ନଭେମ୍ବର ୨୯ ପୂର୍ବରୁ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ-ନିର୍ବାଚନ

Published By : Prameya-News7 Bureau | September 04, 2020 IST

ନୂଆଦିଲ୍ଲୀ ୦୪।୦୯: ନଭେମ୍ବର ୨୯ ପୂର୍ବରୁ ସରିବ ଉପନିର୍ବାଚନ । ୬୪ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ହେବ ଉପ-ନିର୍ବାଚନ । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ନିର୍ବାଚନ କମିଶନ । ତେବେ ଏହି ତାଲିକାରେ ଓଡ଼ିଶାରେ ୨ଟି ବିଧାନସଭା ଆସନ ପାଇଁ ହେବ ଉପନିର୍ବାଚନ । ବାଲେଶ୍ବର ଓ ତିର୍ତ୍ତୋଲ ଆସନ ପାଇଁ ହେବ ନିର୍ବାଚନ । ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ ହୋଇଥିଲା । ଏହାର କିଛି ଦିନ ପରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁଚରଣ ଦାସଙ୍କ ପରଲୋକ ମଧ୍ୟ ହୋଇଥିଲା । ଏହାପର ଠାରୁ ଏହି ଦୁଇଟି ଆସନ ଖାଲିଥିଲା । ତେବେ ନିର୍ବାଚନ କମିଶନଙ୍କ ସଦ୍ୟ ଘୋଷିତ ତାରିଖ ଅନୁୟାୟୀ ନଭେମ୍ବର ୨୯ପୂର୍ବରୁ ନିର୍ବାଚନ ସରିବ ।

wp:core-embed/wordpress {"url":"http://www.prameyanews7.com/election-commission-announced-bihar-assembly-elections-will-be-completed-before-november-29/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/election-commission-announced-bihar-assembly-elections-will-be-completed-before-november-29/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.