କାଲି ଗଡ଼ିବନି ବସ୍
7/01/2020 at 4:24 PM

ଭୁବନେଶ୍ବର ୭/୧: କାଲି ଗଡ଼ିବନି ବସ୍ । ଭାରତ ବନ୍ଦ ପାଇଁ ଆସନ୍ତାକାଲି ଘରୋଇ ବସ୍ ସେବା ବନ୍ଦ ରଖାଯାଇଛି। ଚଳାଚଳ ବନ୍ଦ ରଖିବାକୁ ଘରୋଇ ବସ୍ ମାଲିକ ସଙ୍ଘ ନିଷ୍ପତ୍ତି ନେଇଛନ୍ତି।
ଜାନୁଆରୀ ୮ ତାରିଖରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ବିଜେଡି ଓ କଂଗ୍ରେସ ସମର୍ଥନ ଦେବେ ବୋଲି କହିଛନ୍ତି। ଏମାନେ ବନ୍ଦକୁ ନୈତିକ ସମର୍ଥନ ଦେବେ ବୋଲି ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ପ୍ରତିବାଦରେ ୧୦ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ଜାନୁଆରି ୮ ତାରିଖରେ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏଥିଯୋଗୁଁ ସାରା ଦେଶରେ ରେଳ ଓ ବ୍ୟାଙ୍କ ସହ ବିଭିନ୍ନ ସେବା ପ୍ରଭାବିତ ହେବ । ଆସନ୍ତାକାଲି ସମସ୍ତ ଶିକ୍ଷାନୁଷ୍ଠାନ
ବନ୍ଦ ରହିବ।
Related Posts
ଆନ୍ତଃରାଜ୍ୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
27 February 2021
ନିର୍ମାଣ ହେବ ୨୦ଟି ସାଇନ୍ସ ପାର୍କ, ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର
27 February 2021