Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଚାନ୍ଦବାଲି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଜଳେଶ୍ବର : ଓଭରବ୍ରିଜ୍ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟିଲା ବୋଲେରୋ, ୬ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୨୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୪୧ ପଜିଟିଭ୍ ଚିହ୍ନଟ
  • ||
  • ନୟାଗଡ଼ : ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ
  • ||
  • ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ! ୧୫ ଯାଏଁ ତାତିରୁ ମିଳିବ ତ୍ରାହି
  • ||

ଦିନ ଦ୍ବିପ୍ରହରରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

20/12/2018 at 3:51 PM

ହାଜିପୁର ୨୦/୧୨ : ଦେଶରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି | ବିହାରରେ ଅଧିକ ମାତ୍ରାରେ ଅପରାଧିକ ମାମଲା ସାମ୍ନା ଆସିଥାଏ | ବିହାରରେ ଗୁଣ୍ଡାଙ୍କ ରାଜ ଚାଲିଛି | ବିନା ଦ୍ୱାରା ଭୟରେ ଏହି ଅପରାଧୀମାନେ ବିହାରରେ ଅପରାଧ କରି ଚାଲିଛନ୍ତି | ଚୋରି, ଡକାୟତି, ହତ୍ୟା, ଦୁଷ୍କର୍ମ ଭଳି ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି | ନିକଟରେ ବିହାର ହାଜିପୁରରେ ଘଟିଛି ଏଭଳି ଘଟଣା | ମଗଧ ହସ୍ପିଟାଲର ମାଲିକ ଗୋପାଳ ଖେମକାଙ୍କ ପୁଅ ତଥା ବିଜେପି ନେତା ଗୁଞ୍ଜନ ଖେମକାଙ୍କୁ ଗୁଳି କରି ହତ୍ୟା କରିଛନ୍ତି କିଛି ଦୁର୍ବୁର୍ତ୍ତ | ଆକ୍ରମଣବେଳେ ଗୁଞ୍ଜନଙ୍କ ଡ୍ରାଇଭର ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି | 


ହାଜିପୁର ଇଣ୍ଡଷ୍ଟ୍ରିଆଲ ଅଂଚଳରେ ବିଜେପି ନେତା ଗୁଞ୍ଜନ ଖେମକାଙ୍କର ଏକ କାରଖାନା ରହିଛି | ଆଜି ଦିନ ୧୨ ଟା ବେଳେ ତାଙ୍କ କାରଖାନା ବାହାରେ ହିଁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି | ଶାର୍ପ ସୁଟର ବାଇକରେ ଆସିଥିଲା | ଗୁଞ୍ଜନ ନିଜ କାରରେ କାରଖାନାକୁ ଆସିଥିଲେ | ଦୁର୍ବୁର୍ତ୍ତମାନେ ତାଙ୍କ ଉପରକୁ ୩ ରାଉଣ୍ଡ ଗୁଳି କରିଥିଲେ | ଦୁଇଟି ଗୁଳି ଗୁଞ୍ଜନଙ୍କୁ ଲାଗିଥିଲା | ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ ଗୁଞ୍ଜନ | ଘଟଣାବେଳେ ଗୁଞ୍ଜନଙ୍କ ଡ୍ରାଇଭରଙ୍କୁ ମଧ୍ୟ ଗୁଳି ବାଜିଥିଲା | କାରଖାନାର ଅନ୍ୟାନ୍ୟ କର୍ମଚାରୀ ତୁରନ୍ତ ଗୁଞ୍ଜନ ଏବଂ ତାଙ୍କ ଡ୍ରାଇଭରଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ | ଡାକ୍ତର ଗୁଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ | ଡ୍ରାଇଭରଙ୍କ ଚିକିତ୍ସା ଚାଲିଛି | ଗୁଞ୍ଜନ ବିହାର ପ୍ରଦେଶ ବିଜେପି ବ୍ୟବସାୟିକ ପ୍ରକୋଷ୍ଠର ସଂଯୋଜକ ଥିଲେ | ତାଙ୍କ ମୃତ୍ୟୁ ଖବର ସଂଗେ ସାଙ୍ଗ ପବନ ଭଳିଆ ପୁରା ସହରକୁ ବ୍ୟାପି ଯାଇଥିଲା | ତାଙ୍କ ମୃତ୍ୟୁ ଖବରରେ ପୁରା ସହରରେ ଶୋକର ଛାୟା ଖେଳି ଯାଇଛି | 


ଆକ୍ରମଣ ପରେ ଦୁର୍ବୁର୍ତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ | ଖବର ପାଇ ସଂଗେସାଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା | ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି | ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି | ଏବେ ଯାଇଁ ପୋଲିସ ଆକ୍ରମଣକାରୀଙ୍କ ପତ୍ତା ପାଇନାହିଁ | ଗୁଳି ଏକେ -୪୭ ବନ୍ଧୁକରୁ କରାଯାଇଥିବା ପୋଲିସ ଆଶଙ୍କା କରୁଛି | କାରଖାନାରେ କାମ କରୁଥିବା ଜଣେ କର୍ମଚାରୀ କହିଥିଲେ ଯେ, ଦୁର୍ବୁର୍ତ୍ତମାନେ ଯେଉଁ ବାଇକରେ ଆସିଥିଲେ ସେହି ବାଇକରେ ନମ୍ବର ନଥିଲା |


ଗୁଞ୍ଜନଙ୍କର କାହା ସହିତ କୌଣସି ଶତ୍ରୁତା ନଥିବା ତାଙ୍କ ବାପା ଗୋପାଳ ଖେମକା ପୋଲିସକୁ କହିଛନ୍ତି | ତେବେ ଏହା ପୂର୍ବରୁ ମଧ୍ୟ ଥରେ ଗୁଞ୍ଜନଙ୍କ ଉପରକୁ ଆକ୍ରମଣ ହୋଇଥିଲା | କିନ୍ତୁ ସେତେବେଳେ ଦୁର୍ବୁର୍ତ୍ତ ସଫଳ ହୋଇନଥିଲେ | ଗୁଞ୍ଜନ ଭାଗ୍ୟବଶତଃ ବର୍ତ୍ତୀ ଯାଇଥିଲେ | ଆଜି ଆକ୍ରମଣକାରୀ ପୁରା ପ୍ରସ୍ତୁତ ହୋଇ ଆସିଥିଲେ ଗୁଞ୍ଜନଙ୍କୁ ହତ୍ୟା କରିବା ପାଇଁ | ହାଜିପୁର ଏସପି କହିଛନ୍ତି ଯେ, ପୋଲିସ ହତ୍ୟାକାଣ୍ଡର ତଦନ୍ତ କରୁଛି ଏବଂ ବହୁତ ଜଲ୍ଦି ହତ୍ୟାକାରୀ ପୋଲିସ ହାତରେ ଧରା ପଡିବ |

   Related Posts