ରାଜ୍ୟର ୨ଟି ବିଧାନସଭା କ୍ଷେତ୍ରରେ ହେବ ଉପନିର୍ବାଚନ: ସଜବାଜ ହେଲେଣି ରାଜନୈତିକ ଦଳ

Published By : Prameya-News7 Bureau | July 13, 2020 IST

ବାଲେଶ୍ବର୧୩/୭: ବାଲେଶ୍ବର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିନାହାନ୍ତି ନିର୍ବାଚନ କମିଶନ କିନ୍ତୁ ରାଜନୈତି ଦଳଗୁଡ଼ିକ ଆରମ୍ଭ କରି ଦେଲେଣି ପ୍ରସ୍ତୁତି। ଉପ-ନିର୍ବାଚନ ପାଇଁ କଂଗ୍ରେସ କମିଟି ଗଠନ କରି ଆଶାୟୀଙ୍କ ତାଲିକା ଉପରେ ଆଲୋଚନା ଜାରି ରଖିଥିବା ବେଳେ ବିଜେପି ଦଳୀୟ ସ୍ତରରେ ଆଲୋଚନା ଜାରି ରଖିଛି ।  କିନ୍ତୁ ବିଜେଡି ତିର୍ତ୍ତୋଲ ବିଧାୟକଙ୍କ ଦଶାହ କାର୍ଯ୍ୟକ୍ରମ ସରି ନଥିବାରୁ କୌଣସି ପ୍ରସ୍ତୁତି କରିନଥିବା କହିଛନ୍ତି । ବିଜେଡି ଆପେକ୍ଷା କରିଛି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ।

ରାଜ୍ୟରେ ଦୁଇଟି ବିଧାନସଭା କ୍ଷେତ୍ରରେ ହେବ ଉପନିର୍ବାଚନ । ସେ ନେଇ ସଜବାଜ ହେଲେଣି ରାଜନୈତିକ ଦଳ। ବାଲେଶ୍ବର ଏବଂ ତିର୍ତ୍ତୋଲରେ ଗୋଟି ଚାଳନା ଆରମ୍ଭ କଲେଣି । ଉପନିର୍ବାଚନ ପ୍ରସ୍ତୁତିରେ କଂଗ୍ରେସ ବର୍ତ୍ତମାନ ପାଇଁ ଆଗରେ ରହିଛି । ଉପନିର୍ବାଚନ ପାଇଁ କାର୍ଯ୍ୟକାରୀ ସମ୍ପାଦକ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛି କଂଗ୍ରେସ । ବାଲେଶ୍ବର ପର୍ଯ୍ୟବେକ୍ଷକ ଦାୟିତ୍ବରେ ବିଧାୟକ ତାରା ପ୍ରସାଦ ବାହିନୀପତି ଥିବା ବେଳେ ତିର୍ତ୍ତୋଲ ଦାୟିତ୍ବରେ ଅଛନ୍ତି ବିଧାୟକ ସୁର ରାଉତରାୟ  । ଏପଟେ ତିର୍ତ୍ତୋଲ ପାଇଁ ଦୁଇ ଜଣ ଆଶାୟୀ ପ୍ରାର୍ଥୀ ଆବେଦନ କରିଥିବା ବେଳେ ବାଲେଶ୍ବର ପାଇଁ କିଏ ପ୍ରାର୍ଥୀ ହେବ ଖୁବ ଶୀଘ୍ର ଚୂଡାନ୍ତ ହେବ କହିଛନ୍ତି ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ବାଲେଶ୍ବର ସିଟ ଥିଲା ବିଜେପିର।  ତିର୍ତ୍ତୋଲ ସିଟ ଥିଲା ବିଜେଡିର । ତେବେ ଏହି ଦୁଇ ଦଳ ଏପର୍ଯ୍ୟନ୍ତ ବିଧିବଦ୍ଧ ପ୍ରସ୍ତୁତି କରିନାହାନ୍ତି । ତିର୍ତ୍ତୋଲ ବିଧାୟକଙ୍କର ଦଶାହ ଯାଇ ନାହିଁ ଯେଉଁଥିପାଇଁ ବିଜେଡି କିଛି ଏହା ଉପରେ ପଦକ୍ଷେପ ​‌ନେଇ ନାହିଁ।ବିଷ୍ଣୁଦାସଙ୍କ ପରିବାରର କାହାକୁ ଟିକେଟ ଦିଆଯିବ କି ନାହିଁ ସେ ନେଇ ମୁଖ୍ୟମନ୍ତ୍ରୀ ନଷ୍ପତ୍ତି ନେବେ ବୋଲି କହିଛନ୍ତି ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ। ଏପଟେ ବିଜେପି କହିଛି ଦଳ ଭିତରେ ଉପନିର୍ବାଚନ ନେଇ ଆଲୋଚନା ଜାରି ରହିଛି। ଭଲ ପ୍ରାର୍ଥୀ ଦେବା ପାଇଁ ବିଚାରବିର୍ମଶ ଜାରି ରହିଛି । ମୋଦିଙ୍କ ଓଡିଶା ସାହାୟତା ଓ ସହଯୋଗକୁ ଆଧାର କରି ନିର୍ବାଚନ ଲଢ଼ିବୁ ବୋଲି ବିଜେପି କହିଛି।

ଜୁନ୍ ୧୭ ତାରିଖ​‌ରେ ବାଲେଶ୍ବର ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ଦେହାନ୍ତ ହୋଇଥିବା ବେଳେ  ଜୁଲାଇ ୭ ତାରିଖରେ ବିଜେଡି ବିଧାୟକ ବିଷ୍ଣୁଚରଣ ଦାସ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଆସନ୍ତ ୬ ମାସ ଭିତରେ ଏହି ଦୁଇଟି ସିଟରେ ହେବ ଉପନିର୍ବାଚନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.