Thursday, August 22, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେବଳ ୫ହଜାର ଟଙ୍କା ଦାଖଲ କରି ନେଇପାରିବେ ପୋଷ୍ଟ ଅଫିସର ଫ୍ରାଞ୍ଚାଇଜ : ପ୍ରଥମ ଦିନରୁ ଆରମ୍ଭ ହେବ ରୋଜଗାର

ନୂଆଦିଲ୍ଲୀ ୨୦/୪: ଯଦି ଆପଣ କମ୍ ଟଙ୍କାରେ ବିନିଯୋଗ କରି ରୋଜଗାର କରିବାକୁ ଚାହୁଁଥାନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଦେଶରେ ୧.୫୫ଲକ୍ଷ ପୋଷ୍ଟ ଅଫିସ୍ ହେବା ସତ୍ତ୍ବେ କେତେକ ଅଞ୍ଚଳ ଏପରି ରହିଛି ଯେଉଁଠାରେ ପୋଷ୍ଟ ଅଫିସ୍ ନାହିଁ। ଏହି ଆବଶ୍ୟକତାକୁ ଆଖି ଆଗରେ ରଖି ପୋଷ୍ଟାଲ୍ ଡିପାର୍ଟମେଣ୍ଟ ଇଣ୍ଡିଆ ପୋଷ୍ଟ ,ଘରୋଇକରଣ ମାଧ୍ୟମରେ ପୋଷ୍ଟ ଅଫିସ୍ ଖୋଲିବା ଏବଂ ଆୟ କରିବାର ସୁଯୋଗ ସୃଷ୍ଟି କରିଛି।

ଯଦି ଆପଣ ବି ପୋଷ୍ଟ ଅଫିସ କୋଲିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ମାତ୍ର ୫୦୦୦ଟଙ୍କାର ସିକ୍ୟୁରିଟି ଡିପୋଜିଟ୍ କରିବାକୁ ପଡ଼ିବ। ପୋଷ୍ଟ ଅଫିସର ଫ୍ରାଞ୍ଚାଇଜ ଜରିଆରେ ଆପଣ ଷ୍ଟାମ୍ପ,ଷ୍ଟେସନାରୀ,ସ୍ପିଡ ପୋଷ୍ଟ ଆର୍ଟିକଲସ୍,ମନି ଅର୍ଡ଼ର ବୁକିଙ୍ଗ କାମ କରିପାରିବେ ଏବଂ ଏଥିପାଇଁ ନିର୍ଦ୍ଦିଷ୍ଟ କମିଶନ ଡାକ ବିଭାଗରୁ ହାସଲ କରିପାରିବେ।

ଯେକୈାଣସି ବ୍ୟକ୍ତି, ଅନୁଷ୍ଠାନ,ସଙ୍ଘ ଏପରିକି କର୍ଣ୍ଣର ସପ୍,ପାନ ଦୋକାନୀ,କିରାଣା ଦୋକାନୀ,ଷ୍ଟେସନାରୀ ଦୋକାନୀ,ଛୋଟ ଦୋକାନୀ ଆଦି ପୋଷ୍ଟ ଅଫିସରୁ ଫ୍ରାଞ୍ଚାଇଜ ନେଇପାରିବେ। ଏହା ବ୍ୟତୀତ ସହରାଞ୍ଚଳରେ ନୂଆ ଆରମ୍ଭ ହେଉଥିବା ଟାଉନସିପ୍,ସ୍ପେଶାଲ ଇକୋନୋମିକ୍ ଜୋନ୍, ଇଣ୍ଡଷ୍ଟ୍ରିଆଲ୍ ସେଣ୍ଟର,କଲେଜ,ପଲିଟେକ୍ନିକସ୍,ୟୁନିଭର୍ସିଟି,ପ୍ରଫେସନାଲ କଲେଜ ଆଦି ମଧ୍ୟ ଫ୍ରାଞ୍ଚାଇଜିର କାମ ନେଇପାରିବେ। ଫ୍ରାଞ୍ଚାଇଜି ନେବା ପାଇଁ ଫର୍ମ ସବମିଟ କରିବାକୁ ପଡ଼ିବ। ଚୟନ କରାଯାଇଥିବା ବ୍ୟକ୍ତିଙ୍କୁ ଡିପାର୍ଟମେଣ୍ଟ ସହ ଏମଓୟୁ ସାଇନ୍ କରିବାକୁ ପଡ଼ିବ। ଫ୍ରାଞ୍ଚାଇଜ ନେବା ପାଇଁ ଇଣ୍ଡିଆ ପୋଷ୍ଟ ନ୍ୟୂନତମ ଯୋଗ୍ୟତା ଅଷ୍ଟମ ପାସ୍ ସ୍ଥିର କରିଛି। ବ୍ୟକ୍ତିଙ୍କ ବୟସ ସର୍ବନିମ୍ନ ୧୮ ହୋଇଥିବା ଉଚିତ୍।

