Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ରାଇରଙ୍ଗପୁର : ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟାକାଣ୍ଡ : ୩ ସୁପାରୀ କିଲର ଗିରଫ
  • ||

ଧାନ ବ୍ୟବସାୟୀଙ୍କ ଉପରକୁ ବୋମାମାଡ ଘଟଣା, ଜଣଙ୍କୁ ଗିରଫ କଲା ପୋଲିସ

18/06/2021 at 10:36 PM

ବାଲିପାଟଣା,୧୮/୬: ଗତ ୧୬ ତାରିଖରେ ଧାନ ବ୍ୟବସାୟୀଙ୍କ ଉପରକୁ ବୋମାମାଡ ଘଟଣାରେ ଜଣକୁ ଗିରଫ କରିଛି ବାଲିଅନ୍ତା ପୋଲିସ୍ । ଗିରଫ ଅଭିଯୁକ୍ତ ହେଉଛନ୍ତି ପ୍ରତାପରୁଦ୍ରପୁର ସେବା ସମବାୟ ସମିତିର ଡାଟା ଏଣ୍ଟ୍ରି ଅପରେଟର ଲକ୍ଷ୍ମୀଧର ନନ୍ଦ । ଲକ୍ଷ୍ମୀଧର ଏବଂ ଧାନ ବ୍ୟବସାୟୀ ସଦାଶିବ ମିଶ୍ର ଉଭୟେ କିଛି ପଞ୍ଜିକୃତ ଚାଷୀଙ୍କ ଖାତାରେ ସମବାୟ ସମିତିରେ ଧାନଦେଇ ଭଲ ଟଙ୍କା ରୋଜଗାର କରୁଥିଲେ। ଡାଟା ଏଣ୍ଟ୍ରି ଅପରେଟର ଲକ୍ଷ୍ମୀଧର ଧାନ ବ୍ୟବସାୟୀଙ୍କୁ ଟଙ୍କା ଦେବାର ଥିଲା । ଲକ୍ଷ୍ମୀଧର ଟଙ୍କା ଦେବା ପାଇଁ ଦିନ ଗଡାଇ ଚାଲୁଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ଯରେ ଯୁକ୍ତିତର୍କ ହୋଇଥିଲା । ପରେ ସଦାଶିବଙ୍କୁ ଜୀବନରେ ମାରି ଦେବା ପାଇଁ ଯୋଜନା କରିଥିଲା ଲକ୍ଷ୍ମୀଧର ।

ଯୋଜନା ଅନୁଯାୟୀ ୧୬ ତାରିଖ ରାତ୍ରି ପ୍ରାୟ ୯ଟାରେ ଫୋନ୍ ଯୋଗେ ଟଙ୍କା ଦେବା ପାଇଁ ସଦାଶିବଙ୍କୁ ଡାକିଥିଲା ଲକ୍ଷ୍ମୀଧର l ପୂର୍ବରୁ ପ୍ରସ୍ତୁତ ହୋଇ ଥିବା ଲକ୍ଷ୍ମୀଧରଙ୍କର ଦୁଇ ସହଯୋଗୀ ସଦାଶିବଙ୍କ ଉପରକୁ ଦୁଇଟି ବୋମା ଫିଙ୍ଗି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ସଦାଶିବ ଗୁରୁତର ହୋଇ ଭୁବନେଶ୍ଵର ଏମ୍ସରେ ଚିକିସ୍ଥିତ ହେଉଛନ୍ତି । ସଦାଶିବଙ୍କ ମୋବାଇଲ୍ କୁ ଆସିଥିବା ଫୋନ୍ କଲ ମାଧ୍ୟମରେ ଲକ୍ଷ୍ମୀଧରକୁ ଉଠାଇ ଥିଲା ବାଲିଅନ୍ତା ପୋଲିସ୍ । ପୋଲିସ୍ ସାମ୍ନାରେ ସବୁ ସତ କଥା ମାନି ଯାଇଥିଲା ଲକ୍ଷ୍ମୀଧର । ଲକ୍ଷ୍ମୀଧରର ଅନ୍ୟ ଦୁଇ ସହଯୋଗୀଙ୍କୁ ଧରିବା ପାଇଁ ଉଦ୍ୟମ କରୁଛି ବାଲିଅନ୍ତା ପୋଲିସ୍ ।

   Related Posts