Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଆପଣ ବି ସିଫୁଡ୍ ଖାଇବାକୁ ଭଲପାଆନ୍ତି କି ? ୫ ମିନିଟରେ ପ୍ରସ୍ତୁତ କରନ୍ତୁ ବଟର୍ ଗାରଲିକ୍ ପ୍ରନ୍

11/04/2021 at 6:59 PM

ଭୁବନେଶ୍ୱର ୧୧/୦୪ : ଆପଣ ଯେକୌଣସି ସିଫୁଡ ଲଭରକୁ ଯଦି ତାଙ୍କ ପସନ୍ଦ ପଚାରନ୍ତି ତାହେଲେ ତାଙ୍କ ସିଫୁଡ୍ ତାଲିକାରେ ଚିଙ୍ଗୁଡ଼ି ନିଶ୍ଚୟ ଉପରେ ଥିବ। ତେବେ ଚିଙ୍ଗୁଡ଼ି କେବଳ ସମୁଦ୍ରତଟ ଅଞ୍ଚଳରେ ନୁହେଁ ବାରଂ ଦେଶର କୋଣ ଅନୁକୋଣରେ ସବୁଠି ବହୁତ ଲୋକପ୍ରିୟ। ଫ୍ରାଏଡ୍ ହେଉ କି ଷ୍ଟ୍ୟୁଡ୍ ଚିଙ୍ଗୁଡ଼ି ସ୍ନାକ୍ସ ଭାବେ ଲୋକଙ୍କୁ ବହୁତ ପ୍ରିୟ। ତେବେ ସବୁଠାରୁ ମଜାଦାର କଥା ହେଲା ଏହାକୁ ପ୍ରସ୍ତୁତ କରିବାକୁ ବେଶୀ ସମୟ ଲାଗିନଥାଏ। ମାତ୍ର ୫ ମିନିଟରେ ଘରେ ଆପଣ ସ୍ୱାଦିଷ୍ଟ ଚିଙ୍ଗୁଡ଼ି ସ୍ନାକ୍ସ ପ୍ରସ୍ତୁତ କରିପାରିବେ।

ଶିଖନ୍ତୁ ଚଟାପଟ୍ ବଟର୍ ଗାରଲିକ୍ ପ୍ରନ୍ ରେସିପି…

୧. ଏକ ପ୍ୟାନରେ ତେଲ ଗରମ କରନ୍ତୁ, ଟିକେ ବଟର୍ ମଧ୍ୟ ପକାନ୍ତୁ, ୮-୧୦ କୋଲା କଟା ରସୁଣ ପକାଇ ଭଲ ଭାବେ ଭାଜନ୍ତୁ

୨. ଭଲ ଭାବେ ଧୁଆ ହୋଇଥିବା ଚିଙ୍ଗୁଡ଼ି ପକାଇ ଭଲ ଭାବେ ଭାଜନ୍ତୁ

୩. ଗୋଲମରିଚ ଗୁଣ୍ଡ, ଖଦଡା ଲଙ୍କା ଗୁଣ୍ଡ, ଶୁଖିଲା ପାର୍ସଲି, (ଇଟାଲିଅନ ମସଲା ବି ବ୍ୟବହାର କରିବେ), ସ୍ୱାଦ ଅନୁଯାୟୀ ଲୁଣ, ଏସବୁକୁ ଭଲ ଭାବେ ମିଶାଇ କମ ଆଞ୍ଚରେ ଗୋଟିଏ ମିନିଟ୍ ଭାଜନ୍ତୁ

୪. ସବୁ ହେଲାପରେ ଫଳେ ଲେମ୍ବୁର ରସ ପକାଇ ଦିଅନ୍ତୁ

୫. ଗରମ ଗରମ ସର୍ଭ କରନ୍ତୁ

   Related Posts