Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||

ସନ୍ଧ୍ୟା ୭ଟା ସୁଦ୍ଧା ରାଜ୍ୟରେ ୮୪ ପ୍ରତିଶତ ଟିକାକରଣ, ଆଗାମୀ ୧୦ ଦିନରେ ସମସ୍ତ ପଞ୍ଜୀକୃତଙ୍କୁ ଦିଆଯିବ ଟିକା

16/01/2021 at 8:06 PM

ଭୁବନେଶ୍ଵର ୧୬।୦୧: ଧୈର୍ଯ୍ୟ ଓ ଅପେକ୍ଷାରେ ପଡ଼ିଲା ପୂର୍ଣ୍ଣଛେଦ । ସମଗ୍ର ଦେଶ ସହିତ ଓଡ଼ିଶାରେ ଆରମ୍ଭ ହେଲା ମେଗା ଭ୍ୟାକ୍ସିନେସନ। ରାଜ୍ୟର ୧୬୧ କେନ୍ଦ୍ରରେ ଭ୍ୟାକ୍ସିନ୍ ନେଲେ ସ୍ବାସ୍ଥ୍ୟକର୍ମୀ । କୋଭିଡ୍ ପାଇଁ ଭ୍ୟାକ୍ସିନେସନ ଆରମ୍ଭ ହୋଇଥିବାରୁ ଖୁସି ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସକାଳ ସାଢ଼େ ୧୦ଟାରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଜଣେ ସଫେଇ କର୍ମଚାରୀଙ୍କୁ ଦିଆଯାଇଥିଲା ପ୍ରଥମ ଟିକା।  ଆଜି ସନ୍ଧ୍ୟା ୭ଟା ସୁଦ୍ଧା ରାଜ୍ୟରେ ୮୪ ପ୍ରତିଶତ ଟିକାକରଣ ହୋଇଛି। ୧୩ ହଜାର ୭୪୫ ଜଣଙ୍କୁ ଟିକା ଦିଆଗଲାଣି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ଅନୁଗୁଳ, ବାଲେଶ୍ଵର, କନ୍ଧମାଳ, କୋରାପୁଟରେ ଶତ ପ୍ରତିଶତ ଟିକାକରଣ ହୋଇଥିବା ଜଣା ପଡିଛି।  ରାଜ୍ୟରେ ଆଜି ୧୬ ହଜାର ୩୧୪ ଜଣଙ୍କୁ ଟିକାଦାନ ଲକ୍ଷ୍ୟ ରଖାଯାଇଛି।

ପ୍ରଥମ ଦିନର ଟିକାକରଣ କାର୍ଯ୍ୟକ୍ରମ ନେଇ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି ଯେ, ଆଜି ପ୍ରଥମ ଦିନରେ ସୁରୁଖୁରୁରେ ଟିକାଦାନ କାର୍ଯ୍ୟକ୍ରମ ସରିଛି। ଢେଙ୍କାନାଳ ଜିଲ୍ଲାର ଜଣେ ବ୍ୟକ୍ତିଙ୍କଠାରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ହେଲେ ସଂପୃକ୍ତ ବ୍ୟକ୍ତିଙ୍କ ସ୍ଵାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ସ୍ଵାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟରେ ଟିକାକରଣ ପାଇଁ ୩ ଲକ୍ଷ ୩୮ ହଜାର ପଞ୍ଜୀକୃତ ହୋଇଛନ୍ତି। ଆଗାମୀ ୧୦ ଦିନରେ ସମସ୍ତ ପଞ୍ଜୀକୃତଙ୍କୁ ଟିକା ଦିଆଯିବ। ୫୦ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ଟିକାକରଣ ସଂପର୍କରେ କେନ୍ଦ୍ର ସହ ଆଲୋଚନା ହୋଇଛି। ତୁରନ୍ତ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ଦାବି କରିଥିବା କହିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ।

ଏହା ପୂର୍ବରୁ  ଏହି ମେଗା ଭ୍ୟାକ୍ସିନେସନ ଅବସରରେ ସ୍ବାସ୍ଥ୍ୟକର୍ମୀଙ୍କ ତ୍ୟାଗ ଓ ସେବାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ । ତେବେ ସାରା ରାଜ୍ୟରେ କରାଯାଇଥିବା ମେଗା ଭ୍ୟାକ୍ସିନେସନ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।  

