍ରାହକ ସାମାଜିକ ଦୂରତା ମାନିନଥିଲେ । ବାଲିପାଟଣା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ବ୍ୟବସାୟୀଙ୍କୁ ତାଗିଦ୍ କରିଥିଲା । ଏଥିରେ କିଛି ବ୍ୟବସାୟୀ ସେମାନଙ୍କ ପରିବା ରାସ୍ତା ରେ ଫିଙ୍ଗିବା ସହ ବାଲିପାଟଣା- ବନମାଳୀପୁର ରାସ୍ତା ଅବରୋଧ କରିଥିଲେ  । ପୋଲିସ ବ୍ୟବସାୟୀ ମାନଙ୍କୁ ଧମକ ଦେବା, ହାଟ ବନ୍ଦ କରିବା ଏବଂ ପରିବା ଫିଙ୍ଗିବା ଅଭିଯୋଗ କରିଥିଲେ ବ୍ୟବସାୟୀ । ଖବର ପାଇ ବାଲିପାଟଣା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଁଞ୍ଚି ବ୍ୟବସାୟୀମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

{"id":451903,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.