Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୃତୀୟ ଦିନିକିଆ: ୩ ଓ୍ବିକେଟ୍‌ରେ ଶ୍ରୀଲଙ୍କା ବିଜୟୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୪୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୬ ଡିସଚାର୍ଜ
  • ||
  • ରାଜଧାନୀରେ ବଢୁଛି ଆକ୍ଟିଭ କେସ୍ : ଭୁବନେଶ୍ବରରୁ ଦିନକରେ ୩୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୫ ସୁସ୍ଥ
  • ||
  • କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ, ତଥାପି ଆସିନି ସମ୍ପୂର୍ଣ୍ଣ ଆଶ୍ୱସ୍ତିର ସମୟ, ସତର୍କତାର ମନ୍ତ୍ର ସହ ମୁଖ୍ୟମନ୍ତ୍ରୀ କହିଲେ- ସ୍ୱାସ୍ଥ୍ୟସେବାକୁ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା
  • ||
  • +୩ ରେ ସାମିଲ ହେବ ବିପର୍ଯ୍ୟୟ ପରିଚାଳନା କୋର୍ସ, ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
  • ||
  • ଜି.ଉଦୟଗିରି : ପୁଅ ଓ ଝିଅକୁ କୂଅରେ ଫିଙ୍ଗି ମାରିଦେଲେ, ବାପା ଓ ମା’ ଗିରଫ
  • ||
  • ଭୁବନେଶ୍ବର : ‘ନୀଳାଦ୍ରି ବିଜେ’ ଅବସରରେ ନ୍ୟୁଜ୍ ୭ ପ୍ରସ୍ତୁତ କଲା ଆଉ ୨ଟି ଓଡିଆ ଭଜନ- ‘ବଡଦାଣ୍ଡ କାନ୍ଦେ କଇଁକଇଁ’ ଓ ‘ଏତେ ଅଭିମାନ କିଆଁ’
  • ||
  • ସୁନ୍ଦରଗଡ : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ମହିଳାଙ୍କ ସମେତ ୨ ଗୁରୁତର
  • ||
  • ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ : କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସମ୍ମାନ ପାଇଁ ଲଢିବ ଘରୋଇ ଦଳ
  • ||
  • ଗଜପତି : ଖୋଲିବ କି ACFO ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ : କାର୍ଯ୍ୟାଳୟରେ ଡିଏଫଓଙ୍କୁ ଚାଲିଛି ଜେରା
  • ||

କରୋନା ମୁକ୍ତ ଏହି ଗାଁରେ ମାତ୍ର ୭୫ ଟଙ୍କାରେ କିଣିପାରିବେ ଘର, ଜାଣନ୍ତୁ କାହିଁକି ଏଠାରେ ଘର ଏତେ ଶସ୍ତା

2/08/2020 at 3:54 PM

ଇଟାଲୀ ୦୨/୦୮ : କରୋନା ଭାଇରସ ସାରା ଦୁନିଆକୁ କବଳିତ କରି ରଖିଛି | ଚିଂରୁ ଉତ୍ପର୍ଣ୍ଣ ମହାମାରୀ ଦୁନିଆର ଅଧିକାଂଶ ଦେଶକୁ ମହାମାରୀର ଶିକାର କରିଛି | ସୂଚନା ଅନୁଯାୟୀ, ନଭେମ୍ବର ଶେଷ ଆଡକୁ ଆରମ୍ଭ ହୋଇଥିବା ଏହି ମହାମାରୀକୁ ଏବେ ସୁଦ୍ଧା କାବୁ କରାଯାଇ ପାରିନାହିଁ |

ଇଟାଲୀ ସିଂକ୍ୟୁଫୋଂଡି ଗାଁରେ ମେୟର ମିଶେଲା କୋନିୟା କହିଛନ୍ତି ଯେ, ଏହି ଗାଁରେ ଏବେ ସୁଦ୍ଧା କରୋନାର ଗୋଟିଏ ହେଲେ ମାମଲା ସାମ୍ନାକୁ ଆସିନାହିଁ | ଏହି ଗାଁରେ ଖୁବ ଶସ୍ତାରେ ଘର ବିକ୍ରି କରାଯାଉଛି | ଶସ୍ତା ଦାମରେ ଘର ବିକ୍ରି କରିବାର କାରଣ ହେଲା ଏଠାରେ ଜନସଂଖ୍ୟା ବଢାଇବାକୁ ଚେଷ୍ଟା କରାଯାଉଛି |

ସିଂକ୍ୟୁଫୋଂଡି ଗାଁରୁ ୧୦ ମିନିଟ ଦୂରରେ ସମୁଦ୍ରତଟ ରହିଛି | ଏଠାକୁ ଅଧିକାଂଶ ସମୟରେ ପର୍ଯ୍ୟଟକ ଆସନ୍ତି | ଏଠାରେ ଘର କିଣିବା ପାଇଁ ସବୁଠାରୁ ଜରୁରୀ ହେଲା ଘେରା କ୍ରେତାଙ୍କୁ ଘର ସଫା ସୁତୁରା ରଖିବା ଏବଂ ଘରକୁ ମଝି ମଝିରେ ରଙ୍ଗ କରିବା | ଘର କିଣିବା ପୂର୍ବରୁ କ୍ରେତାଙ୍କୁ ପ୍ରତିଶୃତି ଦେବାକୁ ପଡିଥାଏ | ଗାଁରେ ଚର୍ଚ୍ଚ ଓ ଐତିହାସିକ କୋଠା ମଧ୍ୟ ରହିଛି |

ଏଠାରେ ଘରର ଦାମ ମାତ୍ର ୭୫ ଟଙ୍କା | କିନ୍ତୁ କ୍ରେତାଙ୍କୁ ବାର୍ଷିକ ୨୮୦ ଟଙ୍କା ବୀମା କରାଇବାକୁ ପଡିଥାଏ | ଘର କିଣିବା ପରେ ୩ ବର୍ଷ ଭିତରେ ଯଦି ଘର କାମ ଓ ସାଜସଜ୍ଜା ନ କରାଯାଏ ତାହେଲେ ୨୨ ହଜାର ଡଲାର ଅର୍ଥାତ ପାଖାପଖି ୧୬ ଲକ୍ଷ ୪୩ ହଜାର ୯୪୩ ଟଙ୍କା ଜରିମାନା ଦେବାକୁ ପଡିଥାଏ | ଏହି ଗାଁରେ ବହୁତ ସୁନ୍ଦର ସୁନ୍ଦର ଓ ଅଲରସନଇୟା ଘର ଅଛି |

ଏଠାକାର ଲୋକଙ୍କର ରଙ୍ଗ ପ୍ରତି ବହୁତ ଦୁର୍ବଳତା ରହିଛି | ଗାଁରେ ଅଧିକାଂଶ ଘରେ ସିଢିଗୁଡିକୁ ବିଭିନ୍ନ ରଙ୍ଗରେ ସୁନ୍ଦର ଭାବେ ସଜାଯାଇଥାଏ | ପୁରା ଗାଁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ | ଗାଁ ନିକଟରେ ଏକ ପାହାଡ ଅଛି | ସମୁଦ୍ରତଟ ମଧ୍ୟ ନିକଟରେ ରହିଛି | ବର୍ଷକ ଠାରେ ଗାଁରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ |

   Related Posts