Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଧନତେରସ ଦିନ ଭୁଲରେ ବି କିଣନ୍ତୁନି ଏହିସବୁ ଜିନିଷ, ହୋଇଥାଏ ଅଶୁଭ

26/10/2021 at 9:14 PM

ଭୁବନେଶ୍ୱର ୨୬/୧୦ : ଏଥର ଦୀପର ପର୍ବ ଦୀପାବଳି ନଭେମ୍ବର ୪ ତାରିଖରେ ପଡୁଛି। ହିନ୍ଦୁ ଧର୍ମରେ ଦୀପାବଳିର ବିଶେଷ ମହତ୍ତ୍ୱ ରହିଛି। ଦୀପାବଳି ଭଳି ଧନତେରସର ମଧ୍ୟ ଅନେକ ମହତ୍ତ୍ୱ ରହିଛି। ଏଥର ଧନତେରସ ୨ ତାରିଖରେ ପଡୁଛି। ଏହି ଦିନ ସୁନା, ରୁପା, ବାସନ, ଝାଡୁ ଭଳି ଅନେକ ଜିନିଷ କିଣାକିଣି କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ ଏହି ଦିନ କିଣାକିଣି କରିବା ବହୁତ ଶୁଭ ବୋଲି କୁହାଯାଏ। ଏହି ଦିନ କିଣାକିଣି କଲେ ଧନ ବୃଦ୍ଧି ହୋଇଥାଏ ବୋଲି କୁହାଯାଏ। ସେଥିପାଇଁ ଧନତେରସ ଦିନ ବଜାରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥାଏ। ତେବେ ଏହି ଦିନ କେଉଁ କେଉଁ ଜିନିଷ କିଣିବା ଉଚିତ ନୁହେଁ ଜାଣିଛନ୍ତି। କାରଣ ଏହା ଅଶୁଭ ହୋଇଥାଏ। ତେବେ ଧନତେରସ ଦିନ କେଉଁ କେଉଁ ଜିନିଷ କିଣିବା ଉଚିତ ନୁହେଁ ଆସନ୍ତୁ ଜାଣିବା।

ଧନତେରସ ଦିନ କାଚ କିମ୍ବା କାଚରେ ତିଆରି ଜିନିଷ କିଣିବା ଅଶୁଭ ହୋଇଥାଏ। କାଚର ସମ୍ପର୍କ ରାହୁ ଗ୍ରହ ସହ ରହିଛି। ସେଥପାଇଁ ଧନତେରସ ଭଳି ଶୁଭ ଦିନରେ କାଚ ଜିନିଷ କିଣିବାକୁ ବାରଣ କରାଯାଇଥାଏ।

ଧନତେରସ ଦିନ ଧାରୁଆ ଜିନିଷ କିମ୍ବା ଅସ୍ତ୍ର କିଣିବା ଅନୁଚିତ। ଯେପରିକି ଛୁରୀ, କଇଁଚି, ଖଣ୍ଡା ଭଳି ଜିନିଷ କିଣିବା ଉଚିତ ନୁହେଁ। ଧନତେରସରେ ଧାରୁଆ ଜିନିଷ କିଣିବା ଅଶୁଭ ବୋଲି କୁହାଯାଏ।

ଧନତେରସ ଦିନ ଲୁହାରେ ତିଆରି ଜିନିଷ କିଣିବା ଅଶୁଭ ହୋଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ, ଯଦି କେହି ଏହି ଦିନ ଲୁହାରେ ତିଆରି ଜିନିଷ ଯେପରିକି କଣ୍ଟା, ଲୁହା ଛଡ଼ କିମ୍ବା ଲୁହାରେ ତିଆରି ଯେକୌଣସି ଜିନିଷ ଘରକୁ ଆଣିଲେ ପରିବାର ଉପରେ ରାହୁ ଗ୍ରହର ଅଶୁଭ ଛାଇ ପଡିଥାଏ। 

ଧନତେରସ ଦିନ କଳା ଜିନିଷ ମଧ୍ୟ କିଣିବା ଉଚିତ ନୁହେଁ। ଯେପରିକି କଳା କପଡା, କଳା ଜୋତା, କୋଇଲା ଇତ୍ୟାଦି। ଏହି ଦିନ ଏହିସବୁ ଜିନିଷ ଘରକୁ ଆଣିବା ଅଶୁଭ ବୋଲି କୁହାଯାଏ। ସେଥିପାଇଁ ଧନତେରସ ଦିନ ଭୁଲରେ ବି ଏସବୁ ଜିନିଷ କିଣିବା କିମ୍ବା ଘରକୁ ଆଣିବା ଉଚିତ ନୁହେଁ।

   Related Posts