Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ସରିଆସୁଛି ନିର୍ଭୟା ଦୁଷ୍କର୍ମକାରୀଙ୍କ ଦିନ : ଏବେ ଏହି ଜେଲରେ ପ୍ରସ୍ତୁତ ହେଉଛି ସେମାନଙ୍କ ମୃତ୍ୟୁ ଫାଶ, ଅଫଜଲ ପାଇଁ ମଧ୍ୟ ଏଇଠୁ ଯାଇଥିଲା ରଶି

9/12/2019 at 5:41 PM

ବକ୍ସର ୯।୧୨:  ବିହାର ବକ୍ସର ସେଣ୍ଟ୍ରାଲ ଜେଲରେ ଏବେ ଫାଶୀ ଲାଗି ରଶି ପ୍ରସ୍ତୁତି ଆରମ୍ଭ ହୋଇଛି। ମିଳିଥିବା ସୂଚନାରୁ ଦିଲ୍ଲୀ ନିର୍ଭୟା କାଣ୍ଡର ଅପରାଧୀଙ୍କ ଲାଗି ମଧ୍ୟ ଏଥିରେ ରଶି ପ୍ରସ୍ତୁତି  ଚାଲିଛି। ରାଷ୍ଟ୍ରପତି ଯଦି ରାଜକ୍ଷମା ନିବେଦନ  ଅଗ୍ରାହ୍ୟ କରନ୍ତି ତେବେ ମାମଲାର ୪ ଅପରାଧୀଙ୍କୁ ଦଣ୍ଡିତ କରିବା ଲାଗି ରାସ୍ତା ଉନ୍ମୁକ୍ତ ହୋଇଯିବ। ୨୦୧୩ ମସିହାରେ ସଂସଦ ଆତଙ୍କବାଦୀ ଆକ୍ରମଣର ଅପରାଧୀ ଅଫଜଲ ଗୁରୁ ଲାଗି ମଧ୍ୟ ବିହାରର ଏହି ଜେଲ ଫାଶୀର  ରଶି ପ୍ରସ୍ତୁତି କରିଥିଲା। 

ବକ୍ସର ଜେଲ ଅଧିକ୍ଷକ ବିଜୟ କୁମାର ଆରୋରାଙ୍କ ଅନୁସାରେ ତାଙ୍କୁ ବରିଷ୍ଠ ଅଧିକାରୀ ୧୦ଟି ଫାଶୀ ଲାଗି ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ତେବେ କେଉଁ ଜେଲ ଲାଗି ଏସବୁର ଆବଶ୍ୟକତା ରହିଛି  ତାହା ସେ ଜାଣିନଥିବା କହିଛନ୍ତି। ନିର୍ଦ୍ଦେଶ ମିଳିବା ପରେ ଫାଶୀ ଲାଗି ରଶି ନିମନ୍ତେ ଏବେ ପ୍ରସ୍ତୁତି ଆରମ୍ଭ ହୋଇଥିବା କହିଛନ୍ତି ଜେଲ ଅଧିକ୍ଷକ।

ବକ୍ସର ଜେଲରେ ଫାଶି ନିମନ୍ତେ ରଶି ପ୍ରସ୍ତୁତି ପରମ୍ପରା ଅନେକ ଦିନରୁ ଚଳିଆସୁଛି। ଏଠାରେ ଫାଶୀ ଲାଗି  କଞ୍ଚା ସୂତାରେ ରଶି ପ୍ରସ୍ତୁତ କରାଯାଇଥାଏ। ଏଥିଲାଗି ପ୍ରାୟ ୭ହଜାର ୨୦୦ଟି ସୂତା ଲାଗିଥାଏ ବୋଲି ଆରୋରା କହିଛନ୍ତି। ଏହି ରଶି ପ୍ରସ୍ତୁତିରେ ୫ରୁ ୬ ଜଣ କୈଦୀ ନିୟୋଜିତ ହୋଇଥାନ୍ତି। ସେମାନେ ୨ରୁ ୩ ଦିନ ମଧ୍ୟରେ ଗୋଟିଏ ଗୋଟିଏ ରଶି ପ୍ରସ୍ତୁତି କରନ୍ତି।

ଗତ ଥର ( ଅଫଜଲ ଗୁରୁ)ଫାଶି ଲାଗି ରଶି ପ୍ରସ୍ତୁତି ଏହିଠାରେ ହିଁ ହୋଇଥିଲା। ସେତେବେଳେ ଏଥିଲାଗି ୧୭ଶହ ୨୫ଟଙ୍କା ମିଳିଥିଲା। ତେବେ ଏବେ ଦରବୃଦ୍ଧି ହୋଇଥିବାରୁ ଏଥର ଫାଶୀଦଣ୍ଡ ଲାଗି ପ୍ରସ୍ତୁତ ହେଉଥିବା ପ୍ରତିଟି ରଶି ଲାଗି ସାମାନ୍ୟ ଅଧିକ ଦର ପଡିପାରେ ।  ସେପଟେ ଜେଲ ଆଇଜି ମିଥିଲେଶ ମିଶ୍ରଙ୍କ ଅନୁସାରେ ଆମେ ଏଠାରେ ଏବେ ଫାଶୀ ଲାଗି ଅଗ୍ରୀମ ରଶି ପ୍ରସ୍ତୁତ କରୁଛୁ। ଆବଶ୍ୟକତା ପଡିଲେ ସମ୍ପୃକ୍ତ ଜେଲକୁ ଏଠାରୁ ତୁରନ୍ତ ରଶି ଯୋଗାଇ ଦିଆଯିବ। ଯେପରି ଦଣ୍ଡପାଳନରେ ବିଳମ୍ବ ନ ହୁଏ ବୋଲି କହିଛନ୍ତି।

ଦେଶରେ ଇଂରେଜଙ୍କ ଶାସନ କାଳରୁ ହିଁ ଏହି ଜେଲରେ ମୃତ୍ୟୁଦଣ୍ଡାଦେଶ ପ୍ରାପ୍ତ  ଅପରାଧୀଙ୍କ ଲାଗି ଫାଶ ତିଆରି ପରମ୍ପରା ଚାଳିଆସୁଛି। ଏଠାରେ କୈଦୀ ଓ କୁଶଳୀ କାରିଗର ମିଶି ଫାଶି ଲାଗି ରଶି ପ୍ରସ୍ତୁତ କରିଥାନ୍ତି। ଏଥି ନିମନ୍ତେ କଟନ ସୂତା, ଫେଭିକଲ, ପିତଳ ବୁଶ୍ ଓ ପାରାଶୁଟ୍ ଦଉଡି ଆଦି ବ୍ୟବହାର ହୋଇଥାଏ। ଏଥିପାଇଁ ଜେଲରେ ଏକ ଯନ୍ତ୍ରଚାଳିତ ତନ୍ତ ମଧ୍ୟ ରହିଛି। ଏହି ତନ୍ତ ସୂତାକୁ ଗଣି ଅଲଗା କରିଥାଏ।     

   Related Posts