Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

କରୋନା ଛଡ଼ାଇନେଇଛି ଜୀବିକା , ମହାମାରୀ ମାଡରେ ଉଜୁଡି ଯାଇଛି କାଇଁଚ ଶିଳ୍ପ

15/07/2020 at 9:36 AM

କେନ୍ଦ୍ରାପଡା ୧୫।୦୭: କରୋନା ଛଡ଼ାଇନେଇଛି ଜୀବିକା । ମହାମାରୀ ମାଡରେ ଉଜୁଡିଯାଇଛି କାଇଁଚ ଶିଳ୍ପ । କାଇଁଚ ବୁଣି ଦି ପଇସା ରୋଜଗାର କରୁଥିବା  କେନ୍ଦ୍ରାପଡା ଜିଲ୍ଲାର ଶତାଧିକ ମହିଳାଙ୍କ ସମସ୍ୟା କହିଲେ ନସରେ । ପ୍ରସ୍ତୁତ ସାମଗ୍ରୀ ପାଇଁ ବଜାର ନାହିଁ । ବିକ୍ରି ବଟା କଥା ପଚାରେ କିଏ ।  ସେପଟେ ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍ ପଡ଼ି ପଡ଼ି ନଷ୍ଟ ହେବାରେ ଲାଗିଛି । ହେଲେ ରୁଣ ସୁଝିବା ପାଇଁ ନୋଟିସ ପରେ ନୋଟିସ ଦେଉଛି ବ୍ୟାଙ୍କ୍ ।    

ମହାମାରୀ ଉଜାଡ଼ି ଦେଲାଣି ସବୁକିଛି । କରୋନା ମାଡରେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି କେନ୍ଦ୍ରାପଡ଼ା ଜିଲ୍ଲାର କାଇଁଚ ଶିଳ୍ପ । ରଂଗବେରଂଗ କାଇଁଚ ସାମଗ୍ରୀ ପାଇଁ ଗ୍ରାହକ ନାହାନ୍ତି  କି ବଜାର ମଧ୍ୟ ନାହିଁ । ଫଳରେ କଠିନ ପରିଶ୍ରମ କରି ତିଆରି ହେଉଥିବା କାଇଁଚ ସାମଗ୍ରୀ ସବୁ ଘରେ ପଡିପଡି ଖତ ଖାଉଛି ।  ଘରେ ମହଜୁଦ ଥିବା କଞ୍ଚାମାଲ ବି ପଡ଼ି ପଡ଼ି ନଷ୍ଟ ହେବାରେ ଲାଗିଛି ।

ବାରୋ ଗାଁର କିଛି କାଇଁଚ ଶିଳ୍ପୀଙ୍କୁ ଭେଟିବା ବଳେ ସେମାନେ ନିଜ ଦୁଃଖ ବଖାଣିଥିଲେ । ଚାଷ ଜମିରୁ ସଂଗ୍ରହ ହେଉଥିବା କାଇଁଚ କ୍ବିଣ୍ଟାଲ ପ୍ରତି ୧୫ରୁ ୧୮ ହଜାର ଟଙ୍କାରେ ଗଲା ବର୍ଷ କିଣିଥିଲେ ଏମାନେ । ନାନା ପ୍ରକାର ସାମଗ୍ରୀ ତିଆରି କରି ରାଜ୍ୟ ତଥା ରାଜ୍ୟ ବାହାରେ ଆୟୋଜିତ ପ୍ରଦର୍ଶନୀରେ ବିକ୍ରି କରିବା ପାଇଁ ପ୍ରସ୍ତୁତ ହେଉଥିଲେ ।

ହେଲେ ଠିକ୍ ସମୟକୁ ଆସିଲା କରୋନା । ଯାହା ଯୋଜନା କରାଯାଇଥିଲା , ସବୁ ଅଟକି ରହିଗଲା ଅଧାବାଟ ।  ଅନ୍ୟପକ୍ଷରେ ବ୍ୟାଙ୍କ ରୁ ଲୋନ୍ ଆଣି କଂଚାମାଲ କିଣିଥିଲେ ମହିଳାମାନେ ।ତେଣୁ କେମିତି  ରୁଣ ସୁଝିବେ ସେନେଇ ଚିନ୍ତାରେ ସମସ୍ତେ । ବ୍ୟାଙ୍କରୁ ନୋଟିସ୍‌ ପରେ ନୋଟିସ୍‌ ଆସୁଛି ।  କାରିଗରଙ୍କୁ ଆର୍ଥିକ ସହାୟତା ସହ ବ୍ୟାଙ୍କ୍ ଋଣ ଛାଡ ପାଇଁ ସାଧାରଣରେ  ଦାବି ହେଉଛି। 

   Related Posts