ବ୍ୟବସାୟୀଙ୍କୁ ଗୁଳିମାଡ : ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | October 26, 2019 IST

ବ୍ରହ୍ମପୁର ୨୬।୧୦: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ସିଙ୍ଗିପୁର ଗାଁରେ ବ୍ୟବସାୟୀଙ୍କୁ ଗୁଳିମାଡ ହୋଇଛି । ଗୁଳିମାଡ ଫଲରେ ବ୍ୟବସାୟୀ ସୁଶାନ୍ତ ପାତ୍ର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ଛତ୍ରପୁର ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଅଣ୍ଟାରେ ଗୁଳି ବାଜିଥିବା ଜଣାପଡିଛି । ସାମାନ୍ୟ କଥାକୁ କେନ୍ଦ୍ରକରି ଗୁଳିକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି ।

{"id":174860}

ସୂଚନାଯୋଗ୍ୟ ଯେ, ସଞ୍ଜୟ ବାରିକ ନାମକ ଜଣେ ଯୁବକ ସୁଶାନ୍ତଙ୍କ ଦୋକାନକୁ ଆସି କିଛି ଜିନିଷ ମାଗିଥିଲା । ସୁଶାନ୍ତ ସେତେବେଳେ ଦୋକାନରେ ଅନୁପସ୍ଥିତ ଥିଲେ । ସୁଶାନ୍ତଙ୍କ ପୁଅଙ୍କୁ ସେ ଜିନିଷ ମାଗିବାରୁ ସେ ତାର ମା'ଙ୍କୁ ଡାକିଥିଲେ । କୌଣସି କାରଣରୁ ଯୁବକ ଜଣଙ୍କ ତାଙ୍କ ମା'ଙ୍କୁ ଗାଳିଗୁଲଜ କରିଥିଲେ । ସେହି ସମୟରେ ଦୋକାନ ନିକଟରେ ବ୍ୟବସାୟୀ ସୁଶାନ୍ତ ପାତ୍ର ପହଞ୍ଚି ଯୁବକ ଜଣଙ୍କୁ ବୁଝାସୁଝା କରି ଘରେ ଛାଡିଥିଲେ । ପରେ ଯୁବକ ଜଣଙ୍କ ଉଗ୍ର ରୂପ ଧାରଣ କରି ପିସ୍ତଲ ଧରି ଆସି ବ୍ୟବସାୟୀ ସୁଶାନ୍ତ ପାତ୍ରଙ୍କୁ ଗୁଳି କରିଥିଲା । ଫଳରେ ସୁଶାନ୍ତଙ୍କୁ ଆହତ ଅବସ୍ଥାରେ ପ୍ରଥମେ ଛତ୍ରପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସୁଶାନ୍ତ ଏବେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.