କୋରାପୁଟ ରାଜନୀତି ସରଗରମ : ଖାଲିପଡିଥିବା ୨ଟି ଜିଲ୍ଲା ପରିଷଦ ଆସନ ପାଇଁ ଆସନ୍ତା ୨୭ରେ ଉପ-ନିର୍ବାଚନ

Published By : Prameya-News7 Bureau | November 13, 2019 IST

ଜୟପୁର ୧୩।୧୧: କୋରାପୁଟରେ ଖାଲି ପଡିଥିବା ଦୁଇଟି ଜିଲ୍ଲା ପରିଷଦ ଆସନ ପାଇଁ ଆସନ୍ତା ୨୭ ତାରିଖରେ ହେବ ଉପ ନିର୍ବାଚନ । ଏଥି ପାଇଁ କୋରାପୁଟ ରାଜନୀତି ଏବେ ସରଗରମ । ଉପ ନିର୍ବାଚନର ଫଳାଫଳ ଜିଲ୍ଲା ପରିଷଦ ଗଠନକୁ ପ୍ରଭାବିତ କରି ନପାରିଲେ ବି ଏହି ନିର୍ବାଚନ ମାଧ୍ୟମରେ ସବୁ ଦଳ ନିଜ ଶକ୍ତି ପ୍ରଦର୍ଶନ କରିବା ପାଇଁ ବ୍ୟଗ୍ର । ସ୍ଥାନୀୟ ପ୍ରସଂଗ ଆଧାରରେ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନେ ନିର୍ବାଚନ ଲଢୁଥିବା ବେଳେ ନିର୍ବାଚନକୁ ରୋଚକ କରିଛି ତୁଙ୍ଗ ନେତାଙ୍କ ଏଣ୍ଟ୍ରି ।

{"id":183569,"sizeSlug":"large"}

ସାଧାରଣ ନିର୍ବାଚନ ସରିବାର ୬ ମାସ ମଧ୍ୟରେ ପୁଣି କୋରାପୁଟ ଜିଲ୍ଲାରେ ରାଜନୈତିକ ପାଣି ପାଗ ଉଷ୍ମ । ଖାଲି ପଡିଥିବା ୨ଟି ଜିଲ୍ଲା ପରିଷଦ ଆସନ ପାଇଁ ଏହି ମାସ ୨୭ ତାରିଖରେ ହେବ ଉପ ନିର୍ବାଚନ । ପଟ୍ଟାଙ୍ଗୀ ଜୋନ ୧ରୁ ଜିଲ୍ଲା ପରିଷଦ ସଭ୍ୟ ଉମୁରୀ ଖୀଲଙ୍କ ମୃତ୍ୟୁ ଏବଂ ଦଶମନ୍ତପୁର ଜୋନ ୨ରୁ ପ୍ରଭୁ ଜାନୀ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଏହି ଦୁଇ ଆସନ ଖାଲି ପଡିଛି ।

{"id":183570,"sizeSlug":"large"}

ଏକାଧିକ ପ୍ରାର୍ଥୀ ଏହି ଦୁଇଟି ଆସନରେ  ପ୍ରାର୍ଥୀ ହୋଇଥିବା ବେଳେ ମୁଖ୍ୟ ଲଢେଇ ବିଜେଡି,କଂଗ୍ରେସ ଓ ବିଜେପି ମଧ୍ୟରେ ହେବ । ସ୍ଥାନୀୟ ପ୍ରସଂଗକୁ ପ୍ରାଥୀ ମାନେ ଇସ୍ୟୁ କରି ନିର୍ବାଚନ ଲଢୁଥିବା କହିଛନ୍ତି । ପଟ୍ଟାଙ୍ଗୀ ଜୋନରେ କୋଟିଆ ସମସ୍ୟା ସାଙ୍ଗକୁ ଆନ୍ଧ୍ରର ଅନୁ ପ୍ରଦେଶକୁ ବିରୋଧୀ ମାନେ ପ୍ରସଂଗ କରିଥିବା ବେଳେ ଦଶମନ୍ତପୁରରେ ରାସ୍ତା ,ପାଣି , ଶିକ୍ଷା ଓ ସ୍ବାସ୍ଥ୍ୟ ମୁଖ୍ୟ ପ୍ରସଂଗ ହୋଇଛି। ଆଉ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଆଧାରରେ ନିର୍ବାଚନକୁ ଓହ୍ଲାଇଛନ୍ତି ଶାସକ ଦଳର ପ୍ରାର୍ଥୀ ।

{"id":183571,"sizeSlug":"large"}

ଦୁଇଟି ଜିଲ୍ଲା ପରିଷଦ ଆସନରେ ଉପ ନିର୍ବାଚନ ଜିଲ୍ଲା ପରିଷଦ ଗଠନରେ କୌଣସି ଫରକ ପକାଇବ ନାହିଁ। ୨୯ଟି ଆସନ ମଧ୍ୟରୁ ଗତ ନିର୍ବାଚନରେ ବିଜେଡି ୨୪ଟି ଆସନ ଜିତିଥିବା ବେଳେ କଂଗ୍ରେସ ୪ଟି ଓ ବିଜେପି ମାତ୍ର ଗୋଟିଏ ଆସନ ଜିତିଥିଲା।ଏବେ ଏହି ଦୁଇଟି ଆସନ ଖାଲି ପଡିଥିବାରୁ ବିଜେଡିର ଆସନ ସଂଖ୍ୟା ୨୨କୁ ଖସି ଆସିଛି। ଏହି ଦୁଇଟି ଆସନ ନିଜ ପକ୍ଷକୁ ଆଣି ବିଜେଡିକୁ ଝଟକା ଦେବାକୁ ବିରୋଧୀ ରଣନୀତି କରୁଥିବା ବେଳେ ପୂର୍ବ ଥର ଠାରୁ ବଡ ମାର୍ଜିନରେ ଏହି ଆସନ ପୁଣି ଥରେ ଜିତିବା ଲକ୍ଷ୍ୟରେ ଶାସକ ବିଜେଡି। ତେଣୁ ଏହି ଆସନ ସବୁ ଦଳ ପାଇଁ ଏବେ ସମ୍ମାନର ପ୍ରଶ୍ନ। ଆଉ ଏଥି ପାଇଁଜିଜାନ୍ ଲଗାଇଦଇଛନ୍ତି ସବୁ ରାଜନୈତିକ ଦଳର ତୁଙ୍ଗ ନେତା ।

{"id":183572,"sizeSlug":"large"}

ଆସନ୍ତା ୨୭ ତାରିଖରେ ଏହି ଦୁଇଟି ଆସନରେ ଭୋଗ ଗ୍ରହଣ ହେବାକୁ ଥିବା ବେଳେ ୨୮ ତାରିଖ ପ୍ରକାଶ ପାଇବ ଫଳାଫଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.