ରାଜ୍ କୁନ୍ଦ୍ରାଙ୍କୁ ମିଳିଲାନି ଆଶ୍ୱସ୍ତି, ୧୪ ଦିନ ବିଚାର ବିଭାଗୀୟ ହାଜତକୁ ଗଲେ ଅଭିନେତ୍ରୀଙ୍କ ସ୍ୱାମୀ

Published By : Prameya-News7 Bureau | July 27, 2021 IST

ମୁମ୍ୱାଇ ୨୭/୭ : ପର୍ଣ୍ଣ ଭିଡିଓ ମାମଲାରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ରାଜ କୁନ୍ଦ୍ରାଙ୍କୁ ୧୯ ଜୁଲାଇ ରାତିରେ ମୁମ୍ବାଇ ପୋଲିସର କ୍ରାଇମ ଶାଖା ଗିରଫ କରିଥିଲା । ରାଜ କୁନ୍ଦ୍ରା ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରିଥିବା ଅଭିଯୋଗ ହୋଇଛି ।

wp:html /wp:html

ଏହା ପରେ କୋର୍ଟ ପ୍ରଥମେ ଜୁଲାଇ ୨୩ ପର୍ଯ୍ୟନ୍ତ ରାଜ କୁନ୍ଦ୍ରାଙ୍କ ପୋଲିସ ହେପାଜତରେ ରହିବାକୁ ନିର୍ଦ୍ଦେଶ ଥିଲା । ଏହା ପରେ ଅବଧିକୁ ଜୁଲାଇ ୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଆଜି କୋର୍ଟରେ ହାଜର ପରେ ଜେଲକୁ ପଠାଯାଇଛି ।

ରାଜ କୁନ୍ଦ୍ରାଙ୍କ ଓକିଲ ଜାମିନ ଆବେଦନ କରିଥିଲେ । ଏହାସହ ସେ କହିଥିଲେ ଜାମିନ ଆବେଦନର ଆଧାର ହେଉଛି ତଦନ୍ତ ଶେଷ ହୋଇଛି । ରାଜଙ୍କୁ ବର୍ତ୍ତମାନ ଜାମିନ ଦିଆଯିବା ଉଚିତ୍ । ଏପଟେ ରାଜ କୁନ୍ଦ୍ରାଙ୍କ ହେପାଜତ ବୃଦ୍ଧି କରିବାକୁ ମୁମ୍ବାଇ ପୋଲିସ ଦାବି କରିଥିଲା । ରାଜ କୁନ୍ଦ୍ରାଙ୍କୁ ଆଉ କିଛି ଦିନ ଜେଲରେ ରଖିବାକୁ ପୋଲିସ ଦାବି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.