ଉପନିର୍ବାଚନ : ପଟ୍ଟାଙ୍ଗି ଓ ଦଶମନ୍ତପୁର ବ୍ଲକ୍ର ଦୁଇଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟିଂ
27/11/2019 at 8:30 AM

ଜୟପୁର ୨୭।୧୧: କୋରାପୁଟ ଜିଲ୍ଲାରେ ଖାଲି ପଡିଥିବା ପଟ୍ଟାଙ୍ଗି ଓ ଦଶମନ୍ତପୁର ବ୍ଲକର ଦୁଇଟି ଜିଲ୍ଲା ପରିଷଦ ଆସନ ପାଇଁ ଆଜି ହେଉଛି ଭୋଟ୍ ଗ୍ରହଣ । ଏହି ଉପନିର୍ବାଚନରେ ଦଶମନ୍ତପୁର ବ୍ଲକର ୮ଟି ପଂଚାୟତର ୯୧ବୁଥରେ ୨୭୪୫୮ ଭୋଟର ନିଜ ମତ ଅଧିକାର ସାବ୍ୟସ୍ତ କରିବେ।

ସେହିପରି ପଟ୍ଟାଙ୍ଗିର ୭ଟି ପଂଚାୟତର ୨ଟି ସମ୍ବେଦନଶୀଳ ବୁଥ୍ ସହ ୭୯ଟି ବୁଥରେ ୨୩୬୪୯ ଭୋଟର ନିଜ ମତ ଅଧିକାର ସାବ୍ୟସ୍ତ କରିବେ ।

ଦଶମନ୍ତପୁରରେ ପ୍ରଭୁ ଜାନୀ ବିଧାୟକ ଭାବେ ନିର୍ବାଚିତ ହେବା ଓ ପଟ୍ଟାଙ୍ଗୀରେ ଜିଲ୍ଲା ପରିଷଦ ସଭ୍ୟ ଡୁମୁରୀ ଖିଲଙ୍କ ମୃତ୍ୟୁ ପରେ ଏହି ଦୁଇଟି ଆସନ କାଲି ପଡିଥିଲା । ଆସନ୍ତାକାଲି ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।