ମୋକ୍ଷ ନଗରୀରେ ମିଳୁନି ମୁକ୍ତି: ଅନ୍ତ୍ୟେଷ୍ଟି ପାଇଁ ଚାଲିଛି ବ୍ୟବସାୟ, କାନ୍ଧ ଦେବାକୁ ହେଉଛି ମୂଲଚାଲ୍

Published By : Prameya-News7 Bureau | April 26, 2021 IST

ବାରାଣାସୀ ୨୬/୪: ପବିତ୍ର ବାରଣାସୀର ଯନ୍ତ୍ରଣା । ଗୋଟିଏ ପଟେ ଆବଶ୍ୟକତା । ଅନ୍ୟପଟେ ବାଧ୍ୟବାଧକତା । କାଶୀ ଘାଟରେ ବାହୁନି କାନ୍ଦୁଛନ୍ତି ପରିବାର । ପରିଜନଙ୍କୁ ହରାଇବାର ଦୁଃଖ ଯେତିକି, ଘାଟରେ ଶେଷକୃତ୍ୟର କଷ୍ଟ ବି ସେତିକି । କରୋନା ପାଇଁ ସାରା ଦେଶ କଲବଲ ହେଉଥିବାବେଳେ ଏଇଠି ଅନ୍ତିମ ସତ୍କାର ଏବେ ସୃଷ୍ଟିକରିଛି ନୂଆ ସମସ୍ୟା । କୋଭିଡ ରୋଗୀଙ୍କ ମୃତଦେହ ଉଠାଇବା ହୋଇଛି ଏଠି କାଠିକର ପାଠ । ଶବଦାହଠାରୁ ଚିତାଭସ୍ମ ସବୁକିଛି ପାଇଁ ୩୫୦୦ ରୁ ୫୦୦୦ ଟଙ୍କା ଯାଏଁ ଡିଲ୍ ।

ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତିର ଅନ୍ୟତମ ପଥ ବାରାଣାସୀ ଏବେ କିଛି ସ୍ୱାର୍ଥାକାଙ୍ଖୀ ଲୋକଙ୍କ ପାଇଁ ବଦନାମ୍ । ଏଠି ଶବଦାହ ପାଇଁ ଏକାଠି ଗଲେ ଫାଇଦା ହୁଏ । ଆଉ ଯଦି ଜଣେ କେହି ମୃତଦେହ ସହ ଯାଏ ତାହେଲେ କଥା ସରିଯାଏ । ଶାଗୁଣା ଭଳି ଘେରିଯାଆନ୍ତି ଏଠାର ମାଲବାହୀ । ମହାମାରୀର ଫାଇଦା ନେବା ସହ ବେଶ୍ ମୁନ୍ନାଫା ନିଅନ୍ତି । ଅଭିଯୋଗ ଅନେକ ହେଲେ ଲୋକଙ୍କ ଦୁଃଖ ବୁଝିବା ବା କିଏ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.