ହୋଟେଲରେ ଚାଲୁଥିବା ହାଇ ପ୍ରୋଫାଇଲ ସେକ୍ସ ରାକେଟର ପର୍ଦ୍ଦାଫାଶ, ଗ୍ରାହକଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | July 27, 2019 IST

ଲକ୍ଷ୍ନୌ୨୭|୭:  ହୋଟେଲରେ ଚାଲିଥିଲା ବେଧଡ଼କ ଦେହ ବ୍ୟବସାୟୀ। ଏହି ହାଇ ପ୍ରୋଫାଇଲ ସେକ୍ସ ରାକେଟର ହୋଇଛି ପର୍ଦ୍ଦାଫାଶ । ଲକ୍ଷ୍ନୌ ନିକଟସ୍ଥ ଆୟାଶା ସହରର ନାକା ଥାନା ଅନ୍ତର୍ଗତ ହୋଟେଲ ସରନରେ ଚାଲିଥିଲା ବେଧଡ଼କ ଦେହ ବ୍ୟବସାୟ। ସେକ୍ସ ରାକେଟ ସଂପର୍କରେ ସ୍ଥାନୀୟ ଲୋକେ ଜାଣିବା ପରେ ହୋଟେଲ ଉପରେ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ହୋଟେଲର ସବୁ ଆସବାପତ୍ର ଭାଙ୍ଗି ଚୁରମାର୍ କରିଦେଇଥିଲେ।

ଏହି ଘଟଣାର ସୂଚନା ପାଇବା ପରେ ପୋଲିସ ହୋଟେଲରେ ପହଞ୍ଚିଥିଲା। ପୋଲିସ ଛାନଭିନ୍ନ କରିବା ସମୟରେ, ଅଲଗା ଅଲଗା ରୁମରୁ ଆପତ୍ତିଜନକ ଅବସ୍ଥା​‌ରେ ଉଭୟ ପୁରୁଷ ଓ ମହିଳାଙ୍କୁ  ପୋଲିସ ଗିରଫ କରିଛି। ସରନ ହୋଟେଲରୁ ବିଭିନ୍ନ ପ୍ରକାର ଆପତ୍ତିଜନକ ସମାଗ୍ରୀ ମଧ୍ୟ ପୋଲିସ ଜବତ କରିଛି।

ନାକା ଥାନା ଅଧିକାରୀ ପର୍ଶୁରାମ ସିଂହଙ୍କ କହିବାନୁଯାୟୀ, ନଗର ନାଲେ ଓ ଡୁଗନଓ୍ବା ଫାଣ୍ଡି ମଧ୍ୟରେ ଥିବା ସରନ ହୋଟେଲରେ  ସେକ୍ସ ରାକେଟ ଚାଲୁଥିବା ନେଇ ସ୍ଥାନୀୟ ଲୋକେ ଭଙ୍ଗାଭଙ୍ଗି କରିଥିଲେ।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଏହି ହୋଟେଲରେ ଦୀର୍ଘଦିନ ହେବ ଦେହ ବ୍ୟବସାୟ  ଚାଲୁଥିଲା। ସରନ ହୋଟେଲରେ ଚାଲୁଥିବା ସେକ୍ସ ରାକେଟରେ ନାବାଳିକା ମଧ୍ୟ ସାମିଲ ଅଛନ୍ତି ବୋଲି ସ୍ଥୀନୀୟ ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ହୋଟେଲରୁ ବହୁମାତ୍ରାରେ କଣ୍ଡୋମ ଓ ଅଶ୍ଳୀଳ ସିଡି ଜବତ କରିଛି।

ଏହି ସେକ୍ସ ରାକେଟରେ ବହୁ ଦମ୍ପତି ସଂପୃକ୍ତି ସାମିଲ ଥିବା ନେଇ ମଧ୍ୟ ତଥ୍ୟ ସାମ୍ନାକୁ ଆସିଛି। କୋଟଓ୍ବାଲି  ଅଧିକାରୀଙ୍କ କହିବାନୁଯାୟୀ ଏହି ସେକ୍ସ ରାକେଟରେ ସଂପୃକ୍ତ ଥିବା, ହରିଶ, ପରମାନନ୍ଦ ତିଓ୍ବାରୀ, ମହମ୍ମଦ ଅଲିଶ ଆଦି ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.