ଏହି ସବୁ ସ୍ଥାନରେ ଦୁଇ ଟଙ୍କାରୁ ମଧ୍ୟ କମ୍ ମୂଲ୍ୟରେ ମିଳିଥାଏ ଏକ ଲିଟର ଡିଜେଲ୍ : ମନ ଭରି ଫାଇଦା ଉଠାଉଛନ୍ତି ଲୋକେ

Published By : Prameya-News7 Bureau | January 02, 2020 IST

ନୂଆଦିଲ୍ଲୀ ୨/୧: ଦେଶରେ ପେଟ୍ରୋଲ୍ ଏବଂ ଡିଜେଲର ଦର ଆକାଶ ଛୁଇଁଛି। ଦରଦାମ ଯୁଗରେ ଅନେକ ଲୋକ ଗାଡ଼ି ଚଲାଇବା ବନ୍ଦ କରି ଦେଇଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କ ବିଶ୍ବର ଏକ ଏପରି ଯାଗା ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଆପଣଙ୍କୁ ଏକ ଲିଟର ଡିଜେଲ୍ ଦୁଇ ଟଙ୍କାରୁ କମରେ ମିଳିଯିବ। ଭାରତରେ ଯେଉଁଠି ପେଟ୍ରୋଲ୍ ଏବଂ ଡିଜେଲର ଦାମ୍ କମିବାର ନାଁ ନେଉନାହିଁ ,ବିଶ୍ବର ଏକ ଏପରି ସ୍ଥାନ ରହିଛି ଯେଉଁଠାରେ ଆପଣଙ୍କୁ ମାତ୍ର ୧.୬୩ଟଙ୍କାରେ ୧ଲିଟର ଡିଜେଲ୍ ମିଳିଯିବ। ଆସନ୍ତୁ ଜାଣିବା ସବୁଠୁ ଶସ୍ତା ଡିଜେଲ୍ ମିଳୁଥିବା ଦେଶ ବିଷୟରେ

{"id":205896,"sizeSlug":"large"}

୧. ଇରାନ୍ : ଇରାନ୍ ଏସିଆର ଦକ୍ଷିଣ-ପଶ୍ଚିମାଞ୍ଚଳରେ ଥିବା ଦେଶ ଅଟେ। ଇରାନରେ ଡିଜେଲର ମୂଲ୍ୟ ୧.୬୩ ପ୍ରତି ଲିଟର। ଇରାନରେ କଞ୍ଚା ତେଲର ଉତ୍ପାଦନ ହୋଇଥାଏ। ଏଥିପାଇଁ ଏଠାରେ ପେଟ୍ରୋଲର ଦାମ୍ ମଧ୍ୟ ବହୁତ କମ୍ ଅଟେ। ଇରାନ ଭାରତ ସମେତ ଅନ୍ୟ ଦେଶଗୁଡ଼ିକୁ କଞ୍ଚା ତେଲ  ଆମଦାନୀ କରିଥାଏ। ଇରାନର ରାଜଧାନୀ ତେହରାନ୍।

{"id":205897,"sizeSlug":"large"}

୨.ସାଉଦି ଆରବ : ସାଉଦି ଆରବରେ ବିଶ୍ବର ସବୁଠୁ ବଡ଼ ତୈଳ କମ୍ପାନୀ ସାଉଦି ଅରାମକୋ ରହିଛି। ସାଉଦି ଆରାମକୋ ବଜାର ପୁଞ୍ଜିକରଣ ଏପଲ୍ ଏବଂ ଆମାଜନର ମୋଟ ମାର୍କେଟ କ୍ୟାପର ବରାବର। ସାଉଦି ଆରବ ଭାରତ ସମେତ ଅନେକ ଦେଶକୁ କଞ୍ଚା ତେଲ ବିକିଥାଏ। ଏଥିପାଇଁ ଏଠାରେ ଡିଜେଲର ମୂଲ୍ୟ ଅତ୍ୟନ୍ତ କମ୍। ଏଠାରେ ଏକ ଲିଟର ଡିଜେଲ୍ ପାଇଁ ଲୋକେ ୮.୯୩ଟଙ୍କା ଦେଇଥାଆନ୍ତି।

{"id":205898,"sizeSlug":"large"}

୩.ଆଲଜେରିଆ : ବିଶ୍ବର ସବୁଠୁ ଶସ୍ତା ଡିଜେଲ୍ ମାମଲାରେ ତୃତୀୟ ସ୍ଥାନରେ ଆଲଜେରିଆର ନାଁ ଆସିଥାଏ। ଆଲଜେରିଆରେ ଏକ ଲିଟର ଡିଜେଲର ମୂଲ୍ୟ ୧୩.୭୯ଟଙ୍କା। ଏହା ସହିତ ଏଠାରେ ପେଟ୍ରୋଲର ଦାମ୍ ମଧ୍ୟ ଅତ୍ୟନ୍ତ କମ୍ ଅଟେ। ଆଲଜେରିଆର ରାଜଧାନୀ ଆଲଜିଅର୍ସ।

{"id":205901,"sizeSlug":"large"}

୪.ସୁଦାନ : ଇରାନ,ସାଉଦି ଆରବ ଏବଂ ଆଲଜିରିଆ ପରେ ବିଶ୍ବର ସବୁଠୁ ଶସ୍ତା ଡିଜେଲ୍ ସୁଦାନରେ ମିଳିଥାଏ। ସୁଦାନ ଉତ୍ତର-ପୂର୍ବ ଆଫ୍ରିକାରେ ଥିବା ସ୍ଥଳ-ରୁଦ୍ଧ ଦେଶ। ସୁଦାନର ଲୋକେ ଏକ ଲିଟର ଡିଜେଲ୍ ପାଇଁ ୧୩.୯୦ ଫଇସା ଦେଇଥାଆନ୍ତି।

{"id":205903,"sizeSlug":"large"}

୫.ଇକ୍ବେଡର : ଇକ୍ବେଡର ଦକ୍ଷିଣ ଆମେରିକାରେ ସ୍ଥିତ ଏକ ପ୍ରତିନିଧି ଗଣତାନ୍ତ୍ରିକ ରାଜ୍ୟ। ଏହାର ଉତ୍ତରରେ କଲମ୍ବିଆ,ପୂର୍ବ ଏବଂ ଦକ୍ଷିଣରେ ପେରୁ ଏବଂ ପଶ୍ଚିମରେ ପ୍ରଶାନ୍ତ ମହାସାଗର ରହିଛି। ଏଠାରେ ଏକ ଲିଟର ଡିଜେଲର ମୂଲ୍ୟ ୧୯.୫୨ପଇସା।

{"id":205905,"sizeSlug":"large"}
Pumangol gas station, Namibe Province, Namibe, Angola

୬.ଆଙ୍ଗୋଲା : ଆଙ୍ଗୋଲା ଦକ୍ଷିଣ-ପଶ୍ଚିମ ଆଫ୍ରିକାର ଦେଶ ଯାହାର ସୀମା ଆଟଲାଣ୍ଟିକ ସମୁଦ୍ର ସହ ଲାଗିଛି। ଆଙ୍ଗୋଲାରେ ପେଟ୍ରୋଲିୟମ ତୈଳ ଏବଂ ସୁନା ଭଳି ଖଣିଜ ଧାତୁର ଭଣ୍ଡାର ରହିଛି। ଏଠାରେ ଏକ ଲିଟର ଡିଜେଲର ମୂଲ୍ୟ ୧୯.୯୫ପଇସା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.