ବଢିଲାଣି ଉପନିର୍ବାଚନ ତାତି : ଭର୍ଚୁଆଲ ରାଲିରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ, ସେପଟେ ଗ୍ରାଉଣ୍ଡକୁ ଯିବେ ବିଭିନ୍ନ ଦଳର ଷ୍ଟାର କ୍ୟାମ୍ପେନର

Published By : Prameya-News7 Bureau | October 17, 2020 IST

ବାଲେଶ୍ୱର, ୧୭ ।୧୦:  ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେନି ନବୀନ । ଭର୍ଚୁଆଲ୍‌ ରାଲି ମାଧ୍ୟମରେ ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବିଜେଡି ସଭାପତି । ସେପଟେ ଗ୍ରାଉଣ୍ଡରେ ତିନି ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଦଳୀୟ ନେତାମାନେ ପ୍ରଚାରକୁ ଜୋର୍‌ଦାର୍‌ କରିଛନ୍ତି । କେମିତି ରହିଛି ଦୁଇ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ କସରତର ମାହୋଲ ଚାଲନ୍ତୁ ତା’ ଉପରେ ଟିକେ ନଜର ପକାଇବା ।

{"id":346272,"sizeSlug":"large"}

ମଇଦାନରେ ମାତିଲେଣି ନେତା । ଜୋରଦାର ହେଲାଣି ପ୍ରଚାର । ଗ୍ରାଉଣ୍ଡକୁ ଯିବେ ବିଭିନ୍ନ ଦଳର ଷ୍ଟାର୍‌ କ୍ୟାମ୍ପେନର । ହେଲେ ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେନି ନବୀନ । ଭର୍ଚୁଆଲ୍‌ ରାଲି ମାଧ୍ୟମରେ ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ବିଜେଡି ସଭାପତି ପ୍ରଚାର କରିବେ ବୋଲି ଜଣାପଡ଼ିଛି  । କୋଭିଡ୍‌ କଟକଣାକୁ ନେଇ ଏଥର ଉପନିର୍ବାଚନରେ ସବୁ ଦଳ ପକ୍ଷରୁ ଡିଜିଟାଲ୍‌ ପ୍ରଚାର ଉପରେ ଅଧିକ ଗୁରୁତ୍ବ ଦିଆଯାଉଥିବା ବେଳେ ଭୋଟରଙ୍କ ପାଖରେ ନିଜ ନିଜର ଆଭିମୁଖ୍ୟ ପହଞ୍ଚାଇବାକୁ ସୋସିଆଲ୍‌ ମିଡିଆକୁ ମାଧ୍ୟମ କରିଛନ୍ତି ନେତା ।

{"id":346273,"sizeSlug":"large"}

ସେପଟେ ଗ୍ରାଉଣ୍ଡରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରରେ ମାତିଲେଣି ନେତା । ବାଲେଶ୍ବର ଉପନିର୍ବାଚନ ମଇଦାନରେ ଅଛନ୍ତି ୮ ପ୍ରାର୍ଥୀ । ଆଜି ପ୍ରାର୍ଥୀପତ୍ର ଯାଂଚ ବେଳେ କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ । ସତ୍ୟପାଠ କରିଥିବା ନୋଟାରୀଙ୍କ ଲାଇସେନ୍ସ ଅବଧି ସରିଯାଇଥିବା ଅଭିଯୋଗ କରିଥିଲେ । ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ ଉଭୟ ବିଜେପି ଓ କଂଗ୍ରେସ ।

ସେପଟେ ତିର୍ତ୍ତୋଲରେ ବଢ଼ୁଛି ନିର୍ବାଚନୀ ତାତି । ନିର୍ବାଚନ ମଣ୍ଡଳୀର ୨ଲକ୍ଷ ୩୯ହଜାର ଭୋଟରଙ୍କ ଭିତରୁ ୨୬ହଜାର ସଂଖ୍ୟାଲଘୁ ଭୋଟର ଅଛନ୍ତି । ଯାହାକୁ ନଜରରେ ରଖି ରାଜ୍ୟସଭା ସାଂସଦ ମୁନ୍ନା ଖାଁକୁ ପ୍ରଚାର ପାଇଁ ମଇଦାନରେ ଉତ୍ତାରିଛି ବିଜେଡି । ହେଲେ କଂଗ୍ରେସ ଓ ବିଜେପି ମଧ୍ୟ ବିଜେଡିର ରଣନୀତିକୁ ଟକ୍କର ଦେବାକୁ ପ୍ଲାନ୍‌ କରିଛନ୍ତି । ନିର୍ବାଚନରେ ସଂଖ୍ୟାଲଘୁଙ୍କ ଭୋଟ୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବାରୁ ଏବେ ସବୁ ଦଳଙ୍କ ନଜର ତା’ ଉପରେ ରହିଛି ।

ପନିର୍ବାଚନ ପାଇଁ ଆରମ୍ଭ ହୋଇଛି ତିନି ଦଳର ମହାଲଢ଼େଇ । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟରଙ୍କ ସମର୍ଥନ ପାଇବାକୁ ପୂରା ଦମ୍‌ ଲଗାଇଛନ୍ତି ଦଳର ତୁଙ୍ଗ ନେତା । ନୂଆ ନୂଆ ରଣନୀତି ପ୍ରସ୍ତତ୍‌ କରି ବିରୋଧୀଙ୍କୁ ମାତ୍‌ ଦେବାକୁ ଚାଲିଛି ଯୋଜନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.