ଫ୍ରାଞ୍ଚାଇଜ ନେଉଥିବା ବ୍ୟକ୍ତିଙ୍କ ମନୋନୟନ ଡିଭିଜନାଲ ମୁଖ୍ୟଙ୍କ ଦ୍ବାରା ହୋଇଥାଏ। ଏହା ଆପ୍ଲିକେସନ ମିଳିବାର ୧୪ଦିନ ମଧ୍ୟରେ ASI/SDIରିପୋର୍ଟ ଉପରେ ସଂଶ୍ଲିଷ୍ଟ ହୋଇଥାଏ। ଏହା ଜାଣିବା ଜରୁରୀ ଯେ ପଞ୍ଚାୟତ ସଞ୍ଚାର ଯୋଜନା ଜରିଆରେ ପଞ୍ଚାୟତ ସଞ୍ଚାର ସେବା କେନ୍ଦ୍ର ରହିଥିବା ଗ୍ରାମପଞ୍ଚାୟତକୁ କିନ୍ତୁ ଫ୍ରାଞ୍ଚାଇଜ ପୋଷ୍ଟ ଅଫିସ ଖୋଲିବାର ଅନୁମତି ମିଳିନଥାଏ ।

ସେହିଭଳି ପୋଷ୍ଟ ଅଫିସ କର୍ମଚାରୀଙ୍କ ପରିବାର ସଦସ୍ୟ ସେହି ଡିଭିଜନରେ ଫ୍ରାଞ୍ଚାଇଜ ନେଇପାରିବେ ନାହିଁ । ପରିବାର ସଦସ୍ୟଙ୍କ ଅର୍ଥାତ ସଂପୃକ୍ତ କର୍ମଚାରୀଙ୍କ ପତ୍ନୀ, ସନ୍ତାନ ଏବଂ ଏପରି ବ୍ୟକ୍ତି ଯେଉଁମାନେ କର୍ମଚାରୀଙ୍କ ଉପରେ ନିର୍ଭର କରୁଥିବେ ।

ପୋଷ୍ଟ ଅଫିସ୍ ଫ୍ରାଞ୍ଚାଇଜି ନେବା ପାଇଁ ସର୍ବନିମ୍ନ ସିକ୍ୟୁରିଟି ଡିପୋଜିଟ୍ ହେଉଛି ୫୦୦୦ଟଙ୍କା। ଏହି ଫ୍ରାଞ୍ଚାଇଜ ଦ୍ବାରା ଦିନକରେ ହେବାକୁଥିବା ସମ୍ଭାବ୍ୟ ଆର୍ଥିକ କାରବାର ଉପରେ ଆଧାରିତ। ପରେ ଏହା ଆଭେରେଜ ଡେଲି ରେଭେନ୍ୟୁ ହିସାବରେ ବଢ଼ିଯାଇଥାଏ। ସିକ୍ୟୁରିଟି ଡିପୋଜିଟ୍ NSCର ଫର୍ମରେ ନିଆଯାଇଥାଏ।

ଫ୍ରାଞ୍ଚାଇଜର ଆୟ ତାଙ୍କ ଦ୍ବାରା ଦିଆଯାଉଥିବା ପୋଷ୍ଟାଲ୍ ସର୍ଭିସରେ ମିଳୁଥିବା କମିଶନ ଦ୍ବାରା ହୋଇଥାଏ। ଏହି କମିଶନ ଏମଓୟୁରେ ସ୍ଥିର ହୋଇଥାଏ। ରେଜିଷ୍ଟେରଡ ଆର୍ଟିକଲର ବୁକିଙ୍ଗରେ ୩ଟଙ୍କା,ସ୍ପିଡ ପୋଷ୍ଟ ଆର୍ଟିକଲରେ ୫ଟଙ୍କା,୧୦୦ରୁ ୨୦୦ଟଙ୍କା ମନି ଅର୍ଡ଼ର ବୁକିଙ୍ଗରେ ୩ଟଙ୍କା ୫୦ପଇସା,୨୦୦ଟଙ୍କାରୁ ଅଧିକ ମନି ଅର୍ଡ଼ରରେ ୫ଟଙ୍କା,ପ୍ରତି ମାସ ରେଜିଷ୍ଟ୍ରି ଏବଂ ସ୍ପିଡ ପୋଷ୍ଟର ୧୦୦୦ରୁ ଅଧିକ ଆର୍ଟିକଲର ବୁକିଙ୍ଗରେ ୨୦ପ୍ରତିଶତ ଅତିରିକ୍ତ କମିଶନ,ପୋଷ୍ଟେଜ ଷ୍ଟାମ୍ପ,ପୋଷ୍ଟାଲ ଷ୍ଟେସନାରୀ ଏବଂ ମନି ଅର୍ଡ଼ର ଫର୍ମର ବିକ୍ରିରେ ବିକ୍ରି ମୂଲ୍ୟର ୫ପ୍ରତିଶତ,ରେଭେନ୍ୟୁ ଷ୍ଟାମ୍ପ,ସେଣ୍ଟ୍ରାଲ ରିକୃଟମେଣ୍ଟର ଷ୍ଟାମ୍ପ ଆଦି ବିକ୍ରି ସହ ରିଟେଲ ସର୍ଭିସରେ ପୋଷ୍ଟାଲ୍ ଡିପାର୍ଟମେଣ୍ଟକୁ ହୋଇଥିବା ଆୟର ୪୦ପ୍ରତିଶତ ହୋଇଥାଏ।

1459 Views

   ସମ୍ବନ୍ଧିତ ଖବର