Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଛୋଟ ପରଦାରେ ବିଶ୍ୱ ଦେଖିବ ଓଡ଼ିଶାର ଗାଥା, ଷ୍ଟାରପ୍ଲସରେ ଆସନ୍ତା ମାସରୁ ପ୍ରସାରିତ ହେବ ‘ବିଦ୍ରୋହୀ’

22/09/2021 at 3:40 PM

ମୁମ୍ୱାଇ ୨୨/୦୯: ଓଡ଼ିଆ ପୁଅର ବୀରତ୍ୱ ଜାଣିବ ସାରା ଦେଶ । ଷ୍ଟାର ପ୍ଲସରେ ପ୍ରସାରିତ ହେବ ଧାରାବାହିକ ‘ବିଦ୍ରୋହୀ’ ।  ପାଇକ ବୀର ବକ୍ସି ଜଗବନ୍ଧୁଙ୍କ ଜୀବନିକୁ ଗତଶୀଳ କାହାଣୀ । କିପରି ଇଂରେଜଙ୍କ କଠୋର ଆଇନକୁ ବିରୋଧ କରିଥିଲା ପାଇକ ପୁଅ । ସଂଗ୍ରାମରେ ପଛକୁ ନଫେରି ଦେଖାଇଥିଲା ବୀରତ୍ୱ । ଏମିତି କିଛି କାହାଣୀ ଏବେ ରାଜ୍ୟ ବାହାର ଲୋକେ ଜାଣିବାକୁ ପାଇବାର ସୁଯୋଗ ।

ଆସନ୍ତା ଅକ୍ଟୋବରରୁ ପ୍ରସାରିତ ହେବ ଧାରାବାହିକ ବିଦ୍ରୋହୀ । ୧୮୧୭ ଇଷ୍ଟ ଇଣ୍ଡିଆ କମ୍ପୀନୀ ବିରୋଧରେ ଲଢେଇ କରିଥିଲେ ବକ୍ସି ଜଗବନ୍ଧୁ । ଦୁଇ ରାଣୀଙ୍କ ସହ ମିଶି ଗୋରା ସରକାରଙ୍କ ଲଢେଇ କରିଥିଲେ ସଂଗ୍ରାମୀ ଜଗବନ୍ଧୁ । ବକ୍ସି ଥିଲେ ରୋଢ଼ଙ୍ଗର ଜମିଦାର ଏବଂ ଖୋର୍ଦ୍ଧା ରାଜା ତାଙ୍କୁ ସେନାପତି ଭାବେ ମନୋନୀତ କରିଥିଲେ । ବକ୍ସିଙ୍କ ନେତୃତ୍ବାଧୀନ ପାଇକ ମେଳି ବ୍ରିଟିଶି ଶାସନ ବିରୋଧରେ ଉଠାଇଥିଲା ସ୍ୱର ।

ଲାଗୁ ହୋଇଥିବା ମାତ୍ରାଧିକ ଟିକସ ଏବଂ ନିଷ୍କର ଜମି ଜବରଦଖଲ ନେଇ ଉଠିଥିଲା ବିବାଦ । ଷ୍ଡାର ପ୍ଲସରେ ପ୍ରସାରଣ ଅପେକ୍ଷାରେ ‘ବିଦ୍ରୋହୀ’ । ତେବେ ଲିଡ୍ ରୋଲରେ ନଜର ଆସିଛନ୍ତି ଟେଲି ସୁପରଷ୍ଟାର ଶରଦ୍ ମଲହୋତ୍ରା । ଶରଦଙ୍କ ବ୍ୟତୀତ ସୁଲଗ୍ନା ପାଣିଗ୍ରାହୀ, ହେମା ଇଙ୍ଗ୍‌ଲେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ସୌରଭ ଗୋଖ୍‌ଲେ, ନିଖିଳ ଦାମ୍‌ଲେ, ପ୍ରିୟା ଟଣ୍ଡନ୍‌, ଡେନି ସୁର ମଧ୍ୟ ଗରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।

   Related Posts