Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗ୍ରାହକ ଅର୍ଡର କରିଥିଲେ ଗୋଟିଏ Pixel 4 ଫୋନ : ଯାହା ଆସିଲା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯୁବକ

10/05/2020 at 4:14 PM

ୱାସିଂଟନ ୧୦/୦୫ : ଆମେରିକାରେ ରହୁଥିବା ଜଣେ ଗ୍ରାହକ ଆମେରିକା ଗୁଗଲ ଷ୍ଟୋରରୁ ଗୋଟିଏ Pixel 4 ସ୍ମାର୍ଟ ଫୋନ ଅର୍ଡର କରିଥିଲେ | ଫୋନ ପାଇଁ ସେ ୪୯୯ ଡଲାର ପେମେଣ୍ଟ କରିଥିଲେ | ତେବେ ଗ୍ରାହକଙ୍କ ଅର୍ଡର ମୁତାବକ ଅର୍ଡର ତାଙ୍କ ଘରକୁ ଆସିଗଲା | ପାର୍ସଲ ଖୋଲି ସେ ଯେତେବେଳେ ଦେଖିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଗୁଗଲ ଗ୍ରାହକଙ୍କୁ ଗୋଟିଏ ସ୍ମାର୍ଟ ଫୋନ ବଦଳରେ ୧୦ଟି Pixel 4 ଫୋନ ଡେ଼ଲିଭର କରିଥିଲା | ଗ୍ରାହକ ନିଜେ ରେଡ଼ିଟ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ସାର୍ବଜନୀନ କରିଛନ୍ତି |

ସେ ଲେଖିଛନ୍ତି ଯେ, ସେ ବ୍ଲାକ କଲରର Pixel 4 ୬୪ ଜିବି ଫୋନ ୪୯୯ ଡଲାରରେ ଅନଲାଇନ ଅର୍ଡର କରିଥିଲେ କିନ୍ତୁ ତାଙ୍କ ପାଖକୁ ୧୦ଟି ଫୋନ ଆସିଥିଲା | ତାଙ୍କର ଲଟେରୀ ଲାଗିଛି ବୋଲି ସେ କହିଛନ୍ତି | କାରଣ ତାଙ୍କୁ ୯ଟି ଏକ୍ସଟ୍ରା ଫୋନ ମିଳିଛି |

ଏହା ପ୍ରଥମଥର ନୁହେଁ, ଗୁଗଲ ଏମିତି ଭୁଲ ଆଗରୁ ମଧ୍ୟ କରିଛି | ପୂର୍ବରୁ ମଧ୍ୟ ଗୁଗଲ ଏହିଭଳି ଗ୍ରାହକଙ୍କୁ ଏକ୍ସଟ୍ରା ଫୋନ ଡେ଼ଲିଭର କରିଛି | ଗତବର୍ଷ ଜଣେ ଗ୍ରାହକ କମ୍ପାନୀକୁ ରିଫଣ୍ଡ କରିବାକୁ ଦାବି କରିଥିଲେ | କିନ୍ତୁ ତା ବଦଳରେ ତାଙ୍କୁ 10 Pixel 3 ସ୍ମାର୍ଟ ଫୋନ ଡେ଼ଲିଭର କରାଯାଇଥିଲା | କିନ୍ତୁ ଗ୍ରାହକ ସଚ୍ଚୋଟପଣିଆ ଦେଖାଇ କମ୍ପାନୀକୁ ୯ଟି ଫୋନ ଫେରାଇ ଦେଇଥିଲେ |

   Related Posts