ମିଠା ବ୍ୟବସାୟୀ ପତ୍ନୀ ଏବଂ ପୁଅକୁ ଗୁଳି ମାରିବା ପରେ କଲେ ଆତ୍ମହତ୍ୟା : ପତ୍ନୀ ମୃତ ,ପୁଅ ଗୁରୁତର

Published By : Prameya-News7 Bureau | October 30, 2019 IST

ସଙ୍ଗରୁର ୩୦/୧୦: ମାନସିକ ଅବସାଦଗ୍ରସ୍ତ ରହୁଥିବା ମିଠା ବ୍ୟବସାୟୀ ଏବଂ ଜୈନ ସୁଇଟସର ପାର୍ଟନର ବିଜୟ ଜୈନ ସକାଳେ ଘରେ ପତ୍ନୀ ଏବଂ ପୁଅଙ୍କୁ ଗୁଳି ମାରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଏଥିରେ ପତ୍ନୀ ଆଶାଙ୍କ ମୃତ୍ୟୁ ହୋଇଥିବାବେଳେ ପୁଅ ସାହିଲଙ୍କୁ ଗୁରୁତର ଅବସ୍ଥାରେ ଡିଏମସିରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି ଯେ ବ୍ୟବସାୟୀ ଜଣକ ସବୁବେଳେ ମରିବା କଥା କହୁଥିଲେ। ଏପରି ପରିସ୍ଥିତିରେ ଘରଲୋକେ ତାଙ୍କର ରିଭଲଭର ଲୁଚାଇ ଦେଇଥିଲେ। ବିଜୟଙ୍କ ମାଆ କହିବା ଅନୁସାରେ ମଙ୍ଗଳବାର ସକାଳ ପାଖାପାଖି ୪ଟାବେଳେ ତାଙ୍କ ପୁଅ ସାହିଲ ଜୈନ ତାଙ୍କ ଘଟଣା ବିଷୟରେ କହିଥିଲେ।

ତାଙ୍କ ମାଆଙ୍କ କହିବା ଅନୁସାରେ ବିଜୟଙ୍କ ପାଖରେ ୩୨ ବୋର ଲାଇସେନ୍ସପ୍ରାପ୍ତ ରିଭଲଭର ଥିଲା। ରିଭଲଭରରୁ ୬ଟି ଗୁଳି ଚଳାଯାଇଥିଲା। ସେ ଭିତରକୁ ଯାଇ ଦେଖିଥିଲେ ଯେ ତାଙ୍କର ବୋହୂ ତଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଛନ୍ତି। ତାଙ୍କ ଛାତି ଏବଂ କାନ୍ଧରେ ଗୁଳି ବାଜିଥିଲା। ୧ମହଲାରେ ବେଡରୁମରେ ପୁଅ ବିଜୟ (୪୦) ଖଟରୁ ଅଧା ତଳେ ଝୁଲୁଥିଲେ। ତାଙ୍କ ଛାତିରେ ଗୁଳି ବାଜିଥିଲା। ନାତି ସାହିଲଙ୍କ ଶରୀରରେ ମଧ୍ୟ ଦୁଇଟି ଗୁଳି ବାଜିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.