Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି ବଟର୍ ଚା’: ଲୋକେ କହିଲେ, ଚିଜ୍ ଓ ପନିର୍ ବି ପକେଇ ଦେଇଥାନ୍ତ

19/01/2021 at 2:22 PM

ନୂଆଦିଲ୍ଲୀ ୧୯/୦୧ : ଆମ ଦେଶରେ ଅଧିକାଂଶ ଲୋକଙ୍କ ଦିନ ଗୋଟିଏ କପ ଚା’ରୁ ଆରମ୍ଭ ହୋଇଥାଏ। ଯେଉଁ ସମୟ ହେଉ, ଯେଉଁ ମଉକା ହେଉ ଚା’ ଲଭର୍ସ ଚା’ ପିଇବାକୁ ବାସ ବାହାନା ଖୋଜୁଥାନ୍ତି। ଲୋକେ ନିଜ ଟେଷ୍ଟ ହିସାବରେ ଚା’ ପିଇବାକୁ ପସନ୍ଦ କରନ୍ତି। ସେଥିପାଇଁ ଆଜିକାଲି ବିଭିନ୍ନ ପ୍ରକାର ଚା’ ଉପଲବ୍ଧ। ଅଧିକାଂଶ ଲୋକଙ୍କ ପସନ୍ଦ ଅଦା ପକା କଡା ଚା’। ତା’ଛଡା ମସଲା ଚା’, ହର୍ବଲ ଚା’ ଆଦି ମଧ୍ୟ ଲୋକଙ୍କୁ ବହୁତ ପସନ୍ଦ। ମସଲା, ଅଦା, ହର୍ବଲ ଚା’ ଆପଣ ନିଶ୍ଚୟ ଟେଷ୍ଟ କରିଥିବେ। କିନ୍ତୁ କେବେ ବଟର ଚା’ ଟେଷ୍ଟ କରିଛନ୍ତି କି ? 

ଶୁଣି ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚୟ। କିଛି ଦିନ ହେଲା ସୋସିଆଲ୍ ମିଡ଼ିଆରେ ଏକ ଭିଡିଓ ଖୁବ ଭାଇରାଲ୍ ହେଉଛି। ଭିଡିଓରେ ଜଣେ ଯୁବକ ଚା’ରେ ମେଞ୍ଚାଏ ବଟର୍ ପକାଉଥିବା ଆପଣ ଦେଖିପାରିବେ। ବଟର୍ ପକାଇ ଏକ ନିଆରା ଅନ୍ଦାଜରେ ସେ ଚା’ ପ୍ରସ୍ତୁତ କରୁଛନ୍ତି। ଏହି ଅଜବ ଚା’ ପ୍ରସ୍ତୁତି ଭିଡିଓକୁ foodieagraaaaa ନାମକ ଆକାଉଣ୍ଟରେ ସେୟାର କରାଯାଇଛି। ସୂଚନା ଅନୁଯାୟୀ, ଏହି ଭିଡିଓ ଆଗ୍ରାର ବାବା ଟି ଷ୍ଟଲର।

ବଟର୍ ଚା’ ଭିଡିଓ ଦେଖି ଚା’ ଲଭର୍ସ ନିଜ ଇମୋସନକୁ ନିୟନ୍ତ୍ରଣ କରିପାରି ନାହାନ୍ତି। ଚା’ ଲଭର୍ସ ସୋସିଆଲ ମିଡ଼ିଆରେ ନାନା ପ୍ରତିକ୍ରିୟା ଦେଉଛନ୍ତି। ଭିଡିଓ ଦେଖି ଜଣେ ୟୁଜର କମେଣ୍ଟ ଦେଇଛନ୍ତି, “ଅନ୍ତ ପାଖେଇ ଆସିଲାଣି”

https://www.instagram.com/p/CJpf8iZl-Y5/

ଆଉ ଜଣେ ୟୁଜର୍ ଲେଖିଛନ୍ତି, “ଟିକେ ଚିଜ୍ ଆଉ ପନିର୍ ଓ ମାୟୋନିଜ୍ ବି ପକେଇ ଦିଅ”

ଚା’ର ଏହିଭଳି ଅଜବ ଅଜବ ରେସିପି ସାମ୍ନାକୁ ଆସିବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏହିଭଳି ଅନେକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖି ଲୋକେ ବହୁତ ରାଗି ଯାଇଥାନ୍ତି।

   Related Posts