Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଆପଣ ନିଜ ବଗିଚାରେ ଏହି ଗଛଗୁଡ଼ିକ ଲଗାଇଛନ୍ତି କି : ସବୁଠୁ ବଡ଼ ଭୁଲ୍ କରୁଛନ୍ତି ଆପଣ

14/07/2019 at 12:43 PM

କେତେକ ଗଛ ସକରାତ୍ମକ ଶକ୍ତି ଦେଉଥିବାବେଳେ କେତେକ ଗଛ ନକରାତ୍ମକ ଶକ୍ତି ଦେଇଥାଏ। ସେଥିପାଇଁ ଯେତେବେଳେ ଗଛ ଲଗାଇବେ ଭାବିଚିନ୍ତି ଗଛ ଲଗାଇବେ । ଆସନ୍ତୁ ଜାଣିବା ବୃକ୍ଷ ସମ୍ବନ୍ଧୀୟ କେତେକ ତଥ୍ୟ

୧.ଆମ୍ବ ଗଛ,ନିମ ଗଛ,ପିପ୍ପଳୀ ଗଛ ଏବଂ ତେନ୍ତୁଳି ଗଛ ଆଦି ଘର ସମ୍ମୁଖରେ ଲଗାଇବା ଅନୁଚିତ୍।

୨.ଯେଉଁ ଘରେ କଦମ୍ବ,କଦଳୀ ଏବଂ ଲେମ୍ବୁ ଅଧିକ ଫଳିଥାଏ ସେହି ଘରର ମାଲିକର କେବେ ସମୃଦ୍ଧି ହୋଇନଥାଏ।

୩.କୁହାଯାଏ ପୂର୍ବରେ ପିପ୍ପଳୀ,ଅଗ୍ନିକୋଣରେ କ୍ଷୀର ଜାତୀୟ ବୃକ୍ଷ,ଦକ୍ଷିଣରେ ନିମ୍ବ,ପଶ୍ଚିମରେ କଣ୍ଟାଜାତୀୟ ବୃକ୍ଷ,ଉତ୍ତରରେ କଦଳୀ ଲଗାଇବା ଅନୁଚିତ୍। ଏହା ଲଗାଇବା ପୂର୍ବରୁ ପ୍ରଥମେ ବାସ୍ତୁ ବିଷୟରେ ଜାଣି ନିଅନ୍ତୁ।

୪.ପୂର୍ବ ଦିଗରେ ଲାଗିଥିବା ଗଛ ଦ୍ବାରା ସମ୍ପତ୍ତି ହାନି,ପଶ୍ଚିମରେ ଲାଗିଥିବା କଣ୍ଟାଜାତୀୟ ବୃକ୍ଷ ଦ୍ବାରା ଶତ୍ରୃ ଭୟ,ଦକ୍ଷିଣରେ କ୍ଷୀରଜାତୀୟ ବୃକ୍ଷ ଦ୍ବାରା ଧନ ନାଶ ହୋଇଥାଏ ।

   Related Posts