Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଥମୁନି ପେଗାସସ୍‌ ଝଡ଼: ଦୁଇ ସାମ୍ବାଦିକଙ୍କ ଫୋନ୍‌ ହ୍ୟାକ୍‌ ନେଇ ସ୍ପଷ୍ଟ କଲା ସାଇବର ସୁରକ୍ଷା ଏଜେନ୍ସି

30/07/2021 at 4:53 PM

ନୂଆଦିଲ୍ଲୀ ୩୦/୭: ଭାରତ ସମେତ ସାରା ବିଶ୍ବରେ ଏବେ ପେଗାସସ୍‌ ଚର୍ଚ୍ଚା ଚାଲିଥିବା ବେଳେ ଫ୍ରାନ୍ସରେ ବଡ଼ ଖୁଲାସା ହୋଇଛି। ସେଠାକର ଦୁଇ ସାମ୍ବାଦିକଙ୍କ ଫୋନ୍‌ ଏହି ସଫ୍ଟଓ୍ବାୟର ମାଧ୍ୟମରେ ହ୍ୟାକ୍‌ ହୋଇଥିବା ଜଣାପଡ଼ିଛି। ଏନେଇ ଫ୍ରାନ୍ସର ସିକ୍ୟୁରିଟି ଏଜେନ୍ସି ପକ୍ଷରୁ ସୂଚନା ମିଳିଛି । ଦୁଇ ସାମ୍ବାଦିକ ମଡିଆପାର୍ଟ ସମାଚାର ଆଉଟଲେଟ୍‌ ପାଇଁ କାମ କରୁଛନ୍ତି। ଯେଉଁ ଦୁଇ ସାମ୍ବାଦିକଙ୍କ ଫୋନ୍‌ ହ୍ୟାକ୍‌ ନେଇ ଖବର ମିଳିଛି ସେମାନଙ୍କ ନାଁ ଲିନେଗ ବ୍ରୋଡେକ୍ସ ଏବଂ ଏଡବି ପ୍ଲେନେଲ୍‌।

ସେମାନଙ୍କ ନାମ ଏମନେଷ୍ଟି ଇଣ୍ଟରନ୍ୟାସନାଲ୍‌ର ସିକ୍ୟୁରିଟି ଲ୍ୟାବ୍‌ ରିପୋର୍ଟରେ ଥିଲା। କିନ୍ତୁ ରିପୋର୍ଟ ଅନୁସାରେ ବିଶ୍ବରେ ୫୦ ହଜାର ଫୋନ୍‌ ନମ୍ବର ପେଗାସସ୍‌ ଦ୍ବାରା ହ୍ୟାକ୍‌ ହୋଇଥିଲା। ପେଗାସସ୍‌କୁ ଇସ୍ରାଏଲ୍‌ର ଏନଏସଓ ନିର୍ମାଣ କରିଛି।

ଭାରତରେ ପେଗାସସ୍‌ ଝଡ଼
ଏମନେଷ୍ଟି ଇଣ୍ଟରନ୍ୟାସନାଲ୍‌ ରିପୋର୍ଟ ଅନୁସାରେ ବିଶ୍ବର ୫୦ ହଜାର ନମ୍ବର ପେଗାସସ୍‌ ଦ୍ବାରା ହ୍ୟାକ୍‌ ହୋଇଥିଲା। ଏଥିରେ ବହୁ ଭାରତୀୟ ସାମ୍ବାଦିକ, ରାଜନେତା, ଅଧିକାରୀ, ଜଜଙ୍କ ନମ୍ବର ସାମିଲ ଅଛି। ରାହୁଲ ଗାନ୍ଧୀଙ୍କ ପାଖରୁ ପ୍ରଶାନ୍ତ କିଶୋରଙ୍କ ପର୍ଯ୍ୟନ୍ତ ଅନେକ ହସ୍ତିଙ୍କ ନାଁ ଥିବା କୁହାଯାଇଥିଲା। ସେପଟେ ଏନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ସଂସଦରେ ଝଡ଼ ସୃଷ୍ଟି ହୋଇଛି। ବିରୋଧୀ ପେଗାସସ୍‌କୁ ପ୍ରସଙ୍ଗ କରି ଗୃହ ଅଚଳ କରୁଥିବା ଦେଖିବାକୁ ମିଳୁଛି। ବିରୋଧୀ ଲଗାତାର ସରକାରଙ୍କ ଉପରେ ଚାପ ପକାଉଛନ୍ତି। କେମିତି ଭାରତକୁ ଆସିଲା ପେଗାସସ୍‌ ଏନେଇ ଯାଞ୍ଚ କରିବାକୁ ବିରୋଧୀ ଦାବି କରୁଛନ୍ତି।

କମ୍ପାନୀ କରିଥିଲା ଅଭିଯୋଗ
ଦୁଇ ସାମ୍ବାଦିକଙ୍କ ନାଁ ଆସିବା ପରେ ମିଡିଆପାର୍ଟ ଏହାକୁ ନେଇ ଏତଲା ଦେଇଥିଲା। ଏନେଇ ତଦନ୍ତ ହେବା ପରେ ଫ୍ରାନ୍ସର ସାଇବର ସୁରକ୍ଷା ଏଜେନ୍ସି, ଦୁଇ ସାମ୍ବାଦିକଙ୍କ ଫୋନ୍‌ ପେଗାସସ୍‌ ସଫ୍ଟଓ୍ବାୟର ସାହାଯ୍ୟରେ ହ୍ୟାକ୍‌ ହୋଇଥିବା ସ୍ପଷ୍ଟ ହୋଇଛି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ଲିଷ୍ଟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନଙ୍କ ନାମ ମଧ୍ୟ ରହିଛି। ଏହା ପରେ ଫ୍ରାନ୍ସ ସରକାର ଏହି ମାମଲା​‌ରେ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ।  

   Related Posts