Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୯୬୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୪୬ ଡିସଚାର୍ଜ
  • ||
  • ବଶବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ, ପ୍ରସ୍ତାବ ଦେଲେ ୟେଦିୟୁରପ୍ପା
  • ||
  • ସିରିଜ୍ ଅଧାରୁ କୋଭିଡ୍ ସଂକ୍ରମିତ ହେଲେ ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା, ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ବାତିଲ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ ପଜିଟିଭ୍, ୪୧୫ ମୃତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

UAEରୁ୨ଭାରତୀୟଙ୍କୁ ଘରକୁ ଫେରିବା ଲାଗି ସହାୟ ହେଲେ ୧୩ ବର୍ଷିୟା ଛାତ୍ରୀ,କୁମ୍ପି ଭାଙ୍ଗି ଦେଲେ ୬୧ହଜାର ଟଙ୍କା

25/07/2020 at 6:25 PM

ସାରଜା ୨୫।୭:  କରୋନା ଭାଇରସ ମହାମାରୀ ସମଗ୍ର ବିଶ୍ୱକୁ ବ୍ୟାପିଯାଇଛି। ଏଥିରେ ୟୁନାଇଟେଡ ଆରବ ଏମିରେଟସ୍‌(ୟୁଏଇ)ରେ ଅନେକ ଭାରତୀୟ ଏବେବି ଫଶି ରହିଛନ୍ତି। ଗୋଟିଏ ପଟେ କୋଭିଡ ଯୋଗୁ କାମ ଧନ୍ଦା ବନ୍ଦ ହୋଇଯାଇଥିବା ବେଳେ ଲୋକଙ୍କ ପାଖରେ ସଞ୍ଚୟ ମଧ୍ୟ ଶେଷ ହୋଇଯାଇଛି। ଏଣୁ ବିଦେଶରେ ପରିବାର ନେଇ ଚଳିବା ବର୍ତ୍ତମାନ ସମୟରେ କେତେ କଷ୍ଟକର ତାହା ସହଜରେ ଅନୁମାନ କରାଯାଇପାରେ। ଏଥିରେ ସାରଜାସ୍ଥିତ ଦିଲ୍ଲୀ ପବ୍ଲିକ୍‌ ସ୍କୁଲର ଜନୈକ ଭାରତୀୟ ଛାତ୍ରୀ ଓ ଜନୈତକ ବ୍ୟବସାୟୀଙ୍କ ସହାୟତା ଯୋଗୁ ୬୮ ଜଣ ଭାରତୀୟ ସ୍ୱଦେଶ ଫେରିବାକୁ ସକ୍ଷମ ହୋଇଛନ୍ତି।

ସାରଜା ଡିପିଏସ୍‌ର ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନନ୍ୟା ଶ୍ରୀବାସ୍ତବ ତାଙ୍କ ପିଗି ବ୍ୟାଙ୍କ ଭାଙ୍ଗି ଯାହା ସଞ୍ଚିଥିଲେ ସବୁତକ ସ୍ୱଦେଶ ଫେରିବାକୁ ଚାହୁଁଥିବା ଭାରତୀୟଙ୍କ ଲାଗି ଦାନ କରିଦେଇଛନ୍ତି। ତେବେ ସବୁଠୁ ବଡ କଥା ହେଲା ଅନନ୍ୟାଙ୍କ ପିଗି ବ୍ୟାଙ୍କରୁ ଯେତିକି ଅର୍ଥ ମିଳିଥିଲା ସେଥିରେ ଆଉ ୨ ଜଣ ଯାତ୍ରୀଙ୍କ ବିମାନ ଟିକେଟ୍ ହୋଇଯାଇଛି। ୟୁଏଇରେ ଅସୁବିଧାରେ ଥିବା ଭାରତୀୟଙ୍କ ସହାୟତା ଲାଗି ଦାନ ସଂଗ୍ରହରେ ପ୍ରେରିତ ହୋଇ ଅନନ୍ୟା ତାଙ୍କର ସରାଘଡ଼ି ଭାଙ୍ଗି ଦେଇଛନ୍ତି। ୧୩ ବର୍ଷ ବୟସ୍କା ଅନନ୍ୟାଙ୍କ ସରାଘଡିରୁ ୩ହଜାର ଦିରହମ ମିଳିଥିଲା। ଫଳରେ ୟୁଏଇରୁ ଭାରତ ଫେରିବା ଲାଗି ୨ ଜଣଙ୍କର ବିମାନ ଟିକେଟ୍ ହୋଇଯାଇଥିଲା।

ଅନନ୍ୟାଙ୍କ ଭଳି ଦୁବାଇର ଜନୈକ ବ୍ୟବସାୟୀ ଅମିରୁଦ୍ଦିନ ଅଜମଲ ୧ ଲକ୍ଷ ଦିରହମ ଦାନ କରିଛନ୍ତି। ଏଥିରେ ୬୬ ଜଣ ଯାତ୍ରୀଙ୍କ ବିମାନ ଟିକେଟ୍ ହୋଇଯାଇଥିବା ବେଳେ ୬୮ ସିଟର ବିମାନ ଲାଗି ଆଉ ୨ ଜଣଙ୍କ ଟିକେଟ୍‌ ଲାଗି ଅର୍ଥ ଆବଶ୍ୟକ ପଡୁଥିଲା। ଯାହା ଅନନ୍ୟା ଭରଣା କରିଦେଇଛନ୍ତି,  ତାହା ବି ତାଙ୍କ ସଞ୍ଚିତ ପକେଟ୍‌ ମନିରୁ। ଏଥିରେ ସେ ତାଙ୍କ ଅଭିଭାବକଙ୍କ ଠାରୁ ଟଙ୍କାଟିଏ ବି ଆଣି ନଥିବା କହିଛନ୍ତି।

ୟୁଏଇରେ କୋଭିଡ ଯୋଗୁ ପ୍ରାୟ ୪ଲକ୍ଷ ୫୦ ହଜାରରୁ ଅଧିକ ଭାରତୀୟ ଅଟକି ରହିଛନ୍ତି। ଯେଉଁମାନେ ସ୍ୱଦେଶ ଫେରିବାକୁ ଚାହୁଁଥିବା ନେଇ ଦୁବାଇସ୍ଥିତ ଦୂତାବାସରେ ନିଜର ନାମ ପଞ୍ଜିକରଣ କରିଛନ୍ତି। ତେବେ ଅନେକ ଭାରତୀୟଙ୍କ ନିକଟରେ ଦୀର୍ଘ ଦିନରୁ କାମ ଧନ୍ଦା ନଥିବାରୁ ସେମାନଙ୍କ ସମସ୍ତ ସଞ୍ଚୟ ମଧ୍ୟ ଖର୍ଚ୍ଚ ହୋଇଗଲାଣି। ଏଣୁ ଭାରତ ଫେରିବା ଲାଗି ସେମାନଙ୍କୁ ଏବେ ଲୋକଙ୍କ ଦାନ ହିଁ ଏକମାତ୍ର ସାହାରା। ତେବେ ବିଦେଶରେ ନିଜ ପରିବାର ଲୋକଙ୍କ ଠାରୁ ଦୂରରେ ରହି ଅସୁବିଧାରେ ପଡିଥିବା ଲୋକଙ୍କୁ ସହାୟତା କରିପାରିଥିବାରୁ ଅନନ୍ୟା ବେଶ୍ ଖୁସି ବୋଲି କହିଛନ୍ତି।

   Related Posts