ରାଜ୍ୟର ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୫ଜଣିଆ ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯାଇଛି । ଟିକାକରଣ ପାଇଁ ବିଶ୍ରାମ କକ୍ଷ ଭ୍ୟାକ୍ସିନେସନ କକ୍ଷ, ନିରୀକ୍ଷଣ କକ୍ଷ ବ୍ୟବସ୍ଥା ହୋଇଛି । ରାଜ୍ୟରେ କୋଭିସିଲ୍ଡ ଟିକାର ୪ଲକ୍ଷ ୮ହଜାର ଡୋଜ୍ ରହିଥିବା ବେଳେ, କୋଭାକ୍ସିନ ଟିକାର ୨୦ହଜାର ଡୋଜ୍ ଗଚ୍ଛିତ ରହିଛି । ଭୁବନେଶ୍ବରରେ ୯ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ କୋଭାକ୍ସିନ ଟିକା ଦିଆଯିବା ସହ ଅନ୍ୟ ଜିଲ୍ଲାରେ ୧ଲକ୍ଷ ୮୩ହଜାର ୫୫୫ସ୍ବାସ୍ଥ୍ୟକର୍ମୀଙ୍କୁ କୋଭିସିଲ୍ଡି ଟିକା ଦିଆଯିବ ।

ରାଜ୍ୟରେ ୩ଲକ୍ଷ ୩୮ହଜାର ସ୍ବାସ୍ଥ୍ୟକର୍ମୀ ପଞ୍ଜିକୃତ ହୋଇଥିବା ବେଳେ ପ୍ରଥମ ଦଫାରେ ୧ ଲକ୍ଷ ୯୨ହଜାର ଲୋକଙ୍କୁ ଦିଆଯିବ ଟିକା । ଆଜି ରାଜ୍ୟର ୧୬୧ଟି ଟିକାକରଣ କେନ୍ଦ୍ରରେ ୧୬ହଜାର ୧୦୦ଜଣଙ୍କୁ ଟିକା ଦିଆଯାଇଛି । ତେବେ ଆସନ୍ତାକାଲି ରବିବାର ଟିକାକରଣ ବନ୍ଦ ରହିବ । କାରଣ ଗୋଟିଏ ଦିନ ଟିକା ନେଇତିବା ବ୍ୟକ୍ତିମାନଙ୍କୁ ଅବଜର୍ଭେସନରେ ରଖାଯିବ । ପୁଣି ସୋମବାର ଠାରୁ ଟିକାକରଣ ଯେଉଁଭଳି ଭାବେ ଚାଲିବା କଥା ଚାଲିବ ବୋଲି କହିଛନ୍ତି  ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ।

ଭୁବନେଶ୍ବରରେ ୬ଟି ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ସମ୍ ହସ୍ପିଟାଲରେ ପ୍ରଥମେ ଟିକା ନେଇଥିଲେ ଏମସ୍ର ପୂର୍ବତନ ନିର୍ଦେଶକ ତଥା ଶିକ୍ଷା ଅନୁସନ୍ଧାନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର । କୌଣସି ଗୁଜବରେ ବିଶ୍ବାସ ନକରି ସମସ୍ତେ କରୋନା ଟିକା ନେବା ପାଇଁ  ଆଗେଇ ଆସିବା ଦରକାର ବୋଲି ସେ କହିଥିଲେ । ସେହିଭଳି କରୋନା ସମୟରେ ପରିବାରକୁ ପଛ କରି ରୋଗୀସେବାରେ ଦିନରାତି ଏକ କରିଦେଇଥିବା ସମ୍କୋଭିଡ୍ ହସ୍ପିଟାଲର ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀ ପ୍ରଥମ ଦିନରେ କୋଭିଡ୍ ଟିକା ନେବା ସହ ଏହାକୁ ନେଇ ଭାବବିହ୍ବଳ ହୋଇପଡ଼ିଥିଲେ ।

   Related Posts