ବାଲିଯାତ୍ରାକୁ ଚାତକ ଭଳି ଚାହିଁ ବସିଥାଆନ୍ତି ବ୍ୟବସାୟୀ : ୭ଦିନରେ ଆଶାଠୁ ଅଧିକ ହୁଏ ରୋଜଗାର

Published By : Prameya-News7 Bureau | November 10, 2019 IST

କଟକ ୧୦।୧୧: ବାଲିଯାତ୍ରା ଆସିଲେ ତତ୍ପର ହେ।ଇଉଠନ୍ତି ବ୍ୟବସାୟୀ । କାରଣ ଏ ହେଉଛି ଗେ।ଟିଏ ବାଣିଜ୍ୟକ ମେଳା ଯେଉଁଠି ୭ ଦିନରେ ଆଶାଠୁ ଅଧିକ ରେ।ଜଗାର ହୁଏ । ତେଣୁ ବାଲିଯାତ୍ରାକୁ ଚାତକ ଭଳି ଚାହିଁ ବସିଥାଆନ୍ତି ବ୍ୟବସାୟୀ । ପଞ୍ଜୀକୃତ ବ୍ୟବସାୟୀ ତ ମାଲାମାଲ ହୁଅନ୍ତି, ପରେ।କ୍ଷରେ ବହୁ କ୍ଷ୍ୟୁଦ୍ର ବ୍ୟବସାୟୀ ବି ଲାଭବାନ ହୁଅନ୍ତି । ଜାଣିବା ବାଲିଯାତ୍ରା କାହା ପାଇଁ କେମିତି ।

{"id":182083}

ବାଲିଯାତ୍ରା ପଞ୍ଜିକୃତ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି କ୍ଷ୍ୟୁଦ୍ର ବ୍ୟବସାୟୀ, ସମସ୍ତଙ୍କ ପାଇଁ ରେ।ଜଗାରର ବଡ ମାଧ୍ୟମ । ତେଣୁ ବାଲିଯାତ୍ରା ଆସିଲେ ବ୍ୟବସାୟୀ ତ ଖୁସି ହୁଅନ୍ତି, ଷ୍ଟଲ ବନଉଥିବା ଶ୍ରମିକଙ୍କ ପାଇଁ ବି ଅପୂର୍ବ ସୁଯେ।ଗ । କେବଳ ଯାତ୍ରା ଦିନତକ ନୁହେଁ, ଯାତ୍ରା ପରେ ବି ଜମେ କିଣାବିକା । ଯାତ୍ରା ପଡିଆ ଭିତରଠୁ ଆରମ୍ଭ କରି ବାହାର ଯାଏ ପସରା ଧରି ବସନ୍ତି ବ୍ୟବସାୟୀ । ତେଣୁ ଷ୍ଟଲ କାରିଗରଙ୍କ ପାଇଁ ରେ।ଜଗାରର ବାଟ ଫିଟିଥାଏ । ଛେ।ଟ ବଡ ଷ୍ଟଲ ହେଉ କି ବଡ ଷ୍ଟଲ ପ୍ରସ୍ତୁତ ପାଇଁ ୭/୮ ଦିନ ସମୟ ଲାଗେ । ଓରମାସ ଭଳି ଷ୍ଟଲ ପ୍ରସ୍ତୁତ କରିବାକୁ ଲାଗେ ପାଖାପାଖି ୨ରୁ ୩ ସପ୍ତାହ । ଯାତ୍ରା ସରିଗଲା ପରେ ବି ଏହି ଶ୍ରମିକ ମାନଙ୍କୁ ଆହୁରି ଦେଢ ସପ୍ତାହ ପର୍ଯ୍ୟନ୍ତ କାମ କରିବାକୁ ପଡେ । ତେଣୁ ବେଶ ଦିପଇସା ରେ।ଜଗାର କରିବାକୁ ସୁଯେ।ଗ ଆଣିଦିଏ ବାଲିଯାତ୍ରା ।

{"id":182084}

କେବଳ ଷ୍ଟଲ ନିର୍ମାଣ କରୁଥିବା ଶ୍ରମିକ ବା କାରିଗର ନୁହଁନ୍ତି, ବିଦ୍ୟୁତ୍ ଶ୍ରମିକ, ନିର୍ମାଣ ଶ୍ରମିକ ଏପରିକି ଡେକୋରେଟରଙ୍କ ଲାଗି ମଧ୍ୟ ବାଲିଯାତ୍ରା ଏକ ବିରାଟ ପ୍ଲାଟଫର୍ମ । ଏହା ଛଡା ଦୋଳି ବ୍ୟବସାୟୀଙ୍କ ଲାଗି ତ କଟକ ବାଲିଯାତ୍ରା ହେଉଛି ରୋଜଗାରର ଗନ୍ତାଘର । ବର୍ଷର ଅନ୍ୟ ଦିନ ଅପେକ୍ଷା ପକେଟକୁ ଅଧିକ ଦି ପଇସା ଆସେ । ତେଣୁ ପରିଶ୍ରମ ପଡିଲେ ବି ରେ।ଜଗାରର ଏହି ମାଧ୍ୟମକୁ ହାତ ଛଡା କରନ୍ତିନି କେହି ।

{"id":182085}

ପ୍ରତ୍ୟେକ ବର୍ଷ କଟକ ବାଲିଯାତ୍ରାରେ ଶତାଧିକ କୋଟି ଟଙ୍କାର କାରବାର ହୁଏ। ଯାହା ହଜାରେରୁ ଅଧିକ ବ୍ୟବସାୟୀଙ୍କୁ ଭରପୁର ରୋଜଗାର ଉପଲବ୍ଧ କରାଏ । କିନ୍ତୁ ଯାତ୍ରା ଆରମ୍ଭ ହେବା ଆଗରୁ ଏବଂ ଯାତ୍ରା ଶେଷ ହେବାପରେବି ଅନେକ ଲୋକ ରୋଜଗାର ପାଆନ୍ତି, ସେଥିଲାଗିତ କଟକ ବାଲିଯାତ୍ରା ହେଉଛି ସ୍ବତନ୍ତ୍ର ଏବଂ ଅନନ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.