୨୦୨୧ ପାଇଁ ଭାରତର ବ୍ୟସ୍ତ କାର୍ଯ୍ୟସୂଚୀ, ବିରାଟ ବାହିନୀ ଖେଳିବ ୧୫ଟି ଟେଷ୍ଟ ସହ ଅନେକ ସିରିଜ

Published By : Prameya-News7 Bureau | April 18, 2020 IST

ନୂଆଦିଲ୍ଲୀ, ୧୮|୦୪ : କରୋନା ଭାଇରସ ପାଇଁ ସମସ୍ତ ଖେଳାଳି ଏବେ ଘରେ ଅଛନ୍ତି । ତବେ ଆସନ୍ତା ବର୍ଷ ଭାରତୀୟ କ୍ରିକେଟ ଦଳ ପାଇଁ ଚ୍ୟାଲେଞ୍ଜିଂ ହେବାକୁ ଯାଉଛି । ଦଳ ଅଧିକାଂଶ ସମୟ ବାହାରେ ରହିବ । ୨୦୨୧ରେ ବିରାଟ ବାହିନୀ ପ୍ରାୟ ୧୫ଟି ଟେଷ୍ଟ ମ୍ୟାଚ ଖେଳିବ । ତେଣୁ ୨୦୨୦ରେ ଦଳ ପାଇଁ ଅଧିକ ଚାପ ନାହିଁ । ଦଳ କେବଳ ୫ଟି ଟେଷ୍ଟ ଖେଳିଥିଲା ।

ଭାରତୀୟ ଦଳ ଚଳିତ ବର୍ଷ ନଭେମ୍ବର ଓ ଡିସେମ୍ବରରେ ଅଷ୍ଟ୍ରେଲିଆ ଗସ୍ତରେ ୪ଟି ଟେଷ୍ଟ ମ୍ୟାଚ ଖେଳିବା ନେଇ କାର୍ଯ୍ୟକ୍ରମ ରହିଛି । ଯାହାର ଶେଷ ମ୍ୟାଚ ଆସନ୍ତା ବର୍ଷ ଜାନୁଆରୀର ପ୍ରଥମ ସପ୍ତାହରେ ଖେଳାଯିବ । ଦଳ ଚଳିତ ବର୍ଷ ଅଧିକ ଦିନିକିଆ ଖେଳିବ । ଏବେସୁଧା ଦଳ ୧୬ଟି ମ୍ୟାଚ ଖେଳି ସେରାଛି । ଏଥିରେ ୬ଟି ଦିନିକିଆ ଓ ୮ଟି ଟି୨୦ ସାମିଲ ଅଛି ।

ଯଦି କରୋନା ଭାଇରସର ଆତଙ୍କ କମିଯାଏ ତେବେ ସେପ୍ଟେମ୍ବରରେ ଏସିଆ କମ ଆୟୋଜିତ ହେବ ।ଏହାସହ ଅକ୍ଟୋବରରେ ଦଳ ଇଂଲଣ୍ଡରେ ତିନୋଟି ଦିନିକିଆ ଓ ତିନୋଟି ଟି୨୦ ମ୍ୟାଚ ଖେଳିବ ।ଏହାସହ ଟି୨୦ ବିଶ୍ୱକପ ପୂର୍ବରୁ ଦଳ ଅଷ୍ଟ୍ରେଲିଆକୁ ଭେଟିବ । ଏହାସହ ଦଳ ନୂଆବର୍ଷ ଅଷ୍ଟ୍ରେଲିଆରେ ହିଁ ପାଳନ କରିବ ।

୨୦୨୧ର ଦଳ ସ୍ୱଦେଶ ଫେରିବା ପରେ ଇଂଲଣ୍ଡ ସହ ମୁହାଁମୁହିଁ ହେବ । ଏହାପରେ ଦଳ ଆଫଗାନିସ୍ତାନ ସହ ମଧ୍ୟ ତିନୋଟି ମ୍ୟାଚ ଖେଳିବ । ଏହାପରେ ଆଇପିଏଲ ଆରମ୍ଭ ହେବ । ଏହା ଦେଢ ମାସରୁ ଅଧିକ ସମୟ ଚାଲିବ ।

ସେହିପରି ୨୦୨୧ ଜୁନରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ ଖେଳାଯିବ । ଭାରତ ଫାଇନାଲରେ ଖେଳିବା ନେଇ ଆଶା କରାଯାଉଛି । ଏହାପରେ ଦଳ ଶ୍ରୀଲଙ୍କା ସହ ତିନୋଟି ଟ୨୦ ଓ ସେପ୍ଟେମ୍ବରରେ ଇଂଲଣ୍ଡ ସହ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.