କନ୍ଦରପୁରରେ ଫୁଟିଲା ଗୁଳି, ଅଜଣା ଯୁବକଙ୍କ ଗୁଳିମାଡରେ ବ୍ୟବସାୟୀ ଗୁରୁତର

Published By : Prameya-News7 Bureau | September 09, 2021 IST

ଭୁବନେଶ୍ବର ୯।୯: କଟକ ଉପକଣ୍ଠ କନ୍ଦରପୁରରେ ଫୁଟିଲା ଗୁଳି । ଗୁଳିମାଡରେ ଜଣେ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, କଟକ ଉପକଣ୍ଠ କନ୍ଦରପୁରରେ ଦୁଇ ଜଣ ଅଜଣା ଯୁବକ ଜଣେ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରି ଗୁଳିମାଡ କରିଛନ୍ତି । ଗୁଳିମାଡରେ ବ୍ୟବସାୟୀ ଜଣଙ୍କ ଗୁରୁତର ହୋଇଛନ୍ତି । ବ୍ୟବସାୟୀଙ୍କ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚ ତଦନ୍ତ ଆରମ୍ଭ କରିଛି । ତେବେ ଗୁଳିମାଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ଗୁଳି ମାଡ କରି ଦୁଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ପୋଲିସ ତଦନ୍ତ ପରେ ଗୁଳିମାଡର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.