Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

କରୋନା ଲକଡାଉନ୍ ହଟିଲେ ବି ସ୍ୱଭାବିକ୍ ହୋଇପାରିବନି କାରବାର: CII

26/04/2020 at 6:51 PM

ନୂଆଦିଲ୍ଲୀ ୨୬।୪: ସାରା ଦେଶ ଏବେ କରୋନା ଲକଡାଉନ୍‌ରେ। ୨୫ ମାର୍ଚ୍ଚରୁ ପ୍ରଧାନମନ୍ତ୍ରୀ ଦେଶକୁ ଲକଡାଉନ୍ କରିଛନ୍ତି। ପ୍ରଥମ ଥର ଏହା ୨୧ ଦିନିଆ ଥିବା ବେଳେ ଦ୍ୱିତୀୟ ଲକଡଉନ୍‌ ୧୮ ଦିନିଆ ଘୋଷଣା ହୋଇଛି। ଫଳରେ ଦେଶର ଆର୍ଥିକ ଗତିବିଧି ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଉପୁଜିଥିବା ପରିସ୍ଥିତିରେ ଯଦି ଲକଡାଉନ୍‌ ହଟେ ତଥାପି ବି ଆଗଭଳି ଆଉ କାରବାର ସମ୍ଭବ ନୁହେଁ ବୋଲି  ଆକଳନ କରିଛନ୍ତି କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡିଷ୍ଟ୍ରି (ସିଆଇଆଇ) । ତେବେ ଉପୁଜିବାକୁ ଯାଉଥିବା ପରିସ୍ଥିତି ସମ୍ପର୍କରେ ଆସନ୍ତୁ ଜାଣିବା  କ’ଣ କହିଛନ୍ତି  ସିଆଇଆଇ।    

ଉଦ୍ୟୋଗ ସଙ୍ଗଠନ ସିଆଇଆଇ ଏଥିପାଇଁ ଯେଉଁ କାରଣ ଦର୍ଶାଉଛନ୍ତି ସେଥିରେ ଶ୍ରମିକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଉଦ୍ୟୋଗଙ୍କୁ କରୋନା ସଂକ୍ରମଣ କାଳରେ ପରମିଟ୍ ଓ ସେମାନଙ୍କ କଞ୍ଚାମାଲ ସଂଗ୍ରହ ହିଁ ସବୁଠୁ ବଡ ବାଧା ହୋଇ ଉଭା ହୋଇଛି। ଲକଡାଉନ୍ ଘୋଷଣା ଯୋଗୁ ଶ୍ରମିକ,କର୍ମଚାରୀ ରୋଜଗାରକୁ ନେଇ ଅନିଶ୍ଚିତତାରେ ଅଛନ୍ତି। ଏଥିରେ ଅନେକ ଶ୍ରମିକ ସ୍ଥାନ ବି ବଦଳେଇ ସାରିଲେଣି। ଏହା ସତ୍ତ୍ୱେ ଯଦି ସେମାନେ କାମ କରୁଥିବା ସଂସ୍ଥା ପୁଣି ଚାଲୁ ହୁଏ ତେବେ ଶ୍ରମିକଙ୍କୁ କାର୍ଯ୍ୟସ୍ଥଳ ପର୍ଯ୍ୟନ୍ତ ପହଞ୍ଚିବାକୁ ଅନୁମତି ସବୁଠୁ ବଡ ସମସ୍ୟା ପାଲଟିଛି।

ସେହିପରି ସକ୍ଷମ ଉଦ୍ୟୋଗ ପୁଣି ଚାଲିବା ଲାଗି ସେମାନଙ୍କୁ ପରମିଟ୍ ପ୍ରଦାନରେ ବିଳମ୍ବ ପରିସ୍ଥିତିକୁ ଅଧିକ ଜଟିଳ କରିପାରେ। ପରମିଟ୍ ମିଳିଗଲେ ଯେ ଉଦ୍ୟୋଗ ପୁଣି କାର୍ଯ୍ୟକ୍ଷମ ହୋଇଯିବ ତାହାବି ସମ୍ଭବ ନୁହେଁ ଆବଶ୍ୟକ କଞ୍ଚାମାଲ ମଧ୍ୟ ମିଳିବା ଦରକାର। ସବୁଥିରେ ଯଦି ସରକାରଙ୍କ ସହଯୋଗ ମିଳେ ତେବେ ଉଦ୍ୟୋଗ ଜଗତ ପୁଣି ସଚଳ ହୋଇପାରିବ ବୋଲି ସିଆଇଆଇ କହିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଣୁ ସ୍ଥାନୀୟ ପ୍ରଶାସନ ବିଭିନ୍ନ କଟକଣା ଜାରି କରୁଥିବା ବେଳେ ବାଣିଜ୍ୟିକ ଗତିବିଧି ଲାଗି କେହି ଧ୍ୟାନ ଦେଉ ନାହାନ୍ତି। ଏଥିରେ ଉଦ୍ୟୋଗର ମୁଳପୁଞ୍ଜି  ଶ୍ରମିକ ହିଁ ଗୁରୁତର ପ୍ରଭାବିତ ହେଉଛି। ଏଥିରେ ସବୁ ସ୍ତରରେ ଏବେ ସରକାରଙ୍କ ସହଯୋଗ ଜରୁରି ହୋଇପଡିଥିବା  ସିଆଇଆଇ ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି।

ତେବେ ସରକାର ଇତିମଧ୍ୟରେ ଗାଇଡଲାଇନ ଜାରି କରିସାରିଛନ୍ତି। ୧୫ ଓ ୧୬ ଏପ୍ରିଲରେ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ରାଜ୍ୟ ସରକାରମାନେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଏହା ସତ୍ତ୍ୱେ ୪୬ ପ୍ରତିଶତ ଉଦ୍ୟୋଗଙ୍କୁ ହୁଏତ ଏପର୍ଯ୍ୟନ୍ତ ପରମିଟ୍ ମିଳି ନାହିଁ ଅଥବା ଏଥିରେ ବିଳମ୍ବ ହେଉଥିବାର ଜଣାପଡିଛି। ତେବେ ୪୦ ପ୍ରତିଶତ ଉଦ୍ୟୋଗଙ୍କୁ କାମ ଆରମ୍ଭ କରିବା ଲାଗି ପରମିଟ୍ ମିଳିସାରିଛି। ଏଣୁ ପରିମିଟ୍ ପ୍ରଦାନ ଲାଗି ସରକାର ଏକ ନିର୍ଦ୍ଧିଷ୍ଟ ସମୟ ସୀମା ନିର୍ଦ୍ଧାରଣ କରନ୍ତୁ ବୋଲି ବାନାର୍ଜୀ କହିଛନ୍ତି। ସେହିପରି କର୍ମଚାରୀ ଓ ଶ୍ରମିକଙ୍କୁ ସେମାନଙ୍କ କାର୍ଯ୍ୟସ୍ଥଳ ପର୍ଯ୍ୟନ୍ତ  ନିଜ ଯାନବାହନରେ ପହଞ୍ଚିବାକୁ ଅନୁମତି ମଧ୍ୟ ତୁରନ୍ତ ପ୍ରଦାନ କରାଯିବା ଆବଶ୍ୟ ବୋଲି ବାନାର୍ଜୀ କହିଛନ୍ତି।

   Related Posts