Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

୩ଟି ଲୋକସଭା ଏବଂ ୨୯ ବିଧାନସଭା ସିଟ୍‌ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ, ସୁରକ୍ଷା ବ୍ୟବସ୍ଥା କଡାକଡି

29/10/2021 at 10:04 PM

ନୂଆଦିଲ୍ଲୀ ୨୯/୧୦ : ଦେଶର ୧୩ ରାଜ୍ୟରେ ୨୯ଟି ବିଧାନସଭା ଏବଂ ୩ଟି ଲୋକସଭା ଆସନରେ ପାଇଁ ଆସନ୍ତାକାଲି ହେବାକୁ ଯାଉଛି ଭୋଟ ଗ୍ରହଣ । ଭୋଟ ଗ୍ରହଣ ସମୟରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ସହ କୋଭିଡ ନିୟମର କଡାକଡି ପାଳନ ପାଇଁ ବ୍ୟବସ୍ଥା କରାଯାଇଛି । ଅଧିକାଂଶ ଆସନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ସିଧା ଲଢେଇ ହେବାକୁ ଯାଉଛି ।

୩ଟି ଲୋକସଭା ଏବଂ ୨୯ଟି ବିଧାନସଭା ଆସନରେ ଉପ-ନିର୍ବାଚନ

ଦାଦ୍ରା ଏବଂ ନଗର ହାଭେଲୀ, ହିମାଚଳ ପ୍ରଦେଶର ମଣ୍ଡି ଏବଂ ମଧ୍ୟପ୍ରଦେଶର ଖଣ୍ଡୱା ଲୋକସଭା ଆସନ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଏଥି ସହିତ ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ୨୯ଟି ବିଧାନସଭା ଆସନ ମଧ୍ୟରୁ ପାଞ୍ଚଟି ଆସାମରେ, ପଶ୍ଚିମବଙ୍ଗରେ ୪ଟି, ମଧ୍ୟପ୍ରଦେଶର ୩ଟି, ହିମାଚଳ ପ୍ରଦେଶ ଏବଂ ମେଘାଳୟରେ ୩ଟି ଲେଖାଏଁ, ବିହାରରେ, ରାଜସ୍ଥାନ ଏବଂ କର୍ଣ୍ଣାଟକରେ ଦୁଇଟି ଲେଖାଏଁ ସିଟ୍‌ରେ ଉପ ନିର୍ବଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଆନ୍ଧ୍ର ପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ମିଜୋରାମ ଏବଂ ତେଲେଙ୍ଗାନାର ଗୋଟିଏ ଲେଖାଏଁ ଆସନରେ ଉପ ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ ହେବ । ନଭେମ୍ବର ୨ ତାରିଖରେ ଭୋଟ ଗଣତି ହେବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିସନର ।

ନାଗାଲାଣ୍ଡର ଶମାତୋରା-ଚେସୋର ବିଧାନସଭା ଆସନ ପାଇଁ ମଧ୍ୟ ଉପ-ନିର୍ବାଚନ ଘୋଷଣା କରାଯାଇଥିଲା । କିନ୍ତୁ ଆଞ୍ଚଳିକ ଦଳ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍‌ ପାର୍ଟି (ଏନଡିପିପି)ର ପ୍ରାର୍ଥୀ ନିର୍ବିରୋଧରେ ବିଜେତା ଘୋଷିତ ହୋଇଥିଲେ। ଲୋକସଭାର ୩ ଜଣ ସଦସ୍ୟଙ୍କ ଦେହାନ୍ତ କାରଣରୁ ସେଠାରେ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ସହିତ କିଛି ବିଧାନସଭା ଆସନରେ ବିଧାୟକଙ୍କ ଦେହାନ୍ତ ଏବଂ ଦଳ ବଦଳ କାରଣରୁ ଇସ୍ତଫା ଦେବାରୁ ସେଠାରେ ପୁନଶ୍ଚ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଭୋଟ ଦାନ କେନ୍ଦ୍ରଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଛି।

   Related Posts