Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସୁନା କିଣି କୋଟି କୋଟି ଟଙ୍କା ରୋଜଗାର ଲୋକ କଲେ – ଆପଣ ବି କରି ପାରିବେ ଜାଣନ୍ତୁ କିପରି

14/11/2019 at 4:43 PM

ସୁନା କିଣି ଲୋକମାନେ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି । ଆଜତକ୍‌ରେ ବାହାରିଥିବା ଖବର ଅନୁଯାୟୀ ସୁନାକୁ ଆଜିଯାଏଁ ଲୋକ ପୁଞ୍ଜି ନିବେଶ ବା ବିନିଯୋଗର ଭଲ ମଧ୍ୟମ ବୋଲି ଭାବୁଛନ୍ତି । ଅଧିକାଂଶ ଲୋକ ସୁନା କିଣି ଘରେ ରଖିଥାଆନ୍ତି । ସୁନା ପାଇଁ ସୁରକ୍ଷା ଓ ଭୟ ଉଭୟ ଥାଏ ।

ଏବେ ଏହାର ବିକଳ୍ପ ଆସିଛି । ଆପଣ ସୁରକ୍ଷାର ସହ ସୁନା ରଖି ପାରିବେ । ଏଥିରେ ବି ଆପଣଙ୍କୁ ଟଙ୍କା ମିଳିବ । ସୁନା ବିନିଯୋଗ ବା ଗୋଲ୍ଡ ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡରେ ନିବେଶ କରିବାକୁ ପଡିବ । ଏହା ବାସ୍ତବ ବଦଳରେ ଭର୍ଚୁଆଲ୍‌ ସୁନା । ଆପଣ ସୁନା ଅଳଙ୍କାର ଭାବେ ନୁହେଁ ୟୁନିଟ ହିସାବରେ ସୁନା କିଣିବେ ।

ଷ୍ଟକ ଏକ୍ସଚେଞ୍ଜରେ ନିବେଶ କରିବା ପରି ଗୋଲ୍ଡ ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡରେ ଟଙ୍କା ନିବେଶ କରିବେ । ଆପଣ ଚାହିଁଲେ ସୁନା ଆପଣଙ୍କ ଘରେ ବି ଡେଲିଭରୀ କରି ଦିଆଯିବ । ଏଥିପାଇଁ ସେୟାର ବଜାରରେ ଟଙ୍କା ନିବେଶ କରିବା ପରି ଡିମାଟ୍‌ ଓ ଟ୍ରେଡିଙ୍ଗ ଆକାଉଣ୍ଟର ଆବଶ୍ୟକତା ରହିଛି ।

ଗୋଲ୍ଡ ଏକ୍ସଚେଞ୍ଜରେ ନିବେଶ କରିଥିବା ବିଭିନ୍ନ ଲୋକଙ୍କୁ ଅକ୍ଟୋବର ମାସରେ ୩୧ କୋଟି ଟଙ୍କାର ଫାଇଦା ବା ଲାଭ ହୋଇଛି । ଏହା ପୂର୍ବରୁ ବିଭିନ୍ନ ଲୋକ ୨ଶହ କୋଟି ଟଙ୍କା ବିନିଯୋଗ କରିଥିଲେ । ଏହା ଟଙ୍କା ବିନିଯୋଗ କରିବାର ଏକ ସୁରକ୍ଷିତ ମାଧ୍ୟମ । ଭାରତ ସରକାରଙ୍କ ମାନ୍ୟତା ମଧ୍ୟ ପାଇଛି ।

   Related Posts