Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

କନ୍ଦାଉଛି ପିଆଜ

21/09/2019 at 4:31 PM

ନୂଆଦିଲ୍ଲୀ – ଆଗୁର ପିଆଜ କାଟିଲେ ଲୋକଙ୍କ ଆଖିରେ ପାଣି ଆସୁଥିଲା । ଏବେ ପିଆଜ କିଣିବା ବେଳକୁ ଗରିବା ଗୁରୁବାଙ୍କ ଆଖିରୁ ପାଣି ଆସିଯାଉଛି । ପଖାଳ କଂସାଏରେ ଲୁଣ ପିଆଜ କଥା ଭାବିଲେ ବି କଷ୍ଟ ଲାଗୁଛି । ପିଆଜ କିଲୋ ୫୦ ଅତିକ୍ରମ କରିଲାଣି । କେତକ ସ୍ଥାନରେ ୭୦ ଟଙ୍କାରେ ପିଆଜ ବିକ୍ରି ହେଉଛି। ୨୦୧୫ ମସିହା ପରେ ଏହା ପିଆଜର ସର୍ବାଧିକ ଦର ।

ଏସିଆର ସବୁଠାରୁ ପିଆଜ ମଣ୍ଡି ହେଉଛି ମହାରାଷ୍ଟ୍ରପ ଲାସଲଗାଁ । ଏଠାରେ ବି ପିଆଜ ୫୦ ଟଙ୍କାରେ ହିକ୍ରି ହେଉଛି । ଏବେ ଦେଶରେ ପିଆଜ କମ୍‌ ମହଜୁଦ ଥିବା କଥା ଏହି ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି । ଆବଶ୍ୟକ ତୁଳାନାରେ କମ୍‌ ପିଆଜ ମିଳୁଥିବାରୁ ଏପରି ଅବସ୍ଥା ବୋଲି ପିଆଜ ଗୋଦାମର ମାଲିମାନେ ପ୍ରକାଶ କରିଛନ୍ତି ।

ଓଡିଶାରେ ବି ପିଆଜ କିଲୋ ୫୦ ଟଙ୍କା ହେଲାଣି । ରାଜଧାନୀ ଭୁବନେଶ୍ୱରର ବିଭିିନ୍ନ ଖୁଚୁରା ବଜାରରେ ଏବେ ପିଆଜ ୫୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି ।

୨୦୧୫ ମସିହାରେ ପିଆଜ କିଲୋପ୍ରତି ୫୦ ଟଙ୍କା ଅତିକ୍ରମ କରିଥିଲା । ପିଆଜର ଦର ନିୟନ୍ତ୍ରଣ ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଏବେ କାମ ଦେଉ ନାହିଁ । ପିଆଜ ଦର ଏବେ ଦୁଇ ଗୁଣାରୁ ଅଧିକ ହୋଇଯାଇଛି । ଦିଲ୍ଲୀରେ ପିଆଜ କିଲୋ ୫୦ରୁ ୭୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ଦିଲ୍ଲୀରେ ପ୍ରତିଦିନ ୩ ହଜାର ଟନ୍‌ ପିଆଜ ଆବଶ୍ୟକ କରୁଥିବା ବେଳେ ମାତ୍ର ଏକ ହଜାର ଟନ୍‌ ପିଆଜ ଆସୁଛି ।
ସବୁଠାରୁ ବଡ କଥା ହେଉଛି ଗତ ବର୍ଷ ଅପେକ୍ଷା ଚଳିତ ପିଆଜ ଅଧିକ ଉତ୍ପାଦନ ହୋଇଛି । ମାତ୍ର ପିଆଜ ଦର ନିୟନ୍ତ୍ରଣ ହୋଇ ପାରୁ ନାହିଁ ।

   Related Posts