ସେକ୍ସ ରାକେଟ୍ର ପର୍ଦ୍ଦାଫାଶ: ରାଣୀ ମହୁମାଛି ସହ ୨ ଦେହଜୀବୀ ଗିରଫ
20/01/2021 at 7:20 PM

ରାଉରକେଲା୨୦/୧: ସେକ୍ସ ରାକେଟର ପର୍ଦ୍ଦାଫାଶ। ରାଉରକେଲା ସେକ୍ଟର ୧୩ ଅଞ୍ଚଳରେ ଚାଲିଥିଲା ଦେହ ବ୍ୟବସାୟ। ପୋଲିସ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଏଥିରେ ୨ ଦେହଜୀବୀଙ୍କ ସମେତ ଜଣେ ଦେହ ଦଲାଲ ଏବଂ ରାଣୀ ମହୁମାଛି ଗିରଫ ହୋଇଛନ୍ତି। ସେକ୍ଟର ୧୫ ପୋଲିସ ଏ ସଂପର୍କ ଜାଣିବା ପରେ ଷ୍ଟିଲପ୍ଲାଣ୍ଟ ନିକଟରେ ଥିବା ପରିତ୍ୟକ୍ତ ଘରେ ଚଢ଼ାଉ କରିଥିଲା। ଏହି ଘରେ ଦେହ ବ୍ୟବସାୟୀମାନେ ରହୁଥିଲେ। ଦଲାଲ ମାଧ୍ୟମରେ ଗ୍ରାହକଙ୍କୁ ଡାକି କାରବାର ଚାଲିଥିବା ସେକ୍ଟର ୧୫ ପୋଲିସ ସୂଚନା ଦେଇଛି। ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ମୋବାଇଲ ସହ ବିଭିନ୍ନ ପ୍ରକାର ଆପତ୍ତିଜନକ ଜିନିଷ ମଧ୍ୟ ଜବତ ହୋଇଛି।