Tuesday, September 17, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗୋଟିଏ ପଥର ଫିଙ୍ଗିବା ପରେ ଜଣା ପଡିଥାଏ ମାଆ ଗର୍ଭରେ ବଢ଼ୁଥିବା ଶିଶୁ ପୁଅ କି ଝିଅ! ଜାଣନ୍ତୁ କେମିତି…

ଲୋହରାଦଗା୧୩|୯: ଗର୍ଭବତୀ ମହିଳାଙ୍କ ପାଇଁ ସରକାର ନିୟମ କାନୁନ୍‌ କଡ଼ାକଡ଼ି କରିଛନ୍ତି। ଗର୍ଭରେ ବଢ଼ୁଥିବା ଶିଶୁର ଲିଙ୍ଗ ଜାଣିବା ଉପରେ ସରକାର କଟକଣା ଜାରି କରିଛନ୍ତି। ଯେଉଁମାନେ ଏମିତି କରୁଥିବେ ମେମାନଙ୍କ ବିରୋଧରେ ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇଥାଏ। ଏନେଇ ପୂର୍ବରୁ ସରକାରୀ ଓ ବେସରକାରୀ ହସ୍ପିଟାଲକୁ ନୋଟିସ କରାଯାଇଛି। ସାଧାଣରଣତଃ ମାଆ ଗର୍ଭରେ ବଢ଼ୁଥିବା ଶିଶୁ ପୁଅ କି ଝିଅ ଜାଣିବା ପାଇଁ ଅଲଟ୍ରାସାଉଣ୍ଡ କରାଯାଇଥାଏ। ଯାହାକି ସମ୍ପୂର୍ଣ୍ଣ ଅପରାଧ। ଏମତି ଏକ ଅଞ୍ଚଳ ରହିଛି ବିନା ପାଇସା  ଓ ଡାକ୍ତରଙ୍କ ଦ୍ବାରା ମାଆ ଗର୍ଭରେ ବଢ଼ୁଥିବା ଶିଶୁର ଲିଙ୍ଗ ଜାଣି ପାରିଥାନ୍ତି।

ସୂଚନା ଯୋଗ୍ୟ ଯେ, ଝାଡ଼ଖଣ୍ଡର ଲୋହରଦଗାସ୍ଥିତ ଖୁଖରା ଅଞ୍ଚଳର ଲୋକେ ମାଆ ଗର୍ଭରେ ବଢ଼ୁଥିବା ଶିଶୁ ପୁଅ ହେବ କି ଝିଅ ତାହା ସେମାନେ ଏକ ଅଭିନଭ ଢ଼ଙ୍ଗରେ ଜାଣି ପାରଥାନ୍ତି। ଜଣେ ଗର୍ଭବତୀ ମହିଳାଙ୍କ ସଂପର୍କରେ ଜାଣିବା ସେହି ଅଞ୍ଚଳ ଲୋକ ପ୍ରାଚୀନ ପରମ୍ପରା ଅନୁସାରେ ପାହାଡ଼ର ସାହାର୍ଯ୍ୟ ନେଇଥାନ୍ତି।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ନାଗବଂଶୀ ରାଜାଙ୍କ ଶାସନ କାଳରୁ ତାଙ୍କର ଏହି ପ୍ରଥା ରହି ଆସିଛି। ଲୋକଙ୍କ ୪୦୦ ବର୍ଷର ଭବଷ୍ୟିତ ସଂପର୍କରେ ଏହି ପାହାଡ଼ ସୂଚନା ଦେଇ ପାରେ ବୋଲି ସ୍ଥାନୀୟ କହିଥାନ୍ତି। ଏହି ପାହାଡ଼କୁ ସ୍ଥାନୀୟ ଲୋକ ଭଗବନାଙ୍କ ଭଳି ପୂଜାର କରିଥାନ୍ତି। ଏହି ପାହାଡରେ ଏକ ଚାନ୍ଦ ଆକୃତି ଭଳି ସ୍ଥାନ ରହିଛି।

ଗର୍ଭରେ ବଢ଼ୁଥିବା ଶିଶୁର ଲିଙ୍ଗ ଜାଣିବା ପାଇଁ ଏହି ପାହାଡ଼କୁ ଗର୍ଭବତୀ ମହିଳାମାନେ ଯାଇଥାନ୍ତି। ଏକ ନିର୍ଦ୍ଧିଷ୍ଟ ଦୂରରେ ରହି ମହିଳା ପଥର ପକାଇଥାନ୍ତି। ଯଦି ପଥରଟି ଚାନ୍ଦ ଆକୃତି ସ୍ଥାନର ମଝିରେ ପଡ଼ିଲା ତେବେ ପୁଅ ହେବ । ଯଦି ସେହି ନିର୍ଦ୍ଧିଷ୍ଟ ସ୍ଥାନରେ ନପଡ଼ିଲା ତେବେ ଝିଅ ହେବ ବୋଲି ସେହି ଅଞ୍ଚଳ ଲୋକ ମାନିଥାନ୍ତି। କେବେ ଏହା ସତ ହୋଇଥାଏ କି ନାହିଁ ତାହା ପରୀକ୍ଷା ସାପେକ୍ଷ ।

6556 Views

   ସମ୍ବନ୍ଧିତ ଖବର