Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ଉପ ନିର୍ବାଚନ ପାଇଁ ବଢୁଛି ତାତି: ମୁଡରେ ନାହିଁ ବିଜେପି, ସମ୍ବିଧାନର କଥା କହୁଛି ବିଜେଡି, କଂଗ୍ରେସ କରିବ କ’ଣ ?

18/07/2020 at 7:06 PM

ଭୁବନେଶ୍ଵର ୧୮।୦୭:  ଆଗକୁ ବିହାର ସହ କେତେକ ରାଜ୍ୟରେ ଉପନିର୍ବାଚନ ରହିଛି।  କରୋନା ମହାମାରୀ ସମୟରେ ଉପନିର୍ବାଚନ ହେଲେ ରାଜନୈତିକ ଦଳ ଗୁଡିକ କେମିତି ପ୍ରଚାର ଓ ପବ୍ଲିକ ମିଟିଂ କରିବେ ସେ ନେଇ ମତାମତ ଲୋଡିଛନ୍ତି  ନିର୍ବାଚନ କମିଶନ।  ନିର୍ବାଚନ ହେଲେ ପବ୍ଲିକ ମିଟିଂ ଆବଶ୍ୟକ ନାହିଁ । କେବଳ କୋଭିଡ ଗାଇଡ ଲାଇନ ଅନୁସାରେ ଭୋଟ ଗ୍ରହଣ ହୋଇପାରିବ। କିନ୍ତୁ ସରାକରୀ ଦଳ ନିର୍ବାଚନ କରିବାକୁ ମନା କରିବେ। କାରଣ ପବ୍ଲିକ ମିଟିଂ କରିପାରିବେନି  ବୋଲି କଂଗ୍ରେସ ଅଭିଯୋଗ କରିଛି। ଏପଟେ ବିଜେପି ଉପନିର୍ବାଚନ କରିବା ମୁଡରେ ନାହିଁ। ଆଉ ବିଜେଡି କହିଛି ଗଣତନ୍ତ୍ର ଏବଂ ସମ୍ବିଧାନର ସମ୍ମାନ କେମିତ ରକ୍ଷା ହୋଇପାରିବ ସେ ନେଇ ନିର୍ବାଚନ କମିଶନଙ୍କୁ ପ୍ରସ୍ତାବ ଦିଆଯିବ।  

ଗୋଟିଏ ପଟେ କରୋନା ମହାମାରୀ ଓ ଅନ୍ୟପଟେ ରାଜ୍ୟରେ ଉପନିର୍ବାଚନ ଚିନ୍ତା। କେମିତି ରାଜନୈତିକ ଦଳମାନେ କ୍ୟାମ୍ପେନ ଆଉ ପବ୍ଲିକ ମିଟିଂ କରିବେ। ଏଥିପାଇଁ ନିର୍ବାଚନ କମିଶନ ସବୁ ଜାତୀୟ ଓ ଆଞ୍ଚଳିକ ଦଳର ମତାମତ ଲୋଡିଛନ୍ତି। ଜୁଲାଇ ୩୧ ତାରିଖ ସୁଦ୍ଧା  କରୋନା ମହମାରୀ ସମୟରେ କେମିତି ପ୍ରଚାର କରିବେ ସେ ନେଇ ମତାମତ ରଖିବାକୁ କମିଶନ କହିଛନ୍ତି। ଏହାକୁ ନେଇ କଂଗ୍ରେସ କହିଛି ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡକାନ୍ତୁ । କୋଭିଡ ଗାଇଡ ଲାଇନ ଭିତରେ ଉପନିର୍ବାଚନ ହୋଇପାରିବ । ଭୋଟ ଗ୍ରହଣରେ କିଛି ଅସୁବିଧା ହେବ ନାହିଁ । ଭୋଟର ସମାଜିକ ଦୂରତ୍ବ ରକ୍ଷାକରି ହାତ ସାନିଟାଇଜ କରି ଭୋଟ ଦେବେ। କିନ୍ତୁ ସରକାରୀ ଦଳମାନେ ଉପନିର୍ବାଚନ କରିବାକୁ ମନା କରିବେ। କାରଣ ଏହି ସମୟରେ ସେମାନେ ପବ୍ଲିକ ମିଟିଂ କରିପାରିବେନି କି ଜନତାଙ୍କୁ ମିଥ୍ୟା ଆଶ୍ବାସନା ଦେଇପାରିବେନି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଏପଟେ ବିଜେପି କିନ୍ତୁ ଉପନିର୍ବାଚନ କରିବା ମୁଡରେ ନାହିଁ। ଯେ ପର୍ଯ୍ୟନ୍ତ କରୋନା ମହାମାରୀ ଟଳିନି ସେ ପର୍ଯ୍ୟନ୍ତ ଉପନିର୍ବାଚନ ନକରିବା ଭଲ ବୋଲି ଯୁକ୍ତି ବାଢ଼ିଛି । କିନ୍ତୁ ବିଜେଡି କହିଛି କରୋନା ଭିତରେ କିଭଳି ଗଣତନ୍ତ୍ର ଏବଂ ସମ୍ବିଧାନିକ ସମ୍ମାନ ରକ୍ଷା ହୋଇପାରିବ ସେ ନେଇ  ବିଜୁ ଜନତା ଦଳ ସଭାପତି ନିର୍ବାଚନ କମିଶନଙ୍କୁ ଜଣାଇବେ ।

ରାଜ୍ୟରେ ଏଥର ବାଲେଶ୍ବର ଏବଂ ତିର୍ତ୍ତୋଲରେ ଉପନିର୍ବାଚନ ହେବ । ତେଣୁ ଉଭୟ ସିଟ  ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ଗୁରୁତ୍ବପୂର୍ଣ୍ଣ । ଉପନିର୍ବାଚନ ହେଲେ ରାଜ୍ୟନୈତିକ ଦଳ ଭୋଟରଙ୍କୁ ତାଙ୍କ ଆଡକୁ ଆକୃଷ୍ଟ କରିବା ପାଇଁ ପବ୍ଲିକ ମିଟିଂ ସହ ପ୍ରଚାରକୁ ଜୋଦଦାର କରିବେ । କିନ୍ତୁ ବର୍ତ୍ତମାନ ସମୟରେ ଏସବୁ କଲେ କରୋନା ମହାମାରୀ ବ୍ୟପିବ । ସେଥିପାଇଁ ନିର୍ବାଚନ କମିଶନ ଉପନିର୍ବାଚନ ନେଇ ତାରିଖ ଘୋଷଣା କରିବା ପୂର୍ବରୁ ରାଜନୈତିକ ଦଳ ମାନଙ୍କ ମତ ଲୋଡିବା ସ୍ବାଗତ ଯୋଗ୍ୟ ।

   Related Posts