Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

କରୋନା ଲକଡାଉନ୍‌ରେ ଅପରାଧୀ ସକ୍ରିୟ: ଦାଦାବଟି ନଦେବାରୁ ସମ୍ବଲପୁରରେ ବ୍ୟବସାୟୀଙ୍କୁ ରଡ୍‌ରେ ପିଟିଲେ ଦୁର୍ବୃତ୍ତ, ଭାଙ୍ଗିଦେଲେ ହାତ

24/07/2020 at 6:37 PM

ସମ୍ବଲପୁର, ୨୪|୦୭:  ସମ୍ବଲପୁର ଜିଲ୍ଲାରେ କରୋନା ଯେତିକି କାୟା ବିସ୍ତାର କରୁଛି ତାଠାରୁ ଅଧିକ କ୍ରିୟାଶୀଳ ହୋଇଛନ୍ତି ଅପରାଧୀ ଗୋଷ୍ଠୀ । ପୋଲିସ ଏବେ କରୋନା ଡ୍ୟୁଟିରେ ବ୍ୟସ୍ତ ରହୁଥିବା ବେଳେ ଅପରାଧୀମାନେ ଏହାର ଭରପୁର ଫାଇଦା ଉଠାଉଛନ୍ତି । ସହରରେ ଘଟୁଛି ଗୋଟିଏ ପରେ ଗୋଟିଏ ଅପରାଧ ।

ସହରର ଚେରୁଆପଡାଠାରେ ଥିବା ଏକ ମାର୍କେଟ୍ କମ୍ପ୍ଲେକ୍ସ ସମ୍ମୁଖରେ ଜଣେ ବ୍ୟବସାୟୀ ଦେବାଶିଷ ପତିଙ୍କ ଉପରେ ହୋଇଛି ମରାଣାନ୍ତକ ଆକ୍ରମଣ । କିଛିଦିନ ତଳେ ଦେବାଶିଷଙ୍କୁ କିଛି ଦୁର୍ବୃତ୍ତ ଦାଦାବଟି ମାଗିଥିଲେ । କିନ୍ତୁ ଦେବାଶିଷ ତାଙ୍କ କଥା ଶୁଣିନଥିଲେ । ତେଣୁ ଦୁର୍ବୃତ୍ତମାନେ ଧମକ ଦେଇଥିଲେ । ଧମକକୁ ଖାତିର ନକରି ଦେବାଶିଷ ଗତ ୧୭ ତାରିଖରେ ମାର୍କେଟ୍ କମ୍ପ୍ଲେକ୍ସରେ ଥିବା ନିଜ ଅଫିସକୁ ଯାଇଥିଲେ । ଏହାପରେ ୪ଜଣ ଯୁବକ ଅଫିସରେ ପହଁଚି ତାଙ୍କୁ ଲୁହା ରଡରେ ଆକ୍ରମଣ କରିଥିଲେ । ଏପରିକି ଦେବାଶିଷଙ୍କୁ ସାହାଯ୍ୟ କରିବାକୁ ଆସିଥିବା ଜଣେ ବ୍ୟବସାୟୀ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ।

ଏହି ମରଣାନ୍ତକ ଆକ୍ରମଣରେ ଦେବାଶିଷଙ୍କ ଦୁଇ ହାତ ଭାଙ୍ଗି ଯାଇଥିବା ବେଳେ ଶରୀରର ଅନ୍ୟ ସ୍ଥାନରେ ମଧ୍ୟ ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲାରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣାକୁ ୫ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଚୁପ୍ ରହିବା ନେଇ ଅସନ୍ତୋଷ ବୃଦ୍ଧି ପାଇଛି ।

   Related Posts