ମାତ୍ର ୨୦ ଟଙ୍କା ପାଇଁ ଯୁବକଙ୍କୁ ଜୀଅନ୍ତା ଜାଳି ଦେଲା ପାନ ଦୋକାନୀ

Published By : Prameya-News7 Bureau | December 09, 2020 IST

ଚଣ୍ଡିଖୋଲ ୦୯।୧୨: ହଜି ଯାଉଛି ମାନବିକତା। ମାତ୍ର କୋଡ଼ିଏ ଟଙ୍କାର ବାକି ଟଙ୍କାକୁ ନେଇ ପାନ ଦୋକାନର କ୍ରୁର ପଦକ୍ଷେପରେ ସ୍ଥାନୀୟ ଲୋକେ ସ୍ତବ୍ଧ ହୋଇଯାଇଛନ୍ତି। ବାକି ଟଙ୍କାକୁ ନେଇ ଜୀବନରୁ ମାରିବାକୁ ପଛାଇଲେ ନାହିଁ ପାନ ଦୋକାନୀ। ଦିବା ଲୋକରେ ସର୍ଵ ସମ୍ମୁଖରେ ଜିଅନ୍ତା ଜାଳିଦେଲେ। ପ୍ରଥମେ ବାକି ମାଗିବାରୁ ଅସଭ୍ୟ ଭାଷାରେ ଗାଳିଗୁଲଜ, ପରେ ପରେ ପେଟ୍ରୋଲ ଢାଳି ଜୀବନ୍ତ ଜାଳିଦେଲେ।  ଏହି ଘଟଣା ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଧାନମଣ୍ଡଳ ପୋଲିସ ଫାଣ୍ଡି ଅଧିନସ୍ଥ ଧାନମଣ୍ଡଳ ଗ୍ରାମରେ ଘଟିଛି।

ଘଟଣାରେ ହରିଜନ ସାହିର ମୃତ ସୁଶାନ୍ତ ମଲିକ(ମୁନା)ଙ୍କୁ ପେଟ୍ରୋଲ ପକାଇ ଜିଅନ୍ତା ଜାଳି ଦେଇଛନ୍ତି ପାନ ଦୋକାନୀ। ଏଭଳି ଅମାନବିକ ଘଟଣାର ଅଭିଯୁକ୍ତ ହେଉଛନ୍ତି ଉକ୍ତ ଗ୍ରାମର ଜଣେ ପାନ ଦୋକାନୀ ନାରାୟଣ ଜେନା(ପପୁ)। ଘଟଣାଦିନ  ୨୦୨୦ ନଭେମ୍ବର ୦୮ ତାରିଖ ଅପରାହ୍ନ ୩ ଟା ସମୟ। ମୃତ ସୁଶାନ୍ତ ମଳିକ (ମୁନା) ନିଜ ଘର ପାଖରେ ଥିବା ପାନ ଦୋକାନକୁ ଯାଇଥିଲେ। ଦୋକାନୀ ନାରାୟଣ ଜେନା (ପପୁ)ଙ୍କୁ ବାକିରେ ଥଣ୍ଡା ପିଇବା ପାଇଁ ମାଗିଥିଲେ। ଏହା ଭିତରେ ଉଭୟଙ୍କ ମଧ୍ୟରେ କଥା କଟା କଟି ସହ ଯୁକ୍ତି ତର୍କ ମଧ୍ୟ ହୋଇଥିଲା। ପରେ ପରେ ଅଭିଯୁକ୍ତ ପାନ ଦୋକାନୀ ପପୁ, ମୁନାକୁ ଏକ ଧାରୁଆ ଭୁଜାଲି ଦେଖାଇବା ସହ ପେଟ୍ରୋଲ ଢ଼ାଳି ଜିଅନ୍ତା ଜାଳି ଦେଇଥିଲା।

ଗତକାଲି ଜୀବନ୍ତ ଦଗ୍ଧର ଶିକାର ହୋଇଥିବା ସୁଶାନ୍ତ ମଳିକ (ମୁନା) ର କଟକ ବଡ଼ ମେଡିକାଲରେ ମୃତ୍ୟୁ ଘଟିଛି। ପୋଲିସ ଘଟଣା ଘଟାଇଥିବା  ପପୁର ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତର ପରିବାର ଲୋକେ ମୃତକଙ୍କ ପରିବାରକୁ ଧମକ ଚମକ ଦେବା ସହ ଟଙ୍କା ଦେଇ ପୋଲିସକୁ ଚୁପ କରିଛି ବୋଲି କହୁଥିବା କହିଛନ୍ତି ମୃତକଙ୍କ ପରିବାର।  ମୃତକଙ୍କ ପରିବାର ଲୋକ ବଡ଼ଚଣା ଥାନାରେ ଶବ ଅଟକ ରଖି ଧାରଣାରେ ବସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.