Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ବ୍ୟବସାୟୀଙ୍କୁ ଗୁଜରାଟ ସରକାର ଦେଲେ ଚେତାବନୀ, ଜୁନ୍ ୩୦ ସୁଦ୍ଧା ଟିକା ନନେଲେ ଦୋକାନ ଅନୁଷ୍ଠାନରେ ପଡିବ ତାଲା

25/06/2021 at 4:04 PM

ଗାନ୍ଧିନଗର ୨୫।୦୬: ସମଗ୍ର ବିଶ୍ଵରେ ଦ୍ରୁତ ଗତିରେ କରୋନା ଟିକାକରଣ ଉପରେ ଗୁରୁତ୍ବ ଦିଆଯାଉଛିା ଠିକ୍  ସହିଭଳି ଗୁଜୁରାଟ ସରକାର ରାଜ୍ୟର ବିଭିନ୍ନ  ସହରରେ ଥିବା ସମସ୍ତ ବ୍ୟବସାୟ ତଥା ବେସରକାରୀ ଅନୁଷ୍ଠାନକୁ ଟିକାକରଣ ନେଇ କଡା ନିର୍ଦ୍ଦେଶ ଦେଇଛନ୍ତି, ବିଶେଷ କରି ଯେଉଁଠାରେ ରାତ୍ରୀ କର୍ଫ୍ୟୁ ଲାଗୁ କରାଯାଇଛିା ସମସ୍ତ ବ୍ୟବସାୟର  କମର୍ଚାରୀଙ୍କୁ ଜୁନ୍ ୩୦ ତାରିଖ ସୁଦ୍ଧା ଟିକା  ନିର୍ଦ୍ଦେଶକୁ ପାଳନ କରିବାକୁ କୁହାଯାଇଛି ନଚେତ୍ ବ୍ୟବସାୟ ତଥା ବେସରକାରୀ ସଂସ୍ଥା ବନ୍ଦ କରାଯିବ ବୋଲି ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି। ରାଜ୍ୟର ଅନ୍ୟାନ୍ୟ ସହରରେ ଏହି ସମୟସୀମା ୧୦  ଜୁଲାଇ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।

ତେବେ ଗୁଜରାଟର ସୂଚନା ବିଭାଗର ରିପୋର୍ଟ ଅନୁଯାୟୀ, “ଯେଉଁ ରାଜ୍ୟର ସହରରେ ବର୍ତ୍ତମାନ ରାତ୍ରୀ କର୍ଫ୍ୟୁ ଲାଗୁ ହୋଇଛି। ଏହି ସହରରେ ଥିବା ସମସ୍ତ ବ୍ୟବସାୟ ତଥା ବେସରକାରୀ ଅନୁଷ୍ଠାନର ପରିଚାଳକ, ମାଲିକ ଏବଂ ଅନ୍ୟ କର୍ମଚାରୀଙ୍କ ଜୁନ୍ ୩୦ ସୁଦ୍ଧା କରୋନା ଟିକା ନେବା ବାଧ୍ୟତାମୂଳକ। ତେଵେ ଅନ୍ୟ ସହରରେ, ଏହି ସମୟସୀମା ଜୁଲାଇ ୧୦ ପର୍ଯ୍ୟନ୍ତ କରାଯାଇଛି ।

ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋର କମିଟିର ବୈଠକରେ ରାଜ୍ୟର ୧୮ଟି ସହରରେ ରାତ୍ରୀ କାଳୀନ କର୍ଫ୍ୟୁ ବ୍ୟବସ୍ଥା କରାଯିବାର ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ରାଜ୍ୟର ୩୬ ଟି ସହରରେ ରାତ୍ରୀ କାଳୀନ କର୍ଫ୍ୟୁ ଲାଗୁ କରାଯାଇଥିଲା। ମୁଖ୍ୟ ଶାସନ ସଚିବ ଅନିଲ ମୁକିମଙ୍କ ଅନୁଯାୟୀ, “ଏହି ବୈଠକରେ ୮ଟି ନଗର ନିଗମ ସଂସ୍ଥା ସମେତ ରାଜ୍ୟର ୧୮ ଟି ସହରରେ ରାତ୍ରୀ କାଳୀନ କର୍ଫ୍ୟୁ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି। ୧୮ଟି ସହରରେ ଏହି ବ୍ୟବସ୍ଥା ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ରାତ୍ରୀ କାଳୀନ କର୍ଫ୍ୟୁର ଏହି ନୂଆ ନିୟମ ବିଷୟରେ ସମ୍ବନ୍ଧରେ ଜୁନ୍ ୨୭ ରୁ ଲାଗୁ ହେବ |

ତେବେ ଏହି ସହରଗୁଡ଼ିକରେ ରାତି ୧୦ଟାରୁଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରୀ କାଳୀନ କର୍ଫ୍ୟୁ ଲାଗୁ କରାଯିବ। ଏଥିମଧ୍ୟରେ ଅହମ୍ମଦାବାଦ, ରାଜକୋଟ, ବଡେଦରା , ସୁରଟ, ଭାବନଗର, ଗାନ୍ଧିନଗର, ଜାମନଗର, ଜୁନାଗଡ, ବାପି, ଅଙ୍କଲେଶ୍ୱର, ବାଲସାଡ, ନନସାରୀ, ମହସାନା, ଭରୁଚ, ପାଟନ, ମୋରବି, ଭୁଜ ଏବଂ ଗାନ୍ଧୀଧାମ ଏଥିରେ ଅନ୍ତର୍ଭୁକ୍ତ।

ଗୁଜୁରାଟରେ ଲକଡାଉନରେ ଆଂଶିକ କୋହଳ  

ଗୁଜୁରାଟରେ ଲକଡାଉନ କାରଣରୁ ଲାଗୁ କରାଯାଇଥିବା ପ୍ରତିବନ୍ଧକ ଉପରେ ମଧ୍ୟ କୋହଳ କରାଯାଇଛି । ସେଠାରେ ଥିବା ରେଷ୍ଟୁରାଣ୍ଟ ଗୁଡିକ୬୦ ପ୍ରତିଶତ ପର୍ଯ୍ୟନ୍ତ ବସିବାର କ୍ଷମତା ସହିତ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ | ମଲ୍, ସିନେମା ହଲ୍ ଏବଂ ଅଡିଟୋରିୟମ୍ ୫୦ ପ୍ରତିଶତ ଆସନ  ସହିତ ଖୋଲିପାରିବ | ତେବେ ଅନ୍ତିମ ସଂସ୍କାରରେ ୪0 ଜଣ ଲୋକ ଯୋଗ ଦେଇଥିବାବେଳେ ୧୦୦ ଜଣ ବିବାହ ଉତ୍ସବରେ ଯୋଗ ଦେଇପାରିବେ ବୋଲି ଅନୁମତି ଦିଆଯାଇଛି।ଅନ୍ୟପଟେ ୨୦୦ ରୁ ଅଧିକ ଲୋକ ରାଜନୈତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ନାହିଁ ବୋଲି କୁହାଯାଇଛି |

   Related Posts