ଆତ୍ମହତ୍ୟା କଲେ ବ୍ୟବସାୟୀଙ୍କ ପରିବାର, ପିତା, ପୁତ୍ର ଓ ପତ୍ନୀ ମୃତ

Published By : Prameya-News7 Bureau | November 11, 2019 IST

ପେରିୟାବାଲାକୁଲମ:  ତାମିଲନାଡୁ ପେରିୟାବାଲାକୁଲମର ଘଟିଛି ଅଭାବନୀୟ ଘଟଣା। ଜନୈକ ବ୍ୟବସାୟୀ  ତାଙ୍କ ପତ୍ନୀ ଓ ପୁତ୍ର କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ତେବେ ଘଟଣା ବେଳେ ବୋହୁ ଓ ପିଲାମାନେ ବାହାରେ ଥିବାରୁ ସେମାନେ ଘଟଣାରୁ ବର୍ତ୍ତି ଯାଇଛନ୍ତି। ପରିବାର ଉପରେ ଋଣ ବୋଝ ଯୋଗୁ ବ୍ୟବସାୟୀ ତାଙ୍କ ପୁତ୍ର ଓ ପତ୍ନୀ ଏଭଳି କାଣ୍ଡ କରିଥିବା ଅନୁମାନ କରାଯାଉଛି। ପୋଲିସ ପହଞ୍ଚି ଶବଗୁଡିକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ହସ୍ପିଟାଲକୁ ପଠାଇଛି।

ମିଳିଥିବା ସୂଚନା ଅନୁସାରେ ମୃତକ ୩ ଜଣ ହେଲେ ଇନବା ମୂର୍ତ୍ତି(୬୯) , ତାଙ୍କ ପତ୍ନୀ ଆଇ.ଥିଲାଗାବତୀ(୬୧) ଓ ତାଙ୍କ ପୁତ୍ର ଏନ. କନ୍ନନ (୪୦) ବୋଲି ପୋଲିସ ଚିହ୍ନଟ କରିଛି। ଗୋଦାମରେ ଇନବା ମୂର୍ତ୍ତି ଓ ତାଙ୍କ ପୁଅଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଥିଲାଗାବତୀଙ୍କୁ ଅଚେତ ଉଦ୍ଧାର କରାଯାଇଥିଲା। ତେବେ ହସ୍ପିଟାଲରେ ଚିକିତ୍ସା ଆରମ୍ଭ ହେବା ବେଳକୁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ସେମାନେ କୀଟନାଶକ ପିଇଥିବାରୁ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ସ୍ପଷ୍ଟ ଜଣାପଡୁଥିବା କହିଛି ପୋଲିସ ।

ପୋଲିସ ତଦନ୍ତରୁ ପରିବାର ଧନିଆ ବ୍ୟବସାୟ କରୁଥିଲେ। ଆଖପାଖ ରାଜ୍ୟରୁ ଧନିଆ ମଗାଇ ତାକୁ ଖୁଚୁରା ଦରରେ ବିକ୍ରୟ କରୁଥିଲେ। ତେବେ ବ୍ୟବସାୟ ଲାଗି ପରିବାର କରଜରେ ବୁଡି ରହିଥିଲା। ଏଣୁ କରଜଦାତାଙ୍କ ଚାପରେ ରହିବା ଯୋଗୁ ସେମାନେ ବିଷ ପିଇ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି। ସୋଲକ୍କରାଇ ଥାନାରେ ପୋଲିସ ଏକ ଅପମୃତ୍ୟୁ ମାମଲା  ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.