କୁଆଡେ କଲେ ପ୍ରଦୀପ ? ନିଖୋଜର ୩ଦିନ ପରେ ବି ପୋଲିସ ହାତ ଖାଲି, ଝାଡ଼ଖଣ୍ଡରେ ସ୍ୱତନ୍ତ୍ର ଟିମ୍

Published By : Prameya-News7 Bureau | November 11, 2020 IST

କୁଆରମୁଣ୍ଡା ୧୧।୧୧: ସୁନ୍ଦରଗଡ ବୀରମିତ୍ରପୁର ଯୁବ ବ୍ୟବସାୟୀ ପ୍ରଦୀପ କୁଣ୍ଡୁଙ୍କ ଅପହରଣ ଅଭିଯୋଗ ଘଟଣା । ଇତିମଧ୍ୟରେ ଅପହରଣ ଘଟଣାକୁ ୩ ଦିନ ବିତିଗଲାଣି । ନିଖୋଜ ଶିଳ୍ପପତିଙ୍କୁ ଉଦ୍ଧାର ପାଇଁ ୬ଟି ପୋଲିସ ଟିମ୍‌ ନିୟୋଜିତ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଖୋଜଖବର ମିଳିନାହିଁ । ସେପଟେ ଅପହର୍ତ୍ତାଙ୍କ ପକ୍ଷରୁ କୌଣସି ଫୋନ୍‌ କଲ୍‌ ପରିବାର ଲୋକଙ୍କ ପାଖକୁ ଆସିନଥିବାରୁ , ସମ୍ପର୍କୀୟଙ୍କ ଚିନ୍ତା ଆହୁରି ବଢାଦେଇଛି । ମିଳିନାହିଁ।  ଏକ କୋଟି ଟଙ୍କା ପାଇଁ ତାଙ୍କୁ ଅପହରଣ କରାଯାଇଥିବା ସୂଚନା ରହିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ ।

ଖବର ଅନୁଯାୟୀ, ଶନିବାର ସମୟ ପ୍ରାୟ ସଂଧ୍ୟା ୭ଟା ୩୦ । ବୀଜାବାହାଲରେ ଥିବା ମାଆ ତାରିଣୀ ଷ୍ଟୋନ କ୍ରସରରୁ କାର୍ ଯୋଗେ ବୀରମିତ୍ରପୁର ଘରକୁ ଫେରୁଥିଲେ ପ୍ରଦୀପ । ଜାତୀୟ ରାଜପଥ ନିକଟରୁ କିଛି ଦୂରରେ ତାଙ୍କ କାର୍, ମୋବାଇଲ୍ ମିଳିଛି । କାର ନିକଟରୁ ଏକ ଇଂଜେକସନ ସିରିଞ୍ଜ ମିଳିଥିବା ବେଳେ କାର ଭିତରୁ ଏକ ଚିଠି ମିଳିଥିଲା। ଚିଠିରେ ଲେଖାଯାଇଛି ଏକ କୋଟି ଟଙ୍କା ପାଇଁ ତାଙ୍କୁ ଅପହରଣ କରାଯାଇଛି।    ପ୍ରଦୀପଙ୍କୁ ଉଦ୍ଧାର ଲାଗି ପୋଲିସ ପକ୍ଷରୁ ୨ଟି ଟିମ୍ ଗଠନ କରାଯାଇଛି । ଗୋଟିଏ ଟିମ୍‌ ଝାଡ଼ଖଣ୍ଡ ଯାଇଥିବା ବେଳେ ଅନ୍ୟ ଟିମ୍‌ ସ୍ଥାନୀୟ ଅଞ୍ଚଳରେ ଛାନ୍‌ଭିନ୍‌ ଜାରି ରଖିଛନ୍ତି । କିନ୍ତୁ କୌଣସି ପତ୍ତା ମିଳିନଥିଲା । ତେବେ ମାମଲାକୁ ଗୁରୁତ୍ୱର ସହ ନେଇ ଏସ୍‌ପି ସାଗରିକା ନାଥଙ୍କ ନିର୍ଦ୍ଦେଶକ୍ରମେ ଆଉ ୪ଟି ଗଠନ କରାଯାଇଛି ।  

ଇତିମଧ୍ୟରେ ପ୍ରଦୀପ ନିଖୋଜ ହେବାର ୩ଦିନ ବତିଗଲାଣି ।  ଏପରିକି ଅପହର୍ତ୍ତାଙ୍କ ପକ୍ଷରୁ କୌଣସ କଲ୍‌ ପରିବାର ଲୋକଙ୍କ ପାଖକୁ ଆସିନାହିଁ । ଯାହାକି ପରିବାର ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ତେବେ ଝାଡ଼ଖଣ୍ଡ ଯାଇଥିବା ପୋଲିସ ଟିମ୍‌ ସେଠାରେ ମଧ୍ୟ କୌଣସି ସୁରାକ ପାଇନାହିଁ । ଅପରପକ୍ଷେ ୪ଟି ଜିଲ୍ଲା ବାହାରକୁ ଯାଇ ତଦନ୍ତ କରୁଛି । ତେବେ ଅପହର୍ତ୍ତାମାନେ ଶିଳ୍ପପତିଙ୍କୁ ଅପହରଣ କରିବା ପରେ କେଉଁ ସ୍ଥାନରେ ରଖିଛନ୍ତି ତାହାର ମଧ୍ୟ ସଠିକ ତଥ୍ୟ ପୁଲିସ୍‌ ପାଇ ପାରୁନାହିଁ। ଯାହାକି ପୁଲିସ୍‌ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ପୁଲିସ୍‌ ତାଙ୍କୁ ଉଦ୍ଧାର କରିବା ଲାଗି ଜୋରଦାର ଉଦ୍ୟମ ଜାରି ରଖିଛି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଅନେକ ଥର ପ୍ରଦୀପଙ୍କ ନିକଟକୁ ଅର୍ଥ ଦାବି ସହ ଫୋନରେ ଧମକଚମ ଦିଆଯାଉଥିଲା। ତେବେ ଏସବୁକୁ ସେ ଅଣଦେଖା କରି ଆସୁଥିଲେ। ପ୍ରଦୀପଙ୍କ କ୍ରସର ସହ ଟ୍ରାନପୋଟିଂ ବ୍ୟବସାୟୀ ଅଛି । ତାଙ୍କୁ ଅପହରଣ କରି ଦୁର୍ବୃତ୍ତମାନେ ଝାଡଖଣ୍ଡ ନେଇଯାଇଥିବା ସନ୍ଦେହ କରୁଛି ପୋଲିସ।

wp:core-embed/wordpress {"url":"http://www.prameyanews7.com/one-person-missing-in-rourkela/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/one-person-missing-in-rourkela/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.