Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଚୀନର ସବୁଠୁ ବଡ ବୈଜ୍ଞାନିକଙ୍କ ଦୃଢୋକ୍ତି: ଚଳିତ ମାସ ଶେଷ ସୁଦ୍ଧା ହ୍ରାସ ପାଇବ କରୋନାର ପ୍ରକୋପ

2/04/2020 at 7:39 PM

ନୂଆଦିଲ୍ଲୀ ୦୨।୦୪: ଗତ ଅନେକ ଦିନ ହେବ କରୋନା ଭାଇରସ୍‌ କାରଣରୁ ଭାରତ ସମେତ ବିଶ୍ଵର ଅନେକ ଦେଶ ଲକ୍‌ଡାଉନ୍‌ରେ ରହିଛି। ଏହା ମଧ୍ୟରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ, ଏ ସବୁ କେବେ ଶେଷ ହେବ ?  ଦୁନିଆର ସମସ୍ତ ନେତା ଓ ବୈଜ୍ଞାନିକ ମଧ୍ୟ ନିଜକୁ ଏହି ପ୍ରଶ୍ନ ପଚାରୁଛନ୍ତି ଯେ କେବେ ଏହି ବିପତ୍ତି ଟଳିବ। ଏହା ମଧ୍ୟରେ ଏକ ଭଲ ଖବର ଆସି ପହଞ୍ଚିଛି। ଚୀନର ସବୁଠୁ ପ୍ରତିଷ୍ଠିତ ବୈଜ୍ଞାନିକ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ଆଗାମୀ ଚାରି ସପ୍ତାହ ଅର୍ଥାତ ଗୋଟିଏ ମାସ ଭିତରେ କରୋନା ସମାପ୍ତ ହେବା ଆରମ୍ଭ ହୋଇଯିବ।

ଚୀନର ସବୁଠୁ ବଡ ବୈଜ୍ଞାନିକ ଡ. ଜନ ନାନଶାନ କହିଛନ୍ତି ଏପ୍ରିଲ ମାସ ଶେଷ ସୁଦ୍ଧା କରୋନା ଭାଇରସ୍‌ର ପ୍ରକୋପ ହ୍ରାସ ପାଇବା ଆରମ୍ଭ ହେବ। ନାନଶାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ଚୀନ ପୁନର୍ବାର ଏହି ଭାଇରସ୍‌ରେ ସଂକ୍ରମିତ ହେବ ନାହିଁ। ଚୀନର ଏକ ଟିଭି ଚ୍ୟାନେଲରେ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ, ଦୁନିଆର ଅନେକ ଦେଶ ଏହାକୁ ରୋକିବା ପାଇଁ ଲକ୍‌ଡାଉନ୍‌ ପରି ଯେଉଁ ପଦକ୍ଷେପ ଉଠାଇଛନ୍ତି ତାହା ସବୁଠୁ ପ୍ରଭାବଶାଳୀ ପଦକ୍ଷେପ। ଭରସା ରଖନ୍ତୁ ଏପ୍ରିଲ ଶେଷ ସୁଦ୍ଧା କରୋନାର ପ୍ରକୋପ ସମାପ୍ତ ହେବା ଆରମ୍ଭ ହେବ।

ଉଲ୍ଲେଖଯୋଗ୍ୟ, ଏବେ ସୁଦ୍ଧା ଆମେରିକା, ଇଟାଲୀ ଓ ସମସ୍ତ ୟୁରୋପ ସମେତ ପୂରା ଦୁନିଆରେ କରୋନା ଭାଇରସ୍‌ରେ ପ୍ରାୟ ୯.୪୨ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ଏହି ମହାମାରୀରେ ସବୁଠୁ ଅଧିକ ଆମେରିକା ଓ ଇଟାଲୀ ପ୍ରଭାବିତ ହୋଇଛନ୍ତି। ଆମେରିକାରେ ଏ ପର୍ଯ୍ୟନ୍ତ ଏହି ସଂକ୍ରମଣରେ ୨.୧୬ ଲକ୍ଷ ଲୋକ ଏହାର ଶିକାର ହୋଇଥିବା ବେଳେ ଇଟାଲୀରେ ୧.୧୦ ଲକ୍ଷ ଲୋକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

   Related Posts