Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ : ଭୋଟଗ୍ରହଣ ଜାରି , ଗ୍ଲୋଭସ ପିନ୍ଧି ଇଭିଏମ୍ ବଟନ୍ ଦବାଉଛନ୍ତି ଭୋଟର

3/11/2020 at 7:34 AM

ଭୁବନେଶ୍ୱର ୦୩।୧୧: ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଆରମ୍ଭ । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟଗ୍ରହଣ। କୋଭିଡ୍  କଟକଣା ମଧ୍ୟରେ ଉଭୟ ଆସନରେ ଉପନିର୍ବାଚନ ଭୋଟ ଗ୍ରହଣ ହେଉଛି ।

ଭୋଟରମାନେ ଗ୍ଲୋଭସ ପିନ୍ଧି ଇଭିଏମ ବଟନ୍ ଦବାଇ ନିଜ ପସନ୍ଦର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବେ । ବୁଥ୍  ଭିତରକୁ ଯିବା ପୂର୍ବରୁ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି। ଯଦି ଭୋଟରଙ୍କ ଦେହର ତାପମାତ୍ରା ଅଧିକ ରୁହେ ତେବେ ତାଙ୍କୁ ଏକ କୁପନ୍ ଦିଆଯିବ। ସେ ମତଦାନର ଶେଷ ଘଣ୍ଟାରେ ଆସି ଭୋଟ ଦେବେ ।

ବାଲେଶ୍ବରରେ ୨ ଲକ୍ଷ ୩୦ ହଜାର ୨୯୭ ଏବଂ ତିର୍ତ୍ତୋଲରେ ୨ ଲକ୍ଷ ୩୭ ହଜାର ୨୮୨ ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥର ବୁଥ୍ ସଂଖ୍ୟା ବଢାଯାଇଛି । ବାଲେଶ୍ବର ସଦରରେ ୩୪୬ ଏବଂ ତିର୍ତ୍ତୋଲରେ ୩୭୩ ବୁଥ୍ ରେ ମତଦାନ ହେଉଛି । ଗୋଟିଏ ବୁଥରେ ସର୍ବାଧିକ ୧ ହଜାର ମତଦାତା ଭୋଟ ଦେବେ। ଗୋଲେଇ ଭିତରେ ୬ ଫୁଟ ସାମାଜିକ ଦୂରତା ରକ୍ଷା କରି ଭୋଟର ଠିଆ ହେବେ । ସୁରୁଖୁରୁରେ ମତଦାନ ଲାଗି ୮ଶହ ଆଶା କର୍ମୀ ଏବଂ ୮ଶହ ସ୍ବେଚ୍ଛାସେବୀ ନିୟୋଜିତ ହୋଇଛନ୍ତି ।

ମତଦାନ ପାଇଁ ଭୋଟରମାନେ ଆଧାର କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ଦେଖାଇ ପାରିବେ। ୧୧ଟି ପରିଚୟପତ୍ର ମଧ୍ୟରୁ  କୌଣସି ଗୋଟିଏ ନେଇ ପାରିବେ । ବାଲେଶ୍ବରରେ ୮୬ ଟି ଏବଂ ତିର୍ତ୍ତୋଲରେ ୧୫୫ ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଅବାଧ ନିର୍ବାଚନ ଲାଗି ୩୫ଶହ ପୋଲିଂ ଅଫିସର ନିୟୋଜିତ ହୋଇଛନ୍ତି । ସୁରକ୍ଷା ବ୍ୟବସ୍ଥା ପାଇଁ ୯୦ ପ୍ଲାଟୁନ ପୋଲିସ ଫୋର୍ସ, ୨୫୧ ଜଣ ପୋଲିସ ଅଫିସର ନିୟୋଜିତ ହୋଇଛନ୍ତି।

ସେହିପରି ଭୋଟିଂ ଆରମ୍ଭ ହେବା ପୂର୍ବରୁ ୫ ରାଉଣ୍ଡର ମକ୍  ପୋଲ କରାଯାଇଥିଲା। ଇଭିଏମରେ ଥିବା ପ୍ରତି ପ୍ରାର୍ଥୀଙ୍କ ପାଇଁ ୫ ରାଉଣ୍ଡ ମକ୍  ପୋଲ୍  କରାଯାଇଥିଲା। ସବୁ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ୫ ରାଉଣ୍ଡ ଲେଖାଏଁ ମକ୍  ପୋଲ୍  କରାଯାଇଥିଲା। ଏହି ଏହି ମକ୍  ପୋଲ୍ ର ଚିରକୁଟିକୁ ନେଇ ଏଜେଣ୍ଟଙ୍କ ଉପସ୍ଥିତିରେ ଗଣତି କରାଯାଇଥିଲା। ଏହାପରେ ପ୍ରକୃତ ଭୋଟିଂ ପ୍ରକ୍ରିୟା ପାଇଁ ସବୁ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କ ଉପସ୍ଥିତିତରେ ଇଭିଏମ୍ ସିଲ୍ କରାଯାଇଛି। ଭୋଟଦାନ ପ୍ରକ୍ରିୟା ପୂର୍ବରୁ ଏହି ମକ୍  ପୋଲ୍  କରାଯାଇଥାଏ।

   Related Posts