ଧନତେରାସ-ଦୀପାବଳିରେ ମାତ୍ର ୨୦୦୦ଟଙ୍କାରେ କିଣନ୍ତୁ ଡାଇମଣ୍ଡ ଜୁଏଲାରୀ

Published By : Prameya-News7 Bureau | November 13, 2020 IST

ନୂଆଦିଲ୍ଲୀ ୧୩/୧୧: ଜେମ୍ ଆଣ୍ଡ ଜୁଏଲାରୀ ଏକ୍ସପୋର୍ଟ କାଉନସିଲର ଚେୟାରମ୍ୟାନ୍ କହିଛନ୍ତି ଯେ ମହାମାରୀ ଏବଂ ଆର୍ଥିକ ଅନିଶ୍ଚିତତା ସତ୍ବେ ଧନତେରାସ ସମୟରେ ଡାଇମଣ୍ଡ ଜୁଏଲାରୀ ର ଚାହିଦା ବଢ଼ିବାର ସମ୍ଭାବନା ରହିଛି। ସେ କହିଛନ୍ତି ଯେ ଏଥର ୧୦ହଜାର ଟଙ୍କାରୁ ୨୦ହଜାର ଟଙ୍କାର ରେଞ୍ଜରେ ଲୋ ପ୍ରାଇସ୍ ଡାଇମଣ୍ଡ ଜୁଏଲାରୀ ପ୍ରବଳ ମାତ୍ରାରେ ବିକ୍ରି ହେବାର ଆଶା ରହିଛି।

କରୋନା ମହାମାରୀ ଯୋଗୁଁ ଲୋକଙ୍କ ଖର୍ଚ୍ଚରେ ହ୍ରାସ ଆସିଛି। ଯାହା ଫଳରେ ଲୋକେ ସୁନା ଏବଂ ହୀରାରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି। ସେହିପରି ଦୁର୍ଗାପୂଜା ଏବଂ ନବରାତ୍ରିରେ ବଜାରରେ ହୋଇଥିବା ବିକ୍ରିରୁ ପୁଣି ଥରେ ବଜାର ଉତ୍ସବମୁଖର ହୋଇଛି। ଏପରି କ୍ଷେତ୍ରରେ ଧନତେରାସ-ଦୀପାବଳିରେ ଖାସ୍ ବିକ୍ରି ହେବାର ଆଶା କରାଯାଉଛି।

ସେହିପରି ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ପୂର୍ବରୁ ହିଁ ଇଣ୍ଟେରେଷ୍ଟ-ଫ୍ରି ଇଏମଆଇ ଅପ୍ସନ୍ ଆରମ୍ଭ କରି ଦେଇଛି। ଏହା ୧୯୯୯ଟଙ୍କାରୁ ଆରମ୍ଭ ହୋଇଥାଏ। କମ୍ପାନୀ ଡାଇମଣ୍ଡ ଜୁଏଲାରୀ କିଣାରେ ଫ୍ରି ଇନସ୍ୟୁରାନ୍ସ ମଧ୍ୟ ଦେଉଛି।ଗ୍ରାହକଙ୍କଠୁ ଜିରୋ ଇଣ୍ଟେରେଷ୍ଟ୍ ଏବଂ ଜିରୋ ପ୍ରୋସେସିଂ ଫିସ୍ ଚାର୍ଜ କରାଯିବ। ରିଜର୍ଭ ବ୍ୟାଙ୍କର ନିୟମକୁ ଧ୍ୟାନରେ ରଖି ଇଏମଆଇର ବିକଳ୍ପ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.